/odishatv-khabar/media/post_attachments/uploadimage/library/16_9/16_9_0/O_Hub_1723565482.jpg)
O Hub
ବଢିଲା ଷ୍ଟାର୍ଟଅପ୍ ଓଡ଼ିଶା କାର୍ଯ୍ୟକାରୀ ଅଧ୍ୟକ୍ଷଙ୍କ ଅଡ଼ୁଆ । କଣ ହୋଇଛି ଦୁର୍ନୀତି, ହେବ ତଦନ୍ତ । ବିଜେଡି ସରକାରରେ ଓଡ଼ିଆ ଉଦ୍ୟୋଗୀଙ୍କୁ ଅଣଦେଖା ଅଭିଯୋଗ । ଅଗଷ୍ଟ ୮ରେMSME ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପରେ ବିଭାଗୀୟ ମନ୍ତ୍ରୀ ଦେଇଛନ୍ତି ତଦନ୍ତ ନିର୍ଦ୍ଦେଶ । ଏନେଇ ୩ ଜଣିଆ ସଦସ୍ୟଙ୍କୁ ନେଇ ଗଢ଼ାଯାଇଛି କମିଟି। ଅଗଷ୍ଟ ୨୧ ତାରିଖ ସୁଦ୍ଧା ସେମାନଙ୍କୁ ତଦନ୍ତ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି।
ଓ-ହବରେ ଓଡ଼ିଶା ଓ ବାହାର ରାଜ୍ୟର ଷ୍ଟାର୍ଟଅପଙ୍କୁ କେତେ ଅନୁଦାନ ମିଳିଛି? ଷ୍ଟାର୍ଟଅପ ଗୁଡ଼ିକୁ ବିଜନେସ୍ ପାଇଁ ଗାଇଡ୍ କରୁଥିବା ଇନକୁବେଟରଙ୍କୁ କେତେ ଅନୁଦାନ ମିଳିଛି? ବିଜେଡି ସରକାରରେ ଓଡିଆ ଉଦ୍ୟୋଗୀଙ୍କୁ ଜାଗା ଦେବା ବଦଳରେ IBM ଏବଂ E AND Yଭଳି ବହୁରାଷ୍ଟ୍ରୀୟ କମ୍ପାନୀଙ୍କୁ ଅହେତୁକ ଅନୁକମ୍ପା ଦେଖାଯାଇଥିବା ନେଇ ଅଭିଯୋଗ ହୋଇଥିଲା।
ଷ୍ଟାର୍ଟଅପ ଓଡିଶାରେ ୫୦ରୁ ଅଧିକ ଓଡିଆ ଉଦ୍ୟୋଗୀ ଷ୍ଟାର୍ଟଅପ ପାଇଁ ଆବେଦନ କରିଥିଲେ । ସେମାନଙ୍କୁ ଭିତରୁ କିଛି ଜଣଙ୍କୁ ଜାଗା କହିଲେ ମାତ୍ର ଗୋଟିଏ ଦୁଇଟି ଚେୟାର ଦିଆଯାଇଥିଲା । ସେପଟେ ବହୁରାଷ୍ଟ୍ରୀୟ କମ୍ପାନୀଙ୍କୁ ଅହେତୁକ ଅନୁକମ୍ପା ଦେଖାଯାଇଥିବା ଅଭିଯୋଗ ହୋଇଥିଲା । ଓ-ହବରେ ଅଧ୍ୟକ୍ଷଙ୍କ ଠାରୁ ଆାରମ୍ଭ କରି ଅଣ ଓଡିଆଙ୍କୁ ଅଧିକ ଗୁରୁତ୍ୱ ଦିଆଯାଇଥିବା ବେଳେ ଏହାର ପ୍ରତିବାଦ କରୁଥିବା ବ୍ୟକ୍ତିଙ୍କୁ ଚାକିରିରୁ ବହିଷ୍କୃତ କରାଯାଇଥିବା ନେଇ ସାଂଘାତିକ ଅଭିଯୋଗ ହୋଇଛି।
୨୦୧୬ରୁ ଷ୍ଟାର୍ଟଅପ୍ ଓଡ଼ିଶା ଆରମ୍ଭ ହୋଇଥିଲା। ରାଜ୍ୟର ଷ୍ଟାର୍ଟଅପ୍ ଉଦ୍ୟୋଗୀଙ୍କୁ ପ୍ରୋତ୍ସାହିତ କରିବା ଲକ୍ଷ୍ୟରେ ଭୁବନେଶ୍ବର ଇନଫୋସିଟି -2 କ୍ୟାମ୍ପସରେ ୨୦୨୧ରେ ଉଦ୍ଘାଟନ ହୋଇଥିଲା ବହୁତଳ ବିଶିଷ୍ଟ ଏ ଓ-ହବ୍ ବିଲ୍ଡିଂ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)