Advertisment

Hot Air Balloons: ବେଲୁନରେ ବସି ଉଡ଼ିବେ ପର୍ଯ୍ୟଟକ; ଉପଭୋଗ କରିବେ ପ୍ରକୃତିରାଣୀର ସୌନ୍ଦର୍ଯ୍ୟ

କୋରାପୁଟ ଜିଲ୍ଲାରେ ବିଭିନ୍ନ ପର୍ଯ୍ୟଟନ ସ୍ଥଳର ସର୍ଭେ କରାଯାଉଛି। ଆଉ ଆଗାମୀ ଦିନରେ ଆଡଭେନଚର ଟୁରିଜିମ ପାଇଁ ବିଭିନ୍ନ ଜାଗାରୁ ହଟ ଏୟାର ବେଲୁନର ଟ୍ରାଏଲ ରନ ଭାବେ କରାଯାଉଛି। କୋରାପୁଟରେ ସୁଉଚ୍ଚ ପାହାଡ଼,ନଦୀ,ଝରଣା ଏବଂ ଜଳପ୍ରପାତର ଦୃଶ୍ୟ ଭରପୁର।

author-image
Tapaswini Nayak
ଅଦ୍ୟତନ ହୋଇଛି
Hot Air Balloons

Hot Air Balloons

ବେଲୁନରେ ବସି ଉଡ଼ିବେ ପର୍ଯ୍ୟଟକ। ଆକାଶମାର୍ଗରୁ ମନଭରି ଉପଭୋଗ କରିବେ ପ୍ରକୃତିରାଣୀର ସୁନ୍ଦରତା। ଓଡ଼ିଶାରେ ପ୍ରଥମଥର ପାଇଁ ଆରମ୍ଭ ହେବାକୁ ଯାଉଛି ହଟ୍ ଏୟାର ବେଲୁନ। ହଁ ଦର୍ଶକବନ୍ଧୁ କୋରାପୁଟ ବୁଲିବାକୁ ଚାହୁଁଥିଲେ ଆପଣଙ୍କ ପାଇଁ ଖୁସି ଖବର। ଏବେ ଆକାଶରେ ବସି କୋରାପୁଟର ସୌନ୍ଦର୍ଯ୍ୟ ଉପଭୋଗ କରିପାରିବେ ଆପଣ। ଏଥିପାଇଁ ଆରମ୍ଭ ହୋଇଛି ଟ୍ରାଏଲ ରନ୍। ବେଲୁନ ଭିତରେ ବସି ଦୁଃସାହସିକ ଯାତ୍ରାର ସ୍ୱତନ୍ତ୍ର ଅନୁଭୂତି ନେବେ ପର୍ଯ୍ୟଟକ ।

Advertisment

କୋରାପୁଟ ଜିଲ୍ଲାରେ ବିଭିନ୍ନ ପର୍ଯ୍ୟଟନ ସ୍ଥଳର ସର୍ଭେ କରାଯାଉଛି। ଆଉ ଆଗାମୀ ଦିନରେ ଆଡଭେନଚର ଟୁରିଜିମ ପାଇଁ ବିଭିନ୍ନ ଜାଗାରୁ ହଟ ଏୟାର ବେଲୁନର ଟ୍ରାଏଲ ରନ ଭାବେ କରାଯାଉଛି। କୋରାପୁଟରେ ସୁଉଚ୍ଚ ପାହାଡ଼,ନଦୀ,ଝରଣା ଏବଂ ଜଳପ୍ରପାତର ଦୃଶ୍ୟ ଭରପୁର।

ଅଧିକ ପଢ଼ନ୍ତୁ: ଜବରଦସ୍ତ ଫାଇଟିଂ, ସାନ୍ଦାର ଆକ୍ସନ୍; କୋରାପୁଟରେ ମହେଶଙ୍କୁ ନେଇ ସୁଟିଂରେ ବ୍ୟସ୍ତ ରାଜାମୌଲି...

Advertisment

ତେଣୁ ପର୍ଯ୍ୟଟକଙ୍କୁ ଆଖି ଆଗରେ ରଖି ଜିଲ୍ଲା ପ୍ରଶାସନ ଏବେ ଆରମ୍ଭ କରିଛି ଟ୍ରାଏଲ ରନ। ଜିଲ୍ଲାର ଦୁଇଟି ସ୍ଥାନରେ ହଟ ଏୟାର ବେଲୁନ ପରୀକ୍ଷାମୂଳକ ଉଡ଼ାଣ ଏବଂ ଅବତରଣ ସଫଳ ହୋଇଥିବା କହିଛନ୍ତି ପିଡବ୍ଲୁଡି ଅଧିକ୍ଷଣ ଯନ୍ତ୍ରୀ ଶୁଭକାନ୍ତ ବାରିକ । ପ୍ରଥମେ ଡେଙ୍ଗା ଜାନୀଗୁଡା ଏବଂ ପରେ ଓଏସଏପି ପଡ଼ିଆରେ ହଟ ଏୟାର ବେଲୁନର ପରୀକ୍ଷାମୂଳକ ଆରମ୍ଭ କରାଯାଇଥିଲା। ତେବେ ପରୀକ୍ଷଣ ସଫଳ ହୋଇଥିବା ବେଳେ ସରକାରଙ୍କ ଠାରୁ ଅନୁମତିକୁ ଅପେକ୍ଷା କରାଯାଇଛି।

ଏବେ କୋରାପୁଟର ବିଭିନ୍ନ ପର୍ଯ୍ୟଟନ ସ୍ଥଳୀର କରାଯାଉଛି ସାମୂହିକ ବିକାଶ। ଏବେ ଏଥିରେ ପୁଣି ଏକ ନୂଆ ଫର୍ଦ୍ଦ ଯୋଡି ହେବାକୁ ଯାଉଛି ହଟ ଏୟାର ବେଲୁନ। ପର୍ଯ୍ୟଟନ ଋତୁରେ ଜିଲ୍ଲାର ଦେଓମାଳି,ରାଣୀଡୁଡୁମା, ଗୁପ୍ତେଶ୍ୱର ଓ ଅନେକ ଜଳପ୍ରପାତରେ ପର୍ଯ୍ୟଟକଙ୍କ ସୁଅ ଛୁଟୁଥିଲା ବେଳେ ହଟ ଏୟାର ବେଲୁନ ଆରମ୍ଭ ହେଲେ ପର୍ଯ୍ୟଟକ ମାନେ ଆହୁରି କୋରାପୁଟ ପ୍ରତି ଆକୃଷ୍ଠ ହୋଇପାରିବେ।

ଅଧିକ ପଢ଼ନ୍ତୁ: ଆଇଟି ମ୍ୟାନେଜର ମାନବ ଶର୍ମା ଆତ୍ମହତ୍ୟା, କ’ଣ ଥିଲା ପ୍ରକୃତ କାରଣ...

Koraput Tourism Sector Tourist
Advertisment
Advertisment