Advertisment

Book Launch Event in Bhubaneswar: ନୂଆବର୍ଷରେ ପାଠକାର୍ପିତ ହେଲା ୧୦ ନୂଆ ଲେଖିକାଙ୍କ ବହି

ମହାବିଷୁବ ସଂକ୍ରାନ୍ତି ଓ ନବବର୍ଷ ଉପଲକ୍ଷେ ଆୟୋଜିତ ଏହି ଉତ୍ସବକୁ ଓଡ଼ିଆ ସାହିତ୍ୟରେ ପ୍ରଥମଥର ଲାଗି ପାଦ ଦେଇଥିବା ଦଶଜଣ ନବପ୍ରତିଭାଙ୍କ ପ୍ରଥମ ପୁସ୍ତକର ପାଠକାର୍ପଣ ସହ ପଣାପାନରେ ବର୍ଷାରମ୍ଭକୁ ସ୍ୱାଗତ କରାଯାଇଥିଲା।

timepass

timepass

Advertisment

ଖରାର ନଖରାମିରେ ଯେତେବେଳେ ଅସ୍ତବ୍ୟସ୍ତ ଏପ୍ରିଲ, ଝାଳର ଝାଲରରେ ଯେତେବେଳେ ଅଣନିଃଶ୍ୱାସୀ ଦେହମୁଣ୍ଡ, ତାତିର ପ୍ରକୋପରେ ହଟହଟା ମନ ଆଉ ଛାତି, ସେମିତି ଏକ ଖରାଟିଆ ଅପରାହ୍ନରେ ନିଆରା ଢଙ୍ଗରେ ପାଳିତ ହୋଇଥିଲା ସ୍ଥାନୀୟ ବୁଦ୍ଧମନ୍ଦିରରେ ‘ବହିବିଷୁବ’ କାର୍ଯ୍ୟକ୍ରମ। ମହାବିଷୁବ ସଂକ୍ରାନ୍ତି ଓ ନବବର୍ଷ ଉପଲକ୍ଷେ ଆୟୋଜିତ ଏହି ଉତ୍ସବକୁ ଓଡ଼ିଆ ସାହିତ୍ୟରେ ପ୍ରଥମଥର ଲାଗି ପାଦ ଦେଇଥିବା ଦଶଜଣ ନବପ୍ରତିଭାଙ୍କ ପ୍ରଥମ ପୁସ୍ତକର ପାଠକାର୍ପଣ ସହ ପଣାପାନରେ ବର୍ଷାରମ୍ଭକୁ ସ୍ୱାଗତ କରାଯାଇଥିଲା।

Advertisment

ପ୍ରକାଶନ ସଂସ୍ଥା ଟାଇମପାସ ପକ୍ଷରୁ ଆୟୋଜିତ ଏହି ଉତ୍ସବ ଆରମ୍ଭ ହୋଇଥିଲା ମଞ୍ଚରେ ସ୍ଥପିତ ପବିତ୍ର ତୁଳସୀଚଉଁରାରେ ବନ୍ଧା ବସନ୍ତରା ଠେକିରେ ଜଳାର୍ପଣ କରି। ବରେଣ୍ୟ ଅତିଥି କବି ରାଜେନ୍ଦ୍ର କିଶୋର ପଣ୍ଡା, କଥାକାର ଦାଶ ବେନହୁରଙ୍କ ସହ ଲେଖିକାମାନେ ଶଙ୍ଖ ହୁଳହୁଳି ସହ ଚଉଁରା ବନ୍ଦାପନା କରି କାର୍ଯ୍ୟକ୍ରମର ଅପାରମ୍ପରିକ ଶୁଭାରମ୍ଭ କରିଥିଲେ।

ଅଧିକ ପଢ଼ନ୍ତୁ: ଅହମଦାବାଦରେ ପୁଣି ଚମକିଲେ ସୁଦର୍ଶନ, ଡିଭିଲିୟର୍ସଙ୍କ ରେକର୍ଡ ସହ ସମକକ୍ଷ 

Advertisment

ଏହି ଅବସରରେ ଟାଇମ୍‍ପାସ୍‍ ପ୍ରଥମା ପ୍ରତିଯୋଗିତାର ଅଷ୍ଟମ ସଂସ୍କରଣରେ ସଫଳ ହୋଇଥିବା ଐଶୂର୍ଯ୍ୟା ରାଉତ, ଅର୍ପିତା ପତି, ମନୀଷା ବିଶ୍ୱାଳ, ପ୍ରତିଭା ଖିଲାର, ପ୍ରୀତିପଦ୍ମା ଦାସ, ସରୋଜିନୀ ଶଙ୍ଖୁଆ, ଶୀତଲ ମିଶ୍ର, ଶ୍ରୀସିକ୍ତା ଶୁଭଦର୍ଶିନୀ ନାୟକ ପ୍ରମୁଖ ଲେଖିକାଙ୍କର ସର୍ବପ୍ରଥମ ପୁସ୍ତକ ନିମନ୍ତ୍ରିତ ଅତିଥି ଓ ପ୍ରିୟପରିଜନଙ୍କ ଗହଣରେ ପାଠକାର୍ପିତ ହୋଇଥିଲା। ପ୍ରତ୍ୟେକ ଲେଖିକାଙ୍କର ପ୍ରଥମ କପି ନିଲାମ ଡକାଯାଇଥିଲା ଓ ଚଢ଼ା ରେଟ୍‍ ଦେଇ ପାଠକମାନେ ଅଟୋଗ୍ରାଫ୍‍ ସହ ଲେଖିକାଙ୍କ ହାତରୁ ତାହା ସଂଗ୍ରହ କରିଥିଲେ।

‘ପ୍ରଥମା’ରୁ ଯାତ୍ରାରମ୍ଭ କରି ଇତିମଧ୍ୟରେ ଓଡ଼ିଆ ସାହିତ୍ୟରେ ପ୍ରତିଷ୍ଠା ପାଇସାରିଥିବା ଶୁଭଶ୍ରୀ ଶୁଭସ୍ମିତା ମିଶ୍ର, ସୁମିତ୍‍ ପଣ୍ଡା, ଲିଜାଲିନ୍‍ ବିଶ୍ୱାଳ, ପ୍ରଜ୍ଞା ପାରମିତା ରଥ, ସ୍ୱପ୍ନାଜିତା ଶଙ୍ଖୁଆ ପ୍ରମୁଖ ଯୁବସ୍ରଷ୍ଟାଗଣ ନିଜନିଜ ଲେଖକୀୟ ଯାତ୍ରାର ଅଭିଜ୍ଞତା ଓ ଅନୁଭୂତି ବଖାଣିଥିଲେ। 

Advertisment

ପ୍ରମୁଖ ଅତିଥି ଭାବେ ଉତ୍ସବରେ ଶେଷସ୍ପର୍ଶ ଦେଇ ବିଶିଷ୍ଟ କବି ଓ କଥାକାର ଦେବଦାସ ଛୋଟରାୟ ‘ପ୍ରଥମା’ର ଲେଖିକାମାନଙ୍କୁ ଆଶୀର୍ବାଦ କରିଥିଲେ।

ତରୁଣ ଲେଖକ ବେଦପ୍ରକାଶ ନାୟକ ଉତ୍ସବ ସଂଚାଳନ କରିଥିବାବେଳେ ଅଧ୍ୟକ୍ଷତା କରିଥିଲେ ‘ଟାଇମପାସ୍‍’ର ନିର୍ଦ୍ଦେଶକ ସରୋଜ ବଳ। ପରିଚାଳନାରେ ସହଯୋଗ କରିଥିଲେ ଅରୁଣ କୁମାର ଦାସ, ତିଳୋତ୍ତମା ଦାସ, ସୁବ୍ରତ ବଳ, ଭାଗ୍ୟଶ୍ରୀ ପଣ୍ଡା, ପ୍ରିୟାଂଶୁ ପ୍ରିୟଦେବ ଓ ସମାସ ବଳ।

ରାଜ୍ୟର କୋଣ ଅନୁକୋଣରୁ ଯୋଗଦେଇ ଶତାଧିକ ଲେଖକ ଓ ସାହିତ୍ୟପ୍ରେମୀ ‘ବହିବଷୁବ’କୁ ଉପଭୋଗ କରିବା ସହ ଏହାକୁ ସଫଳ କରିଥିଲେ।

ଅଧିକ ପଢ଼ନ୍ତୁ: ବାପା ଅଟୋ ଚାଳକ, ପୁଅ ପ୍ରଥମ ମ୍ୟାଚ୍‌ରେ ବନିଗଲେ IPL ଷ୍ଟାର

Book Launch
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ