ଶିମିଳିପାଳର ସଫ୍ଟ ଏନକ୍ଲୋଜରକୁ ଗଲା ବାଘୁଣୀ 'ଜିନତ୍' । ମହାରାଷ୍ଟ୍ରରୁ ଅଣାଯାଇଥିବା ବାଘୁଣୀକୁ ଆଜି ସଫ୍ଟ ଏନକ୍ଲୋଜରରେ ଛଡ଼ାଗଲା । ଶିମିଳିପାଳ ନର୍ଥର ଚହଲା ନିକଟ ସଫ୍ଟ ଏନକ୍ଲୋଜରରେ ଛଡ଼ାଯାଇଛି । ଯୁମନା ପରେ ମହାରାଷ୍ଟ୍ରର ତଡବା ଅନ୍ଧେରୀ ଅଭୟାରଣ୍ୟରୁ ଆସିଛି ଦ୍ବିତୀୟ ବାଘୁଣୀ ‘ଜିନତ୍’ । ଏହାର ବୟସ ୩ ବର୍ଷ ହେବ । ମହାରାଷ୍ଟ୍ରରେ ମଧ୍ୟ ବାଘୁଣୀର ନାମ ଜିନତ୍ ଥିଲା । ପୂର୍ବରୁ ଗତମାସ ୨୭ ତାରିଖରେ ତଡ଼ବା ଅନ୍ଧାରୀ ଜଙ୍ଗଲରୁ ଆସି ଶିମିଳିପାଳର ପହଞ୍ଚିଥିଲା ବାଘୁଣୀ ଯମୁନା ।
Also Read
ଅଧିକ ପଢ଼ନ୍ତୁ: ମହାରାଷ୍ଟ୍ରରୁ ଶିମିଳିପାଳ ଆସିଲା ନୂଆ ମହାବଳ ବାଘ
ମହାରାଷ୍ଟ୍ର ତଡ଼ବା ଜଙ୍ଗଲରୁ ବାଘୁଣୀ ଯମୁନା ଆସିବାର ୧୭ ଦିନ ପରେ, ଗତକାଲି ଆସିଛି ଦ୍ବିତୀୟ ବାଘୁଣୀ ଜିନତ୍ । ଶିମିଳିପାଳ ଅଭୟାରଣ୍ୟରେ ମେଲାନିଷ୍ଟିକ୍ ବା କଳା ମହାବଳ ବଂଶ ବୃଦ୍ଧି ପାଉଥିବା ବେଳେ, ଏହା ଉପରେ ରୋକ୍ ଲଗାଇ ସ୍ବାଭାବିକ ମହାବଳ ବଂଶ ବିସ୍ତାର ପାଇଁ ମହାରାଷ୍ଟ୍ରର ଦୁଇଟି ବାଘୁଣୀକୁ ସେଠାରେ ଛାଡ଼ିବାକୁ ଯୋଜନା ରହିଛି । କିଛି ଦିନ ଏନକ୍ଲୋଜରରେ ରଖି ତା’ର ଗତିବିଧି ଉପରେ ନଜର ରଖାଯିବ । ଏହାପରେ ଜିନତକୁ ଜଙ୍ଗଲକୁ ଛଡାଯିବ । ପୂର୍ବରୁ ଯମୁନାକୁ ୧୫ ଦିନ ଲାଗି ଯେଉଁ ଏନକ୍ଲୋଜରରେ ରଖାଯାଇଥିଲା । ଏବେ ଜୀନତକୁ ମଧ୍ୟ ସେହିଠାରେ ଛଡାଯାଇଛି । ବର୍ତ୍ତମାନ ବାଘୁଣୀ ଜିନତ୍ର ସ୍ୱାସ୍ଥ୍ୟବସ୍ଥା ଠିକ୍ ଥିବା PCCF କହିଛନ୍ତି ।
ସୂଚନା ଅନୁସାରେ, ଅକ୍ଟୋବର ୨୮ରେ ମହରାଷ୍ଟ୍ରରୁ ଆସିଥିଲା ଅଢ଼େଇ ବର୍ଷର ବାଘୁଣୀ । ବନବିଭାଗର ଏକ ସ୍ୱତନ୍ତ୍ର ଟିମ୍ ଏହି ବାଘକୁ ଆଣି ଶିମିଳିପାଳରେ ପହଞ୍ଚିଥିଲା । ଏହାପରେ ଉକ୍ତ ବାଘୁଣୀକୁ ପ୍ରଥମେ ଏନ୍କ୍ଲୋଜରରେ ରଖାଯାଇଥିଲା । ଏହା ପରେ ଏହି ବାଘୁଣୀ ଯମୁନାକୁ ଶିମିଳିପାଳ କୋର୍ ଏରିଆରେ ଛଡ଼ାଯାଇଥିଲା ।
ଅଧିକ ପଢ଼ନ୍ତୁ: ଶିମିଳିପାଳରେ ମହାରାଷ୍ଟ୍ର ମହାବଳ, ତଡ଼ବା ଅନ୍ଧାରୀ ଅଭୟାରଣ୍ୟରୁ ଆସିଲା
ରାଜ୍ୟରେ ବର୍ତ୍ତମାନ ମୋଟ୍ ୩୦ଟି ମହାବଳ ବାଘ ଥିବାବେଳେ ତା’ମଧ୍ୟରୁ ୨୭ଟି ଅଛନ୍ତି ଶିମିଳିପାଳ ଅଭୟାରଣ୍ୟରେ । ଏହି ୨୭ଟି ଭିତରୁ ୧୩ଟି ହେଉଛି କଳା ମେଲାନିଷ୍ଟିକ ବାଘ । ତେବେ ଜେନେଟିକ୍ ଇନବ୍ରିଡିଂକୁ ରୋକିବା ସହ ମହାବଳ ବଂଶ ବିସ୍ତାର ପାଇଁ ବନ ବିଭାଗ ପକ୍ଷରୁ ପଦକ୍ଷେପ ନିଆଯାଇଛି । ଖୁବଶୀଘ୍ର ଆଉ ଏକ ମହାବଳ ବାଘକୁ ଶିମିଳିପାଳ ଅଣାଯିବ ବୋଲି ସୂଚନା ଦେଇଛି ବନ ବିଭାଗ ।
ସେପଟେ, ଓଡ଼ିଶା ଆସିବେ ୫ ବାଘୁଣୀ । ମହାରାଷ୍ଟ୍ରରୁ ୫ ବାଘୁଣୀଙ୍କୁ ଓଡ଼ିଶା ଅଣାଯିବ । ବର୍ତ୍ତମାନ ଶିମିଳିପାଳରେ ଗୋଟେ ବାଘୁଣୀ ଛଡା ଯାଇଛି । ଖୁବ କମ୍ ଦିନ ଭିତରେ ଶିମିଳିପାଳରେ ଆଉ ଗୋଟିଏ ବାଘୁଣୀ ଛଡ଼ା ଯିବା ପାଇଁ ବ୍ୟବସ୍ଥା କରାଯାଉଛି । ଲୋକଙ୍କ ସହମତିରେ ବାଘୁଣୀ ଛଡ଼ା ଯିବ ବୋଲି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ସୂଚନା ଦେଇଥିଲେ ।