/odishatv-khabar/media/post_attachments/uploadimage/library/16_9/16_9_0/IMAGE_1712225653.jpg)
Rajya Sabha
ଓଡ଼ିଶାର ତିନି ଜଣ ରାଜ୍ୟସଭା ସାଂସଦ ଆଜି ଶପଥ ନେଇଛନ୍ତି । ବିଜେପିର ଅଶ୍ବିନୀ ବୈଷ୍ଣବ, ଓ ବିଜେଡିର ଦେବାଶିଷ ସାମନ୍ତରାୟ ଏବଂ ଶୁଭାଶିଷ ଖୁଣ୍ଟିଆ ଆଜି ରାଜ୍ୟସଭାରେ ବିଧିବଦ୍ଧ ଭାବେ ସଭ୍ୟ ରୂପେ ଶପଥ ନେଇଛନ୍ତି । ରାଜ୍ୟସଭା ଚେୟାରମ୍ୟାନ୍ ତଥା ଉପରାଷ୍ଟ୍ରପତି ତାଙ୍କୁ ଶପଥ ପାଠ କରାଇଛନ୍ତି । ବିଜେପି ସାଂସଦ ଅଶ୍ବିନୀ ବୈଷ୍ଣବ,ବିଜେଡି ସାଂସଦ ଶୁଭାଶିଷ ଖୁଣ୍ଟିଆ ଓଡ଼ିଆରେ ଶପଥ ଗ୍ରହଣ କରିଥିଲେ ।
ଚଳିତ ରାଜ୍ୟସଭା ନିର୍ବାଚନ ୨୦୨୪ରେ ଓଡ଼ିଶାରେ ତିନି ଜଣ ପ୍ରାର୍ଥୀ ବିନା ପ୍ରତିଦ୍ୱନ୍ଦ୍ୱିତାରେ ନିର୍ବାଚିତ ହୋଇଛନ୍ତି । ୨୦୨୪ ଏପ୍ରିଲରେ ଅବସର ଗ୍ରହଣ କରିଥିବା ସଦସ୍ୟଙ୍କ ଆସନ ପୂରଣ ପାଇଁ ଓଡ଼ିଶାରେ ରାଜ୍ୟସଭା ନିର୍ବାଚନ ଫେବ୍ରୁଆରୀ ୨୭ତାରିଖରେ ହେବାର ଥିଲା, ଯାହା ଏବେ ପୂରଣ ହୋଇଛି ।
#ଶପଥ_ନେଲେ_୩_ରାଜ୍ୟସଭା_ସାଂସଦ
ଓଡ଼ିଶାର ତିନି ଜଣ ରାଜ୍ୟସଭା ସଭ୍ୟ ଭାବେ ଆଜି ଶପଥ ନେଇଛନ୍ତି। ବିଜେପିର ଅଶ୍ୱିନୀ ବୈଷ୍ଣବ, ବିଜେଡିର ଦେବାଶିଷ ସାମନ୍ତରାୟ ଓ ଶୁଭାଶିଷ ଖୁଣ୍ଟିଆ ଆଜି ଶପଥ ନେଇଛନ୍ତି। #RajyaSabha#AshwiniVaishnaw#OTVpic.twitter.com/M32Si78vRu— ଓଟିଭି (@otvkhabar) April 4, 2024
ସମସ୍ତ ନିର୍ବାଚିତ ପ୍ରାର୍ଥୀଙ୍କୁ ଆଜି ରିଟର୍ଣ୍ଣିଂ ଅଫିସରଙ୍କ ଦ୍ୱାରା ସାର୍ଟିଫିକେଟ୍ ଦିଆଯାଇଥିଲା । ଓଡ଼ିଶାରୁ ୩ଟି ଆସନ ଖାଲି ପଡ଼ିଥିବା ବେଳେ ଏହି ୩ ଜଣ ପ୍ରାର୍ଥୀଙ୍କୁ ଛାଡ଼ି ଅନ୍ୟ କୌଣସି ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିନଥିଲେ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)