Bhubaneswar
ଭୁବନେଶ୍ୱରରେ ଅଘଟଣ। ମୁକୁଳା ଡ୍ରେନରେ ଭାସିଯାଇଛି ଜଣେ ନାବାଳକ। ପ୍ରବଳ ବର୍ଷା ଯୋଗୁଁ ସେ ଡ୍ରେନ୍ରେ ଭାସି ଯାଇଥିବା ସୂଚନା ମିଳିଛି। ୟୁନିଟ-୩ ମସଜିଦ୍ କଲୋନୀ ପାଖ ଡ୍ରେନ୍ରେ ନାବାଳକ ଜଣଙ୍କ ଭାସିଯାଇଥିବା ବେଳେ ପ୍ରାୟ ଅଧ ଘଣ୍ଟା ପରେ ୮ ବର୍ଷର ନାବାଳକକୁ ଉଦ୍ଧାର କରାଯାଇଛି । ତାକୁ ତୁରନ୍ତ କ୍ୟାପିଟାଲ ମେଡିକାଲରେ ଭର୍ତ୍ତି କରାଯାଇଛି ।
ତେବେ ତାଙ୍କର ମୃତ୍ୟୁ ଘଟିଥିବା ଡାକ୍ତରଖାନା ସୂତ୍ରରୁ ଜଣାପଡ଼ିଛି। ଉଦ୍ଧାର କାର୍ଯ୍ୟ ତ୍ୱରାନ୍ୱିତ ପାଇଁ ଅଗ୍ନିଶମ ଡିଜିଙ୍କୁ SRC ନିର୍ଦ୍ଦେଶ ଦେଇଥିଲେ । ମିଳିଥିବା ପ୍ରାଥମିକ ସୂଚନା ଅନୁସାରେ ନାବାଳକଟି ବେଲୁନ୍ ଧରିବାକୁ ଯାଇ ଭାସିଯାଇଥିଲା । ତେବେ ନାବାଳକକୁ ଲକ୍ଷ୍ମୀସାଗର ନିକଟ ନାଳରୁ ଉଦ୍ଧାର କରାଯାଇଥିଲା । ୟୁନିଟ-୩ ମସଜିଦ୍ କଲୋନୀ ପାଖ ଡ୍ରେନ୍ରେ ସେ ଭାସି ଯାଇଥିଲା ।
ପଢନ୍ତୁ ଏହି ଖବର: ମୋରମ ଖୋଳିବା ବେଳେ ଅଘଟଣ; ମାଟି ଅତଡ଼ା ଧସି ୨ ମହିଳାଙ୍କ ମୃତ
ପୂର୍ବରୁ ମଧ୍ୟ ଏମିତି ଘଟଣା ସାମ୍ନାକୁ ଆସିଛି । ଭୁବନେଶ୍ୱରରେ ଅନେକ ଡ୍ରେନ୍ ମୁକୁଳା ପଡ଼ିରହିଛି । ଏନେଇ ପୂର୍ବରୁ ବାରମ୍ବାର ଅଭିଯୋଗ ମଧ୍ୟ ହୋଇଛି । ପୂର୍ବରୁ ମଧ୍ୟ ଜଣେ ନାବାଳକ ଏଭଳି ଭାସିଯାଇଥିଲା ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1718708684.jpg)