KIIT Student Death
ଅଢ଼େଇ ମାସର ବ୍ୟବଧାନରେ କିଟ୍ ବିଶ୍ୱବିଦ୍ୟାଳୟରେ ପୁଣି ଜଣେ ନେପାଳୀ ଛାତ୍ରୀଙ୍କ ମୃତ୍ୟୁ ଏବେ ସାରା ରାଜ୍ୟରେ ହଇଚଇ ସୃଷ୍ଟି କରିଛି । ନିଜ ଘରଦ୍ୱାର, ଦେଶ ଛାଡି କିଟ୍କୁ ପାଠ ପଢିବାକୁ ଆସୁଥିବା ଜଣକ ପରେ ଜଣେ ଛାତ୍ରୀଙ୍କ ଜୀବନ କାହିଁକି ଅକାଳରେ ଚାଲିଯାଉଛି ତାହାର ନିରପେକ୍ଷ ତଦନ୍ତ ପାଇଁ ଦାବି ହେଉଥିବା ବେଳେ ଏହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ସେ କହିଛନ୍ତି, ''କିଟ୍ରେ ଛାତ୍ରୀ ମୃତ୍ୟୁ ଘଟଣାର ତଦନ୍ତ ଆରମ୍ଭ ହୋଇଛି । ପୋଲିସ ଯାହା କରିବା କଥା କରୁଛି । ବିଭାଗ ମଧ୍ୟ ପଦକ୍ଷେପ ନେବା ଆରମ୍ଭ କରିଛି । ମାମଲାର ପ୍ରାଥମିକ ତଦନ୍ତ ପରେ ହିଁ କୌଣସି କାର୍ଯ୍ୟାନୁଷ୍ଠାନ ନେଇ ସରକାର ବିଚାର କରିବେ ।''
ଅଧିକ ପଢ଼ନ୍ତୁ: କିଟ୍ ଛାତ୍ରୀ ମୃତ୍ୟୁକୁ ନେଇ ବଢିଲା ସନ୍ଦେହ, ହଷ୍ଟେଲରୁ ମୃତଦେହ ଉଦ୍ଧାର କଲା କିଏ ?
ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ମଧ୍ୟ କିଟ୍ ଛାତ୍ରୀ ମୃତ୍ୟୁକୁ ନେଇ ପ୍ରତିକ୍ରିୟା ରଖିଛନ୍ତି । ମନ୍ତ୍ରୀ କହିଛନ୍ତି, ଯୁବପିଢ଼ି ଆତ୍ମହତ୍ୟା ଆଡକୁ ଯିବା ଚିନ୍ତାର ବିଷୟ । କିଟ୍ ଘଟଣାରେ ରାଜ୍ୟ ସରକାର ଅନୁଧ୍ୟାନ କରୁଛନ୍ତି । ପିଲାଙ୍କ ଉପରେ ବିଶେଷଭାବେ ପରୀକ୍ଷା ଚାପ ରହୁଛି । ଛାତ୍ରଛାତ୍ରୀମାନେ ଚାପମୁକ୍ତ ରହିବା ଆବଶ୍ୟକ । ଛାତ୍ରଛାତ୍ରୀଙ୍କ ମଧ୍ୟରେ ଆତ୍ମହତ୍ୟା ପ୍ରବଣତା ଶେଷ କରିବାକୁ ସରକାର ଆଗାମୀ ଦିନରେ ପଦକ୍ଷେପ ନେବେ ।
ଅନ୍ୟପଟେ କିଟ୍ରେ ନେପାଳୀ ଛାତ୍ରୀଙ୍କ ମୃତ୍ୟୁ ମାମଲା ସମ୍ପର୍କରେ ରାଜ୍ୟ ସରକାର ଅବଗତ ଅଛନ୍ତି । ରାଜ୍ୟ ସରକାର ଛାତ୍ରୀଙ୍କ ପରିବାର ଲୋକଙ୍କୁ ସମସ୍ତ ପ୍ରକାର ସହାୟତା କରିବେ ବୋଲି କହିଛନ୍ତି । ଏଥିସହ ଘଟଣାର ସତ୍ୟତା ଜାଣିବା ପାଇଁ ତଦନ୍ତ ହେଉଥିବା କଥା ବି ଜଣାଇଛନ୍ତି ।
ଗତକାଲି ରାତି ପ୍ରାୟ ୮ଟା ୧୦ରେ କିଟ୍ କ୍ୟାମ୍ପସରେ ଛାତ୍ରୀଙ୍କ ମୃତ୍ୟୁ ନେଇ ଇନଫୋସିଟି ଥାନା ସୂଚନା ପାଇଥିଲା । ଏନେଇ ଛାତ୍ରୀଙ୍କ ପରିବାର ଲୋକଙ୍କୁ ସୂଚନା ଦିଆଯାଇଥିଲା । ଆଜି ମୃତ ଛାତ୍ରୀଙ୍କ ପରିବାର ଲୋକେ ପହଞ୍ଚିବା ପରେ ଭୁବନେଶ୍ୱର ଏମ୍ସରେ ମୃତଦେହ ବ୍ୟବଚ୍ଛେଦ କରାଯିବ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1746168642.jpg)