Advertisment

ଖୋଲିବ ଶ୍ରୀମନ୍ଦିର ଚାରିଦ୍ବାର, ଦୂର ହେବ ଦର୍ଶନ ଦୁର୍ଦ୍ଦଶା

ଖୋଲିବ ଶ୍ରୀମନ୍ଦିର ଚାରି ଦ୍ବାର । ଦୂର ହେବ ଭକ୍ତଙ୍କ ଦର୍ଶନ ଦୁର୍ଦ୍ଦଶା । ବୁଧବାର ରାଜ୍ୟରେ ବିଜେପି ସରକାରର ଶପଥ ଗ୍ରହଣ ସହ ଆରମ୍ଭ ହୋଇଯିବ କାଉଣ୍ଟଡାଉନ୍ ।

ଅଦ୍ୟତନ ହୋଇଛି
undefined

Srimandir

Advertisment

ହଟିବ ମହାପ୍ରଭୁଙ୍କ ଦର୍ଶନ କଟକଣା । ଭିଡ଼ କମିବ, ଦୂର ହେବ ଯନ୍ତ୍ରଣା। ଚାରି ଦ୍ୱାରରେ ପ୍ରବେଶ କରି ରତ୍ନସିଂହାସନରେ ଶ୍ରୀଜିଉଙ୍କ ମନଖୋଲା ଦର୍ଶନ କରିବେ ଶ୍ରଦ୍ଧାଳୁ । ଆସନ୍ତାକାଲି ରାଜ୍ୟରେ ବିଜେପି ସରକାରର ଶପଥ ଗ୍ରହଣ ରହିଥିବା ବେଳେ ଶ୍ରୀମନ୍ଦିର ଚାରି ଦ୍ୱାର ଖୋଲିବା ନେଇ ଆରମ୍ଭ ହୋଇଯାଇଛି ପ୍ରକ୍ରିୟା । ଶ୍ରୀମନ୍ଦିର ଯାଇ ସ୍ଥିତି ପରଖିଛନ୍ତି ବରିଷ୍ଠ ପୋଲିସ ଅଧିକାରୀ। ଏପଟେ ବଡଦାଣ୍ଡରୁ ହଟିଛି ଏସି ଟନେଲ ବ୍ୟାରିକେଡ୍। ପ୍ରଶାସନ କହିଛି, ଚାରି ଦ୍ବାର ଖୋଲିଲେ ଆଉ ଏହାର ଦରକାର ପଡ଼ିବନି ।

Advertisment

ଖୋଲିବ ଶ୍ରୀମନ୍ଦିର ଚାରି ଦ୍ବାର । ଦୂର ହେବ ଭକ୍ତଙ୍କ ଦର୍ଶନ ଦୁର୍ଦ୍ଦଶା । ବୁଧବାର ରାଜ୍ୟରେ ବିଜେପି ସରକାରର ଶପଥ ଗ୍ରହଣ ସହ ଆରମ୍ଭ ହୋଇଯିବ କାଉଣ୍ଟଡାଉନ୍ । ନିର୍ବାଚନ ପୂର୍ବରୁ ପ୍ରତିଶ୍ରୁତି ଦେଇଥିଲେ, ପ୍ରୟାସ ବି ଆରମ୍ଭ ହୋଇସାରିଛି । ପୁରୀରେ ପହଁଚି ଏସପି ପିନାକ ମିଶ୍ର ଏବଂ ଶ୍ରୀମନ୍ଦିର ଦର୍ଶନ ବ୍ୟବସ୍ଥା ସହ ଜଡିତ ବରିଷ୍ଠ ପୋଲିସ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି ଅତିରିକ୍ତ ଡିଜି ସୌମେନ୍ଦ୍ର ପ୍ରିୟଦର୍ଶୀ । ପରେ ଏସପି ଶ୍ରୀମନ୍ଦିର ଯାଇ ଚାରିଦ୍ବାର ଖୋଲିବା ନେଇ ସ୍ଥିତି ବି ପରଖିଥିବା ସୂଚନା ମିଳିଛି । ପ୍ରଶାସନର ଏଭଳି ତତ୍ପରତାକୁ ନେଇ ଶ୍ରଦ୍ଧାଳୁଙ୍କ ଖୁସିର ସୀମା ନାହିଁ।

ଅଧିକ ପଢ଼ନ୍ତୁ: ଶପଥ ପୂର୍ବରୁ ବଡ଼ ନିଷ୍ପତ୍ତି, ୩୦ ଯାଏଁ ସରକାରୀ କର୍ମଚାରୀଙ୍କୁ ଛୁଟି ମନା

Advertisment

ଏପଟେ ବଡଦାଣ୍ଡରୁ ଖୋଲାଯାଇଛି ଏସି ଟନେଲ୍ ବ୍ୟାରିକେଡ୍ । ଦେବସ୍ନାନ ପୂର୍ଣ୍ଣିମା ଏବଂ ରଥଯାତ୍ରା ପାଇଁ ବ୍ୟାରିକେଡ୍ ଖୋଲାଯାଇଥିବା କୁହାଯାଉଥିଲେ ବି, ଆଗକୁ ଏହାର ଆବଶ୍ୟକତା ପଡ଼ିନପାରେ ବୋଲି ପ୍ରଶାସନ କହିଛି । ଯାହା, ଚାରି ଦ୍ବାର ଖୋଲିବା ସମ୍ଭାବନାକୁ ଆହୁରି ବଢାଇଦେଇଛି। ବରିଷ୍ଠ ସେବାୟତ ଓ ପରିଚାଳନା କମିଟି ସେବାୟତ ପ୍ରତିନିଧି ବି ଚାହିଁ ବସିଛନ୍ତି ସରକାରଙ୍କ ନିଷ୍ପତ୍ତିକୁ ।

କୋଭିଡ ମହାମାରୀ ପରଠୁ ବନ୍ଦ ରହିଛି ଶ୍ରୀମନ୍ଦିର ଚାରି ଦ୍ବାର । ଏବେ ସବୁ ଦ୍ବାର ଖୋଲିବା ପୂର୍ବରୁ ଭକ୍ତଙ୍କ ପାଇଁ ବ୍ୟବସ୍ଥିତ ପ୍ରବେଶ, ବ୍ୟାରିକେଡ୍, ଜୋତା ଷ୍ଟାଣ୍ଡ ଏବଂ ପୋଲିସ ମୁତୟନ, ପ୍ରଶାସନ ପାଇଁ ଚ୍ୟାଲେଞ୍ଜ ରହିବ। ସେପଟେ ବିଜେପି ସରକାର ହେବାର ମାସକ ମଧ୍ୟରେ ରତ୍ନଭଣ୍ଡାର ଚାବି ହଜିବା ମାମଲାର ଯାଂଚ ରିପୋର୍ଟକୁ ସାର୍ବଜନୀନ କରାଯିବ ବୋଲି ନିର୍ବାଚନ ବେଳେ ପ୍ରତିଶ୍ରୁତି ଦେଇଥିଲେ ଗୃହମନ୍ତ୍ରୀ ଅମିତ ଶାହ। ଏଥିସହ ରତ୍ନଭଣ୍ଡାର ରହସ୍ୟ ଉପରୁ ପରଦା ହଟିବା ନେଇ ଆଶା ରହିଛି।

Advertisment
Puri Srimandir
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ