Advertisment

Teacher Arrested: ଛାତ୍ରୀଙ୍କୁ ଅସଦାଚରଣ: ବନ୍ଧାହେଲେ ରସିକିଆ ଗୁରୁ...

୨ ସ୍କୁଲ ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗରେ ଶିକ୍ଷକଙ୍କୁ ବାନ୍ଧିଛି ପୋଲିସ। ଝାରସୁଗୁଡ଼ା ଜିଲ୍ଲା ଲଇକେରା ଥାନା ଅଞ୍ଚଳର ଏ ଘଟଣା। ମାମଲାରେ ଅଭିଯୁକ୍ତ ଶିକ୍ଷକ ତ୍ରୈଲୋକ୍ୟନାଥ ମହାପାତ୍ରଙ୍କୁ ଗିରଫ କରିଛି ପୋଲିସ।

ଅଦ୍ୟତନ ହୋଇଛି
Teacher arrested for allegedly misbehaving with two students

Teacher arrested for allegedly misbehaving with two students

Advertisment

ଛାତ୍ରୀଙ୍କୁ ଅସଦାଚରଣ କରି ବନ୍ଧାହେଲେ ରସିକିଆ ଗୁରୁ। ୨ ସ୍କୁଲ ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗରେ ଶିକ୍ଷକଙ୍କୁ ବାନ୍ଧିଛି ପୋଲିସ। ଝାରସୁଗୁଡ଼ା ଜିଲ୍ଲା ଲଇକେରା ଥାନା ଅଞ୍ଚଳର ଏ ଘଟଣା। ମାମଲାରେ ଅଭିଯୁକ୍ତ ଶିକ୍ଷକ ତ୍ରୈଲୋକ୍ୟନାଥ ମହାପାତ୍ରଙ୍କୁ ଗିରଫ କରିଛି ପୋଲିସ।

Advertisment

ଅଭିଯୋଗ ଅନୁଯାୟୀ, ସଂପୃକ୍ତ ଶିକ୍ଷକ ଛାତ୍ରୀମାନଙ୍କୁ ପାଖକୁ ଡାକି ଆପତ୍ତିଜନକ ଆଚରଣ କରି ଆସୁଥିଲେ। ପୂର୍ବରୁ ଏନେଇ ଛାତ୍ରୀ ଦ୍ବୟ ପରିବାର ଲୋକଙ୍କୁ ଜଣାଇବା ସହ ବ୍ଳକ ଶିକ୍ଷା ଅଧିକାରୀଙ୍କୁ ଜଣାଇଥିଲେ। ବ୍ଲକ ଶିକ୍ଷାଧିକାରୀ ତୁରନ୍ତ ପଦକ୍ଷେପ ଗ୍ରହଣ ସ୍ବରୂପ, ସଂପୃକ୍ତ ଶିକ୍ଷକଙ୍କୁ ଡେପୁଟେସନରେ ପଠାଇବାକୁ ନିଷ୍ପତ୍ତି ନେଇଥିଲେ। ତେବେ ଗତକାଲି ୨ଛାତ୍ରୀଙ୍କ ପରିବାର ଲଇକେରା ଥାନା ଅଭିଯୋଗ ପରେ, ପୋଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତ ଶିକ୍ଷକ ତ୍ରୈଲୋକ୍ୟନାଥ ମହାପାତ୍ରଙ୍କୁ ଗିରଫ କରିଛି।

ଏପଟେ ବାଲେଶ୍ବର ଏଫ୍.ଏମ୍ କଲେଜ ଛାତ୍ରୀ ଆତ୍ମାହୂତି ଘଟଣାରେ ମୁଖ୍ୟମନ୍ତ୍ରୀ, କେନ୍ଦ୍ରଶିକ୍ଷା ମନ୍ତ୍ରୀ, ଉଚ୍ଚଶିକ୍ଷା ମନ୍ତ୍ରୀ, ସାଂସଦ ଓ ବିଧାୟକଙ୍କ ଇସ୍ତଫା ଦାବି କରିଛି ବିଜେଡି । ସରକାର ନିରବଦ୍ରଷ୍ଟା ସାଜିଲେ । ସୌମ୍ୟାଶ୍ରୀଙ୍କୁ ନ୍ୟାୟ ଦେଲେ ନାହିଁ ବୋଲି ବିଜେଡି ଅଭିଯୋଗ ଆଣିଛି । ସୌମ୍ୟଶ୍ରୀଙ୍କୁ ନ୍ୟାୟ ଦେବା ପାଇଁ ବିଜେଡି ଆଜିଠୁ ରାଜରାସ୍ତାକୁ ଓହ୍ଲାଇଲା ବୋଲି ବିଜେଡି କହିଛି । ଘଟଣାର ବିଚାର ବିଭାଗୀୟ ତଦନ୍ତ ହେଉ ବୋଲି ଦଳ ଦାବି କରିଛି । ସେପଟେ ବିଜେପି କହିଛି ସ୍ଥିତିର ସୁବିଧା ନେଇ ରାଜନୈତିକ ରୁଟି ସେକିବାକୁ ବିଜେଡି ପ୍ରୟାସ କରୁଛି । ଯେତେବେଳେ ସୌମ୍ୟାଶ୍ରୀ ଲଢ଼େଇ କରୁଥିଲେ ସେତେବେଳେ ଏମାନେ କେଉଁଠି ଥିଲେ । ଏଭଳି ଆଚରଣ କରୁଥିବା ଦଳକୁ ବିଜେପି ରାଜନୈତି ଶାଗୁଣାର ଆଖ୍ୟା ଦେଇଛି ।

Advertisment

ଅନ୍ୟପଟେ ବାଲେଶ୍ବର ଘଟଣାକୁ ବିରୋଧ କରି ଓଡ଼ିଶା ବନ୍ଦ ଡାକରା। ଆସନ୍ତା ୧୭ ତାରିଖରେ ଓଡ଼ିଶା ବନ୍ଦ ଡାକରା ଦେଲା କଂଗ୍ରେସ। କଂଗ୍ରେସ, ବାମଦଳ ସମେତ ୭ ରାଜନୈତିକ ଦଳର ଓଡ଼ିଶା ବନ୍ଦ ଡାକରା ଦେଇଛନ୍ତି। ସ୍କୁଲ, କଲେଜ, ଦୋକାନ ବଜାର ବନ୍ଦ ରଖିବାକୁ ନିଷ୍ପତ୍ତି ହୋଇଛି। ବନ୍ଦ ରହିବ ଗାଡ଼ି ମୋଟର ଚଳାଚଳ। ଶାନ୍ତିପୂର୍ଣ୍ଣ ଭାବରେ ବନ୍ଦ ପାଳନ କରିବାକୁ ଘୋଷଣା କରିଛି କଂଗ୍ରେସ। ଓଡ଼ିଶା ବନ୍ଦକୁ ସଫଳ କରିବା ପାଇଁ ସମସ୍ତଙ୍କୁ ଅପିଲ୍ କରିଛନ୍ତି ୭ଟି ରାଜନୈତିକ ଦଳ। ଏନେଇ ମିଳିତ ବିରୋଧୀ ଦଳ ପକ୍ଷରୁ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି।

ଅଧିକ ପଢନ୍ତୁ: ବାଲେଶ୍ବର ଘଟଣାକୁ ବିରୋଧ; ଆସନ୍ତା ୧୭ ତାରିଖରେ ଓଡ଼ିଶା ବନ୍ଦ ଡାକରା ଦେଲା କଂଗ୍ରେସ...

Advertisment
Student Baleswar
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ