Tattoo In Foreign Woman: ବିଦେଶିନୀଙ୍କ ଜଙ୍ଘରେ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଟାଟୁ ଘଟଣାରେ ଦୁଇଜଣଙ୍କୁ ଗିରଫକଲା ପୋଲିସ୍

ବିଦେଶିନୀଙ୍କ ଜଂଘରେ ମହାପ୍ରଭୁ ଜଗନ୍ନାଥଙ୍କ ଟାଟୁ ମାମଲାରେ ଦୁଇ ଜଣଙ୍କୁ ଗିରଫ କଲା କମିଶନରେଟ୍ ପୋଲିସ । ବିଦେଶିନୀଙ୍କ ଜଂଘରେ ମହାପ୍ରଭୁ ଜଗନ୍ନାଥଙ୍କ ଟାଟୁକୁ ନେଇ ଅସନ୍ତୋଷ ଦେଖାଦେଇଥିଲା ।

ତୀବ୍ର ବିରୋଧ ପରେ ୨ ଗିରଫ । 

ବିଦେଶିନୀଙ୍କ ଜଂଘରେ ମହାପ୍ରଭୁ ଜଗନ୍ନାଥଙ୍କ ଟାଟୁ ମାମଲାରେ ଦୁଇ ଜଣଙ୍କୁ ଗିରଫ କଲା କମିଶନରେଟ୍ ପୋଲିସ । ବିଦେଶିନୀଙ୍କ ଜଂଘରେ ମହାପ୍ରଭୁ ଜଗନ୍ନାଥଙ୍କ ଟାଟୁକୁ ନେଇ ଅସନ୍ତୋଷ ଦେଖାଦେଇଥିଲା । ଓଡ଼ିଆଙ୍କ ଆରାଧ୍ୟ ଦେବତା ଶ୍ରୀଜଗନ୍ନାଥଙ୍କ ଚିତ୍ରକୁ ଶରୀରର ଏଭଳି ସ୍ଥାନରେ ଟାଟୁ କରିବାକୁ ନେଇ ଥାନାରେ ଅଭିଯୋଗ ମଧ୍ୟ ହୋଇଥିଲା ।

ଏନେଇ ହିନ୍ଦୁ ସେନା ଗତକାଲି ସହିଦ ନଗର ଥାନାରେ ଲିଖିତ ଅଭିଯୋଗ କରିଥିଲା । ସୂଚନା ମୁତାବକ, ଭୁବନେଶ୍ୱରର ଏକ ଟାଟୁ ସେଣ୍ଟରରେ ଏଭଳି ଟାଟୁ କରାଇଥିଲେ ଜଣେ ବିଦେଶୀ ମହିଳା ।

ନିଜ ସୋସାଲ ମିଡିଆ ଆକାଉଣ୍ଟରେ ମହିଳା ଜଣକ ଏହାକୁ ଅପଲୋଡ୍ କରିବା ପରେ ଏହାକୁ ନେଇ ବିବାଦ ଆରମ୍ଭ ହୋଇଥିଲା । ତେବେ ଏହାପରେ ସହିଦ ନଗରର ସମ୍ପୃକ୍ତ ଟାଟୁ ଦୋକାନ ମାଲିକ ଓ ଟାଟୁ ଆଙ୍କିଥିବା ବ୍ୟକ୍ତିଙ୍କୁ କମିଶନରେଟ୍ ପୋଲିସ ଗିରଫ କରିଛି । ଧର୍ମୀୟ ଭାବନା କୁଠାରଘାତ ଅଭିଯୋଗରେ ଉଭୟଙ୍କୁ ଗିରଫ କରାଯାଇଥିବା ନେଇ ସୂଚନା ମିଳିଛି । ଅନ୍ୟପଟେ ଟାଟୁ ଦୋକାନ ମାଲିକ ଓ ବିଦେଶିନୀ ଏହି ଘଟଣାରେ କ୍ଷମା ମାଗିଛନ୍ତି ।

ଘଟଣାକୁ ନେଇ ହିନ୍ଦୁ ସେନାର କର୍ମକର୍ତ୍ତା କହିଛନ୍ତି, ଜଣେ ବିଦେଶିନୀ  ଜଂଘରେ ଓଡ଼ିଆଙ୍କ ଆରାଧ୍ୟ ଦେବତା ଶ୍ରୀଜଗନ୍ନାଙ୍କ ଚିତ୍ର କରିଛନ୍ତି । ଏହାକୁ ଆମେ ବିରୋଧ କରୁଛୁ । ଏନେଇ ଥାନାରେ ଅଭିଯୋଗ ମଧ୍ୟ କରାଯାଇଛି । 

ଅଧିକ ପଢ଼ନ୍ତୁ : କିଟ୍ କେଳେଙ୍କାରୀର ଗୁମର ଲୁଚାଇବାକୁ କେଉଁମାନେ ସାଜିଥିଲେ ସୁରକ୍ଷା ଢାଲ ?