Girl’s Snake-like Behavior
ସାପ ଭଳି ଭୂଇଁରେ ଗଡ଼ୁଛି ଝିଅ, ସାପ ଭଳି ସଁ ସଁ ଗର୍ଜନ କରୁଛି, ଆଉ କାନ୍ଦି କାନ୍ଦି କହୁଛି ମୋତେ ମାରନି। ମୟୂରଭଞ୍ଜ ଜିଲ୍ଲା ଉଦଳା ଅଞ୍ଚଳରେ ଦେଖିବାକୁ ମିଳିଛି ଏଭଳି ଅଜବ ଘଟଣା। ବିଜ୍ଞାନ ଯୁଗରେ ଏଭଳି ଅନ୍ଧବିଶ୍ବାସକୁ ନେଇ ଚର୍ଚ୍ଚା ଜୋର୍ ଧରିଛି।
ସୂଚନା ଅନୁସାରେ, ଜଣେ ବ୍ୟକ୍ତି ତାଙ୍କ ଘରେ ଏକ ବିଷାକ୍ତ ନାଗ ସାପ ପଶିଥିବା ଖବର ପାଇ ଘଟଣାସ୍ଥଳରେ ସ୍ନେକ ହେଲ୍ପ ଲାଇନ ସଦସ୍ୟ ପହଞ୍ଚିଥିଲେ । ତେବେ ସାପକୁ ଉଦ୍ଧାର କରିବାକୁ ଚେଷ୍ଟା କରିବାରୁ ଅଚାନକ ସେହି ବ୍ୟକ୍ତିଙ୍କ ଝିଅ ଭୂଇଁରେ ଲୋଟି ଏଭଳି ଅଜବ କାଣ୍ଡ ଦେଖାଇଥିଲେ । କାନ୍ଦି କାନ୍ଦି କହିଥିଲେ, ମୁଁ ଯିବି ନାହିଁ, ମୋତେ ନିଅ ନାହିଁ, ମୁଁ ଏହିଠାରେ ରହିବି, ମୋତେ ମାରନି, ମୁଁ କାହାରି କ୍ଷତି କରିବିନି।
ଅଧିକ ପଢନ୍ତୁ: ଚର୍ଚ୍ଚାରେ ଦୁନିଆର ସବୁଠୁ ଛୋଟ ଦେଶ, ଯେଉଁଠି ରହନ୍ତି ମାତ୍ର ୩୩ ଲୋକ...
ଦିନକ ପୂର୍ବରୁ ପରିବାର ଲୋକେ ସାପକୁ ବାଡ଼ିରେ ଆଘାତ କରିବାରୁ ସେହି ଝିଅ ଦେହରେ ବି ମାଡ଼ର ଚିହ୍ନ ଦେଖା ଦେଇଥିବା ଲୋକମାନେ କହୁଛନ୍ତି। ପୂର୍ବରୁ ନାଗ ପଞ୍ଚମୀ ଓ ବସନ୍ତ ପଞ୍ଚମୀରେ ଝିଅ ଦେହରେ ଏଭଳି ପ୍ରତିକ୍ରିୟା ଦେଖିବା ସହିତ ସାପ ଭଳି ଦେହରେ ଚିହ୍ନ ବସି ଯାଉଥିବା କହିଛନ୍ତି ପରିବାର ଲୋକେ। ତେବେ ଏସବୁ ଦାବି ପଛର ସତ୍ୟତା କେତେ, ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ତେବେ ଏ ସମ୍ପର୍କରେ ମାନସିକ ରୋଗ ବିଶେଷଜ୍ଞ ଡାକ୍ତର ଶୁଭେନ୍ଦୁ ନାରାୟଣ ମିଶ୍ର କହିଛନ୍ତି, ଯେଉଁମାନଙ୍କର ଭଗବାନ ହୁଅନ୍ତୁ କିମ୍ବା କୌଣସି ଜିନିଷ ପ୍ରତି ଅଗାଢ ବିଶ୍ବାସ ଥିବ, ତାହାଲେ ମାନସିକ ଭାବେ ସେମାନେ ସେ ପ୍ରତି ଜଡିତ ହୋଇଯାଆନ୍ତି। ଏହି କ୍ଷେତ୍ରରେ ମଧ୍ୟ ସେହିଭଳି ପରିସ୍ଥିତି ସୃଷ୍ଟି ହୋଇଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1748674386.jpg)