ଫେବ୍ରୁଆରୀରେ ସୁଭଦ୍ରା ଟଙ୍କା
ଆସନ୍ତା ୮ରେ ମିଳିବ ‘ସୁଭଦ୍ରା’ ଟଙ୍କା । ଯାଜପୁରରେ ପ୍ରଥମ କିସ୍ତିର ୪ର୍ଥ ପର୍ଯ୍ୟାୟ ‘ସୁଭଦ୍ରା’ ଟଙ୍କା ପ୍ରଦାନ କରାଯିବ । ତାପୂର୍ବରୁ NPCI ସମସ୍ୟା ଥିବା ହିତାଧିକାରୀଙ୍କୁ ବ୍ୟାଙ୍କ ଯାଇ କ୍ଲିଅର କରିବାକୁ ଅପିଲ କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଆସନ୍ତା ୩ ଓ ୪ ତାରିଖ ବ୍ୟାଙ୍କ ଯାଇ NPCI ଚେକ୍ କରିପାରିବେ । ଏବେ ବି ଅଢେଇ ଲକ୍ଷ ହିତାଧିକାରୀଙ୍କ ଏନପିସିଆଇ ସମସ୍ୟା ଅଛି ।
ସେହିପରି ଲକ୍ଷେରୁ ଅଧିକ ହିତାଧିକାରୀଙ୍କ କେୱାଇସି ସମସ୍ୟା ରହିଛି । ତେଣୁ ୮ ତାରିଖ ପୂର୍ବରୁ ଏହାର ସମାଧାନ କରିଦେଲେ ଚତୁର୍ଥ ପର୍ଯ୍ୟାୟ ସୁଭଦ୍ରାରେ ସାମିଲ ହୋଇପାରିବେ । ଚତୁର୍ଥ ପର୍ଯ୍ୟାୟରେ ୧ କୋଟି ଟପିପାରେ ହିତାଧିକାରୀ ସଂଖ୍ୟା । ଫେବ୍ରୁଆରୀରେ ଯଦି ବଞ୍ଚିତ ହୁଅନ୍ତି, ଯାଞ୍ଚ କରିବାକୁ ମାସେ ସମୟ ରହିଛି। ମାର୍ଚ୍ଚ ୮ ସୁଦ୍ଧା ଯାଞ୍ଚକରି ତଥ୍ୟ ଦାଖଲ କଲେ ଟଙ୍କା ପାଇପାରିବେ ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1738475778.jpg)