Advertisment

ଆଜିଠୁ ଆରମ୍ଭ ସୁଭଦ୍ରା ଫର୍ମ ସଂଗ୍ରହ, ମୋ ସେବା ଓ ଜନସେବା କେନ୍ଦ୍ରରେ କରି ହେବ ଆବେଦନ

ସୁଭଦ୍ରା ଯୋଜନାରେ ସାମିଲ ହେବା ପାଇଁ ମୋ ସେବା, ଜନସେବା କେନ୍ଦ୍ରରେ ଅନଲାଇନରେ ଆବେଦନ କରିହେବ ।

ଅଦ୍ୟତନ ହୋଇଛି
SUBHADRA Yojana Form Submission Starts Today

Subhadra Yojana

Advertisment

ସୁଭଦ୍ରା ଯୋଜନାରେ ସାମିଲ ହେବାକୁ ହିତାଧିକାରୀଙ୍କ ପାଇଁ ଆଜିଠୁ ଆରମ୍ଭ ହେଉଛି ସୁଭଦ୍ରା ଫର୍ମ ସଂଗ୍ରହ । ସବୁ ଯୋଗ୍ୟ ମହିଳା ଯୋଜନାରେ ସାମିଲ ହେବା ଯାଏଁ ଚାଲୁ ରହିବ ଚିହ୍ନଟ ପ୍ରକ୍ରିୟା । ଏଥିପାଇଁ ଗାଁ ଗାଁରେ ବଣ୍ଟା ଚାଲିଛି ଫର୍ମ । subhadra.odisha.gov.in ଏହି ପୋର୍ଟାଲରେ ସୂଚନା ପାଇପାରିବେ ହିତାଧିକାରୀ ।

Advertisment

ସୁଭଦ୍ରା ଯୋଜନାରେ ସାମିଲ ହେବା ପାଇଁ ମୋ ସେବା, ଜନସେବା କେନ୍ଦ୍ରରେ ଅନଲାଇନରେ ଆବେଦନ କରିହେବ । ଏପଟେ ଆଧାର କାର୍ଡ ସଂଶୋଧନ ପାଇଁ ଡାକଘରେ ଓ ଜନସେବା କେନ୍ଦ୍ରରେ ଆବେଦନକାରୀଙ୍କ ଭିଡ଼ ଜମୁଛି।

ଅଧିକ ପଢ଼ନ୍ତୁ: ‘ସେପ୍ଟେମ୍ବର ସୁଦ୍ଧା ହିତାଧିକାରୀଙ୍କୁ ଦିଆଯିବ ନୂଆ ରାସନ କାର୍ଡ’

ଖାଲି ସେତିକି ନୁହେଁ, ସୁଭଦ୍ରା ଆଶାୟୀଙ୍କ ଭିଡ଼ର ଫାଇଦା ଉଠାଇ କେତେକ ଜନସେବା କେନ୍ଦ୍ର ମାଲିକ ଅର୍ଥ ଶୋଷଣ କରୁଥିବା ଅଭିଯୋଗ ହୋଇଛି । ଏଇ ଯେମିତି ଭଦ୍ରକ ବାସୁଦେବପୁର ବ୍ଲକ୍ ରଥପଦାର ମାହେଶ୍ବରୀ କମନ୍ ସର୍ଭିସ୍ ସେଣ୍ଟର । ସରକାରଙ୍କ ନିୟମ ଅନୁସାରେ, ନୂଆ ଆଧାର ତିଆରି ସଂପୂର୍ଣ୍ଣ ମାଗଣା ହୋଇଥିବା ବେଳେ ଆଧାର ସଂଶୋଧନ ପାଇଁ ୫୦ ଟଙ୍କା ଦେୟ ବ୍ୟବସ୍ଥା ହୋଇଛି। କିନ୍ତୁ ଏହି କେନ୍ଦ୍ରର ମାଲିକ ଲୋକଙ୍କଠାରୁ ଆଧାର ଅପଡେଟ୍ କରାଇଦେବାକୁ ୨୦୦ରୁ ୨୫୦ ଟଙ୍କା ନେଉଥିବା ଅଭିଯୋଗ ଆସିଛି । ହେଲେ ସେଣ୍ଟର ମାଲିକଙ୍କ କହିବା କଥା, ସେ ବାହାରୁ ଲୋକ ଭଡ଼ାରେ ଆଣି ଘରୋଇ ସଂସ୍ଥା ଭାବେ ଆଧାର ଅପଡେଟ୍ କରାଉଛନ୍ତି । ସେଥିପାଇଁ ଅଧିକ ଦେୟ ନେଉଛନ୍ତି ।

Advertisment

ଏପଟେ ଜନସେବା କେନ୍ଦ୍ର ପ୍ରଶାସନ ଓଡ଼ିଶା ମୁଖ୍ୟ କହିଛନ୍ତି, ମୋବାଇଲ୍ ନମ୍ବର, ବାୟୋମେଟ୍ରିକ ବା ଟିପ ଚିହ୍ନ, ମୁହଁ ଚିହ୍ନଟ ଓ ଆଖିଡୋଳା ଚିହ୍ନଟ ଭଳି ୪ଟି ମୋଡରେ ହୋଇପାରିବ ସୁଭଦ୍ରା ଯୋଜନା ଆଧାର ଅଥେଣ୍ଟିକେସନ । ଏ ଭିତରୁ କୌଣସି ଗୋଟିଏ ମାଧ୍ୟମରେ ଆବେଦନକାରୀଙ୍କ ଆଧାର ଅଥେଣ୍ଟିକେସନ ହୋଇପାରୁଛି, ତେବେ ଆଧାର ଅପଡେଟ୍ ପାଇଁ ଏବେ ଲାଇନ ଲଗାଇବାର କୌଣସି ଆବଶ୍ୟକତା ନାହିଁ । ଅନ୍ୟପକ୍ଷରେ ଯଦି କୌଣସି ଜନସେବା କେନ୍ଦ୍ର, ଆଧାର ଅପଡେଟ୍ ପାଇଁ ସରକାରଙ୍କ ଦ୍ବାରା ଧାର୍ଯ୍ୟ ଦରଠୁ ଅଧିକ ଅର୍ଥ ମାଗୁଛନ୍ତି, ଲୋକେ ୧୪୬୭୮ ହେଲଲାଇପ୍ ନମ୍ବରରେ ଅଭିଯୋଗ କରିପାରିବେ। ଏଭଳି କ୍ଷେତ୍ରରେ ଜନସେବା କେନ୍ଦ୍ର ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ।

ଅଧିକ ପଢ଼ନ୍ତୁ: ଆରମ୍ଭ ହେଲା ‘ସୁଭଦ୍ରା’ ଯୋଜନା ଆବେଦନ, ଫର୍ମ ପାଇଁ ଅଙ୍ଗନବାଡ଼ି କେନ୍ଦ୍ରରେ ଲମ୍ବା ଲାଇନ୍

Advertisment

Subhadra
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ