୨୨ରେ ‘ସୁଭଦ୍ରା’ କିସ୍ତି
ଏପ୍ରିଲ ୨୨ରେ ମିଳିବ ‘ସୁଭଦ୍ରା’ କିସ୍ତି । ଅଯୋଗ୍ୟ ହିତାଧିକାରୀଙ୍କ ସର୍ଭେ ପରେ ପ୍ରଥମ କିସ୍ତିର ଷଷ୍ଠ ପର୍ଯ୍ୟାୟ ଟଙ୍କା ଦିଆଯିବ ବୋଲି ଆଜି ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଏପ୍ରିଲ ୨୨ ଓ ୨୩ ତାରିଖରେ ନୂତନ ଆବେଦନକାରୀଙ୍କୁ ସୁଭଦ୍ରା ଟଙ୍କା ମିଳିବ । ୧ ଲକ୍ଷ ୭୦ ହଜାର ହିତାଧିକାରୀଙ୍କ ଭିତରୁ ଯେଉଁମାନେ ଯୋଗ୍ୟ ସେମାନେ ପାଇବେ ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି । ଏହା ସହ ସେ କହିଛନ୍ତି ଯେ, ଏଇ ରବିବାର ସୁଦ୍ଧା ୧ ଲକ୍ଷ ୭୦ ହଜାର ନୂଆ ଆବେଦନ କରିଛନ୍ତି ।
ଅଧିକ ପଢ଼ନ୍ତୁ: ବିଜେଡିରେ ଯୋଗଦେବେ ସୁଜାତା ! ଧରିବେ ଶଙ୍ଖ ଦଳର ମଙ୍ଗ ?
ସେହିପରି ସେ ଆହୁରି କହିଛନ୍ତି, ସୁଭଦ୍ରାକୁ ସହଜ କରିବା ପାଇଁ ସର୍ଭେ ହେବ । ଅଯୋଗ୍ୟ ହିତାଧିକାରୀଙ୍କ ସର୍ଭେ ପରେ ତୃତୀୟ କିସ୍ତି ଦିଆଯିବ । ତୃତୀୟ କିସ୍ତି ପରେ ଯେଉଁମାନଙ୍କ ବୟସ ୨୧ ବର୍ଷ ହୋଇଯାଇଥିବ ସେମାନଙ୍କ ପାଇଁ ପୁଣି ସୁଭଦ୍ରା ପୋର୍ଟାଲ ଓପନ୍ ହେବ ।
ତେବେ ପୂର୍ବରୁ ମାର୍ଚ୍ଚ ୩୧ ତାରିଖ ଆବେଦନର ଶେଷ ହେବ ବୋଲି କୁହାଯାଇଥିଲା । ରବିବାର ସୁଦ୍ଧା ଯାହା ରିପୋର୍ଟ ଆସିଛି ୧ ଲକ୍ଷ ୭୦ ହଜାର ହିତାଧିକାରୀଙ୍କ ନୂଆ ଆବେଦନ ଆସିଛି । ଜିଲ୍ଲାୱାରୀ ସବୁ ଆବେଦନର ସର୍ଭେ କରାଯିବ । ଆସନ୍ତା ୨୨ ଏବଂ ୨୩ ତାରିଖରେ ଏହି ୧ ଲକ୍ଷ ୭୦ ହଜାର ହିତାଧିକାରୀଙ୍କ ଭିତରୁ ଯେଉଁମାନେ ଯୋଗ୍ୟ ସେମାନେ ସୁଭଦ୍ରା ଟଙ୍କା ପାଇବେ ବୋଲି ପ୍ରଭାତୀ ପରିଡ଼ା କହିଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1744010551.jpg)