Advertisment

ଦୂର ହେବ ‘ସୁଭଦ୍ରା’ ଦ୍ୱନ୍ଦ୍ୱ, ଲୋକଙ୍କ ସଚେତନ କରିବା ପାଇଁ ଗଡ଼ବ ରଥ

ସଚେତନତା ଭ୍ୟାନରେ ଜଣେ ଜଣେ ନୋଡାଲ ଅଧିକାରୀ ଦାୟିତ୍ୱରେ ରହିବେ । ଭିଡିିଓ କନଫରେନ୍ସ ଜରିଆରେ ସ୍ଥିତି ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ।

author-image
Satyendu Shekher Mishra
Subhadra Ratha

Subhadra Ratha

ସୁଭଦ୍ର ଦ୍ୱନ୍ଦ୍ୱ ଦୂର କରିବାକୁ ଗଡ଼ିବ ସଚେତନତା ରଥ । ସୁଭଦ୍ରା ଯୋଜନା ସଂପର୍କିତ ସୂଚନା ପାଇଁ କାଲିଠୁ ଗଡ଼ିବ ସଚେତନତା ରଥ। ସୁଭଦ୍ରା ଯୋଜନାର କାର୍ଯ୍ୟ ଅଗ୍ରଗତି ନେଇ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଏହି ନିଷ୍ପତ୍ତି ହୋଇଛି। ହିତାଧିକାରୀଙ୍କୁ ସୂଚନା ପ୍ରଦାନ ଓ ସଚେତନ କରିବା ପାଇଁ କାଲିଠାରୁ ଆସନ୍ତା ୧୬ ତାରିଖ ପର୍ଯ୍ୟନ୍ତ ଗଡିବ ସଚେତନତା ରଥ। 

Advertisment

ରଥ କେଉଁ ରାସ୍ତାରେ ପରିଭ୍ରମଣ କରିବ, ତାହାର ନକ୍ସା ସେହି ଅଂଚଳର ଜନପ୍ରତିନିଧି ଏବଂ ଅଂଶଗ୍ରହଣକାରୀଙ୍କୁ ଜଣାଯିବ। ଫଳରେ ଜନପ୍ରତିନିଧିମାନେ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇପାରିବେ। ସଚେତନତା ଭ୍ୟାନ ପରିକ୍ରମା ପାଇଁ ବ୍ଲକ, ଜିଲ୍ଲା ସହିତ କେବଳ ଭ୍ୟାନ ପାଇଁ ଜଣେ ଜଣେ ନୋଡାଲ ଅଧିକାରୀ ଦାୟିତ୍ୱରେ ରହିବେ।

ସେପଟେ ନକଲି ଓେୱେ୍ ସାଇଟରେ ଯେପରି ଆବେଦନକାରୀ ଆବେଦନ ନକରନ୍ତି, ତାହାକୁ ନିଶ୍ଚିତ କରିବା ସହ, ଏହା ଜଣା ପଡିଲେ ତୁରନ୍ତ ରାଜ୍ୟ କର୍ତ୍ତୃପକ୍ଷଙ୍କୁ ଜଣାଇବା ସହ କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦିଆଯାଇଛି। ଭିଡ଼ିଓ କନଫରେନ୍ସ ଜରିଆରେ ରାଜସ୍ୱ ଆୟୁକ୍ତ, ଜିଲ୍ଲାପାଳ ଏବଂ ସମସ୍ତ ମହାନଗର ନିଗମର କମିଶନରଙ୍କ ସହିତ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ବୈଠକ ମାଧ୍ୟମରେ ସ୍ଥିତି ସମୀକ୍ଷା କରିଛନ୍ତି। ଲୋକସେବା ଭବନ ଆୟୋଜିତ ବୈଠକରେ ଉନ୍ନୟନ କମିଶନରଙ୍କ ସମେତ ଯୋଜନା ସଂମ୍ପର୍କିତ ବିଭିନ୍ନ ବିଭାଗରେ ପ୍ରମୁଖ ଶାସନ ସଚିବ ଏବଂ ଭୁବନେଶ୍ୱର ମହାନଗର ନିଗମ କମିଶନରଙ୍କ ଉପସ୍ଥିତ ଥିଲେ।

Advertisment

ଅନ୍ୟପଟେ ସୁଭଦ୍ରା ଫର୍ମ ପାଇଁ ଟଙ୍କା ମାଗିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କୁହାଯାଇଛି । ସୁଭଦ୍ରା ଯୋଜନାକୁ ନେଇ ୭ ଜିଲ୍ଲାର ଜିଲ୍ଲାପାଳଙ୍କୁ ମହିଳା ଓ ଶିଶୁ ବିକାଶ ବିଭାଗ ଅତିରିକ୍ତ ସଚିବ ଚିଠି କରିଛନ୍ତି । ବାଲେଶ୍ୱର, ଭଦ୍ରକ, କଟକ, ଜଗତସିଂହପୁର, ଯାଜପୁର, କେନ୍ଦ୍ରାପଡ଼ା ଓ ପୁରୀ ଜିଲ୍ଲାପାଳଙ୍କୁ କରାଯାଇଥିବା ଚିଠିରେ ସୁଭଦ୍ରା ଫର୍ମ ପାଇଁ ଟଙ୍କା ମାଗିଲେ କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦିଆଯାଇଛି।

ଚିଠିରେ ଉଲ୍ଲେଖ ରହିଛି ଯେ, କିଛି ସ୍ଥାନରେ ଅଙ୍ଗନବାଡ଼ି କର୍ମୀ ଫର୍ମ ଓ ଫର୍ମ ପୂରଣ ପାଇଁ ଟଙ୍କା ମାଗୁଥିବାର ଅଭିଯୋଗ ଆସିଛି। ଏହାର ତଦନ୍ତ କରି କଡ଼ା କାର୍ଯ୍ୟାନୁଷ୍ଠାନ ନିଅ । ଅଙ୍ଗନବାଡ଼ି କର୍ମୀ କିମ୍ବା ICDS ଷ୍ଟାଫ୍ ଏଥିରେ ସଂପୃକ୍ତ ଥିଲେ ବି କାର୍ଯ୍ୟାନୁଷ୍ଠାନ ପାଇଁ କୁଯାଇଛି ।

BJD BJP Congress Odisha Politics
Advertisment
Advertisment