Shree Jagannatha Temple Puri Properties Security:
ଶ୍ରୀଜଗନ୍ନାଥଙ୍କ ସଂପତ୍ତି ସୁରକ୍ଷା ନେଇ କଡ଼ାକଡ଼ି ପାଳନ ହେବ ହାଇକୋର୍ଟଙ୍କ ରାୟ। କୌଣସି ନ୍ୟସ୍ତସ୍ବାର୍ଥ ବ୍ୟକ୍ତି ବା ଅନୁଷ୍ଠାନର ଲୋଲୁପ ଦୃଷ୍ଟିକୁ ବରଦାସ୍ତ କରାଯିବନି। ସ୍ବଚ୍ଛତାର ସହ ସମାନ ନୀତିରେ ଶ୍ରୀମନ୍ଦିରର ଜମି ସୁରକ୍ଷା କରାଯିବ। ଶ୍ରୀଜିଉ ଓ ଶ୍ରୀମନ୍ଦିର ସଂପତ୍ତିର ସୁରକ୍ଷା ନେଇ ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏହା ସ୍ପଷ୍ଟ କରାଯାଇଛି। ସେପଟେ ଶ୍ରୀମନ୍ଦିର ରେକର୍ଡପତ୍ରର ଡିଜିଟାଇଜେସନ୍, ମନ୍ଦିର ସଂପତ୍ତି ମ୍ୟୁଟେସନ୍ ଓ ହସ୍ତାନ୍ତର ପ୍ରସଙ୍ଗରେ ମାର୍ଗଦର୍ଶିକା ଆଣିବାକୁ କହିଛନ୍ତି ଉଚ୍ଚ ନ୍ୟାୟାଳୟ। ଶ୍ରୀଜଗନ୍ନାଥଙ୍କ ସମ୍ପତ୍ତି ସୁରକ୍ଷା ନେଇ ଆଉ କଣ କଣ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ ଆସନ୍ତୁ ଜାଣିବା...
ଶ୍ରୀଜଗନ୍ନାଥଙ୍କ ସମ୍ପତ୍ତିର ସୁରକ୍ଷା ସୁନିଶ୍ଚିତ କର । ଏ ନେଇ ପ୍ରକ୍ରିୟା ବ୍ୟବସ୍ଥିତ କର, ଫଳପ୍ରଦ ଓ ପ୍ରଭାବୀ ପଦକ୍ଷେପ ନିଅ । ଶ୍ରୀଜଗନ୍ନାଥ ମନ୍ଦିର ସମ୍ପତ୍ତି ବିବାଦ ସଂପର୍କିତ ଏକ ମାମଲାର ଶୁଣାଣି କରି ରାଜ୍ୟ ସରକାରଙ୍କୁ ଏଭଳି ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। ଜଷ୍ଟିସ ସଞ୍ଜୀବ କୁମାର ପାଣିଗ୍ରାହୀଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି- ଶ୍ରୀମନ୍ଦିର ରେକର୍ଡପତ୍ରର ଡିଜିଟାଇଜେସନ୍, ମନ୍ଦିର ସମ୍ପତ୍ତି ମ୍ୟୁଟେସନ୍ ଓ ହସ୍ତାନ୍ତର ପ୍ରସଙ୍ଗରେ ମାର୍ଗଦର୍ଶିକା ଆଣାଯାଉ। ମହାପ୍ରଭୁଙ୍କ ନାଁରେ ଥିବା ସମ୍ପତ୍ତି ସଂକ୍ରାନ୍ତୀୟ ତଥ୍ୟ ଠିକ୍ ଭାବେ ରେକର୍ଡ କରିବାକୁ ରାଜସ୍ବ ଓ ଭୂମି ରେକର୍ଡ କର୍ତ୍ତୃପକ୍ଷ ତୁରନ୍ତ ପଦକ୍ଷେପ ନିଅନ୍ତୁ। ଶ୍ରୀଜଗନ୍ନାଥ ମନ୍ଦିର ଆଇନରେ ଥିବା ବ୍ୟବସ୍ଥା ସହିତ ପ୍ରକୃତ ଆଇନଗତ ସ୍ଥିତି ସଂକ୍ରାନ୍ତରେ ଶ୍ରୀଜିଉଙ୍କ ସମ୍ପତ୍ତି ତଥ୍ୟ ରେକର୍ଡରେ ଉଲ୍ଲେଖ କରାଯିବ। ଆଇନର ବିରୁଦ୍ଧାଚରଣ କରୁଥିବା ତଥା ଏହି ରାୟ ଅନୁସାରେ ନଥିବା ଯେ କୌଣସି ମ୍ୟୁଟେସନ୍ ବା ଜମି ରେକର୍ଡରେ ସଂଶୋଧନକୁ ବାଦ ଦିଆଯିବ। ବିଶେଷ କରି ଧାରା ୧୬ (୨) ର ସମୀକ୍ଷା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଉଚ୍ଚ ନ୍ୟାୟାଳୟ। ସେହିପରି ଶ୍ରୀମନ୍ଦିର ସମ୍ପତ୍ତି ହସ୍ତାନ୍ତର, ଲିଜ୍ ଓ ମ୍ୟୁଟେସନ୍ ପ୍ରସଙ୍ଗରେ ଆଇନ୍ ବିଭାଗ ଓ ମନ୍ଦିର ପ୍ରଶାସନ ଉପଯୁକ୍ତ ସମନ୍ବୟ ରଖିବେ। ଯଦି କୌଣସି ପ୍ରଶାସନିକ ଅନିୟମିତତା ଓ ଅବହେଳା ପାଇଁ ଶ୍ରୀଜଗନ୍ନାଥ ମନ୍ଦିର ସମ୍ପତ୍ତିର ବେଆଇନ୍ ହସ୍ତାନ୍ତର କିମ୍ବା ମ୍ୟୁଟେସନ୍ ହୋଇଥାଏ, ତେବେ ଏଭଳି ଘଟଣାକୁ ଚିହ୍ନଟ କରି ଆବଶ୍ୟକ ପଦକ୍ଷେପ ନେବାକୁ ବି ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ।
ଅଧିକ ପଢ଼ନ୍ତୁ: ୟୁ-ଟ୍ୟୁବର ଲବ ହାଁସଦାଙ୍କ ଅଡୁଆ। ବଢିଲା, ଆଗରୁ ବିବାହ କରିଥିବା ନେଇ ସ୍ବୀକାର କଲେ ଭାଇ
ଏଣେ ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ପକ୍ଷରୁ ସ୍ପଷ୍ଟ କରାଯାଇଛି ଯେ, କୌଣସି ନ୍ୟସ୍ତସ୍ବାର୍ଥ ବ୍ୟକ୍ତି ବା ଅନୁଷ୍ଠାନର ଲୋଲୁପ ଦୃଷ୍ଟିକୁ ବରଦାସ୍ତ କରାଯିବ ନାହିଁ। ଶ୍ରୀସମ୍ପତ୍ତିଗୁଡିକର କମ୍ପ୍ୟୁଟରୀକରଣ କରାଯିବ। ସମ୍ପୂର୍ଣ୍ଣ ସ୍ବଚ୍ଛତାର ସହ ରାଜ୍ୟ ସରକାରଙ୍କ ସମାନ ନୀତି ଓ ଶ୍ରୀଜଗନ୍ନାଥ ମନ୍ଦିର ଆଇନ୍-୧୯୫୫ ଅନୁଯାୟୀ ସମସ୍ତ ଜମିର ସୁରକ୍ଷା କରାଯିବ। ଏହି ମାମଲାରେ ହାଇକୋର୍ଟ ଦେଇଥିବା ନିର୍ଦ୍ଦେଶ ଆଗାମୀ ଦିନରେ ଶ୍ରୀମନ୍ଦିରର ଭୂସମ୍ପତ୍ତି ପରିଚାଳନା କ୍ଷେତ୍ରରେ ଏକ ମାର୍ଗଦର୍ଶକ ସାଜିବ। ଏହାକୁ କଡାକଡି ଭାବେ ଅନୁପାଳନ କରିବାକୁ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ବଦ୍ଧପରିକର ବୋଲି ମୁଖ୍ୟପ୍ରଶାସକ କହିଛନ୍ତି। ସେପଟେ ବରିଷ୍ଠ ସେବାୟତ ଅଭିଯୋଗ କରିଛନ୍ତି, ରାଜସ୍ବ ବିଭାଗ ଓ ଜିଲ୍ଲା ରେଜିଷ୍ଟାରଙ୍କ ଭିତରେ ସମନ୍ବୟର ଅଭାବ ଏବଂ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଟଙ୍କା ନିଆଯାଇ ଏନଓସି ପ୍ରଦାନ କରାଯାଉଥିବାରୁ ଅସୁରକ୍ଷିତ ହୋଇପଡିଛି ଶ୍ରମନ୍ଦିର ପ୍ରଶାସନର ଜମି।
ଖୋର୍ଦ୍ଧାରେ ଶ୍ରୀଜଗନ୍ନାଥ ମନ୍ଦିର ସମ୍ପତ୍ତି ବିବାଦ ସଂପର୍କିତ ଏହି ମାମଲାରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ AG ପୀତାମ୍ବର ଆଚାର୍ଯ୍ୟ ଲଢ଼ିଥିଲେ। ଶ୍ରୀଜଗନ୍ନାଥ ମନ୍ଦିର ସମ୍ପତ୍ତିର ଅଧିକାର ଅକ୍ଷୁର୍ଣ୍ଣ ରଖିବା ଉପରେ ଗୁରୁତ୍ବାରୋପ କରିବା ସହ ବଳିଷ୍ଠ ଯୁକ୍ତି ରଖିଥିଲେ ଏଜି ପୀତାମ୍ବର ଆଚାର୍ଯ୍ୟ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1747578100.jpg)