Advertisment

Biometric: ବାୟୋମେଟ୍ରିକ ଉପସ୍ଥାନ ବାଧ୍ୟତାମୂଳକ, ପଞ୍ଚାୟତ କର୍ମଚାରୀଙ୍କଠାରୁ ବିଡିଓଙ୍କ ପର୍ଯ୍ୟନ୍ତ ଲାଗୁ

ସମସ୍ତ ଗ୍ରାମ ପଞ୍ଚାୟତ, ପଞ୍ଚାୟତ ସମିତି, ଜିଲ୍ଲା ପରିଷଦ କାର୍ଯ୍ୟାଳୟରେ ଲାଗିବ ବାୟୋମେଟ୍ରିକ୍ ମେସିନ୍। ତୁରନ୍ତ ବାୟୋମେଟ୍ରିକ୍ ଉପସ୍ଥାନ ପ୍ରଣାଳୀ ସ୍ଥାପନ ସହ କାର୍ଯ୍ୟକ୍ଷମ କରିବା ପାଇଁ ତୁରନ୍ତ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଛି ।

author-image
Tapan Kumar Swain
ଅଦ୍ୟତନ ହୋଇଛି
Biometric

Biometric

ଅଳସୁଆ କର୍ମଚାରୀ ହେବେ ସାବାଡ଼। ବାୟୋମେଟ୍ରିକ ଉପସ୍ଥାନ ବାଧ୍ୟତାମୂଳକ କଲେ ରାଜ୍ୟ ସରକାର । ପଞ୍ଚାୟତ କର୍ମଚାରୀଙ୍କଠାରୁ ବିଡିଓଙ୍କ ପାଇଁ ଲାଗୁହେବ ବାୟୋମେଟ୍ରିକ ବ୍ୟବସ୍ଥା। ସମୟାନୁବର୍ତ୍ତିତା ଓ କାମରେ ସ୍ୱଚ୍ଛତା ଆଣିବାକୁ ଏଭଳି ବ୍ୟବସ୍ଥା କରାଯାଇଛି I ଏନେଇ କଡ଼ା ନିର୍ଦ୍ଦେଶନାମା ଜାରି କରିଛନ୍ତି ରାଜ୍ୟ ସରକାର I

Advertisment

ଏମିତିକି ଏଣିକି ସମସ୍ତ ଗ୍ରାମ ପଞ୍ଚାୟତ, ପଞ୍ଚାୟତ ସମିତି, ଜିଲ୍ଲା ପରିଷଦ କାର୍ଯ୍ୟାଳୟରେ ଲାଗିବ ବାୟୋମେଟ୍ରିକ୍ ମେସିନ୍। ତୁରନ୍ତ ବାୟୋମେଟ୍ରିକ୍ ଉପସ୍ଥାନ ପ୍ରଣାଳୀ ସ୍ଥାପନ ସହ କାର୍ଯ୍ୟକ୍ଷମ କରିବା ପାଇଁ ତୁରନ୍ତ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଛି । ଏନେଇ ରାଜ୍ୟର ସମସ୍ତ ଜିଲ୍ଲାପାଳଙ୍କୁ ପଞ୍ଚାୟତିରାଜ ବିଭାଗର ନିର୍ଦେଶ ରହିଛି । ଗ୍ରାମପଞ୍ଚାୟତ, ବ୍ଲକ ଓ ଜିଲ୍ଲା ପରିଷଦ ଅଫିସରେ ଯଥା ଶୀଘ୍ର ବାୟୋମେଟ୍ରିକ ଲଗାଇ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ରହିଛି । 

ଅଧିକ ପଢ଼ନ୍ତୁ: ସରକାର ବଦଳିଲା ହେଲେ ବଦଳିଲାନି ସମସ୍ୟା 

Biometrics Attendance Govt Employees Odisha Biometrics
Advertisment
Advertisment