Advertisment

Success Story in Strawberry Farming: ସ୍ବାବଲମ୍ବୀ କରିଛି ଷ୍ଟ୍ରବେରୀ ଚାଷ, ବଣ୍ଡା ଘାଟିରେ ଆର୍ଥିକ ପ୍ରଗତିର ନୂଆ କାହାଣୀ

ସାଧାରଣତଃ ଶୀତ ପ୍ରଧାନ ଅଞ୍ଚଳର ଷ୍ଟ୍ରବେରୀ ଚାଷ ଏଠି ଯେ ସମ୍ଭବ, କିଛି ବର୍ଷ ତଳେ କାହାର ବି ଧାରଣା ନଥିଲା। ହେଲେ ବିଗତ ପ୍ରାୟ ଦୁଇ ବର୍ଷ ହେବ ଏ ଦୁଇ ଜିଲ୍ଲାର ଚାଷୀଙ୍କ ଆର୍ଥିକ ପ୍ରଗତିର ନୂଆ ଆଶା ଓ ଦିଶା ଦେଇଛି ଷ୍ଟ୍ରବେରୀ ଚାଷ।

ଅଦ୍ୟତନ ହୋଇଛି
strawberry Farming

strawberry

Advertisment

ବଢ଼ିଆ ଫଳୁଛି, ସ୍ବାବଲମ୍ବୀ ବି କରୁଛି। ଆମେ କହୁଛୁ ଓଡ଼ିଶା ମାଟିରେ ଷ୍ଟ୍ରବେରୀ ଚାଷ କଥା। କନ୍ଧମାଳର ରାଇକିଆ ହେଉ କି ମାଲକାନଗିରିର ବଣ୍ଡାଘାଟି। ସାଧାରଣତଃ ଶୀତ ପ୍ରଧାନ ଅଞ୍ଚଳର ଏ ଫଳ ଚାଷ ଏଠି ଯେ ସମ୍ଭବ, କିଛି ବର୍ଷ ତଳେ କାହାର ବି ଧାରଣା ନଥିଲା। ହେଲେ ବିଗତ ପ୍ରାୟ ଦୁଇ ବର୍ଷ ହେବ ଏ ଦୁଇ ଜିଲ୍ଲାର ଚାଷୀଙ୍କ ଆର୍ଥିକ ପ୍ରଗତିର ନୂଆ ଆଶା ଓ ଦିଶା ଦେଇଛି  ଷ୍ଟ୍ରବେରୀ ଚାଷ।

Advertisment

ଓଡ଼ିଶା ମାଟିରେ ବିଦେଶୀ ଫଳ। ଧାଡ଼ି ଧାଡ଼ି ସବୁଜ ଗାଲିଚା ଉପରେ ଛୋଟ ଛୋଟ ଗଛ, ସେଥିରେ ଫଳିଛି ଲାଲ ଟହ ଟହ ଷ୍ଟ୍ରବେରୀ। ସୁଆଦ ଯେମିତି ସୁନ୍ଦର ଆହୁରି ସେମିତି। ଆଉ ବାସ୍ନା ତ ବିଭୋର କଲା ଭଳି। ପ୍ରଥମ ଦେଖାରେ ଦେଖଣାହାରୀଙ୍କ ମନ ଜିଣି ନେଲା ଭଳି। ଅତ୍ୟାଧୁନିକ ପ୍ରଣାଳିରେ, ଅତି ସୁବ୍ୟବସ୍ଥିତ ଢଙ୍ଗରେ ଏ ଚାଷର ଦୃଶ୍ୟ କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ୍ ବେରେଡାକିଆ ପଞ୍ଚାୟତର।

ମାତ୍ର ଦୁଇ ମାସ ପୂର୍ବରୁ ଲାଗିଥିବା ଏ ଫଳ ଏବେ ଅମଳଯୋଗ୍ୟ ହୋଇଯିବାରୁ ସେସବୁକୁ ମହା ଆନନ୍ଦରେ ତୋଳୁଛନ୍ତି ସ୍ଥାନୀୟ ଅନ୍ନପୂର୍ଣ୍ଣା ସ୍ବୟଂ ସହାୟିକା ଗୋଷ୍ଠୀର ମହିଳା। ସରକାରଙ୍କ ସହଯୋଗରେ ମହିଳାମାନେ ଗତଥର ପ୍ରଥମ କରି ଚାଷ କରି ଲାଭବାନ ହେବା ପରେ ଏଥର ପାଖାପାଖି ଦୁଇ ଏକର ଜମିରେ ଚାଷ କରିଛନ୍ତି। ଫଳ ବି ବଢ଼ିଆ ହୋଇଥିବାରୁ ଏଥର ବି ଭଲ ଲାଭର ଆଶା ରଖିଛନ୍ତି।

Advertisment

ଅଧିକ ପଢ଼ନ୍ତୁ: ସୁନ୍ଦରତାକୁ ନେଇ ଚର୍ଚ୍ଚାରେ ସାଧ୍ୱୀ, ୨ ବର୍ଷ ତଳେ ନେଇଥିଲେ ଦୀକ୍ଷା

ଦୁଇ ବର୍ଷ ହେବ ସୁ ଉଚ୍ଚ ଘାଟିରେ ଲାଲ ରଙ୍ଗର ସୁନା ଫଳାଉଛନ୍ତି ଆଦିମ ବଣ୍ଡା ଜନଜାତି। ଗତବର୍ଷ ଗୋଟିଏ ପରିବାର ଏଚାଷ ଆରମ୍ଭ କରିଥିଲା ବେଳେ ଲାଭକୁ ଦେଖି ଏବର୍ଷ ଆହୁରି ୮ରୁ ୧୦ଟି ପରିବାର ପାହାଡ଼ିଆ ଜମିରେ ଅନ୍ୟ ଚାଷ ଛାଡ଼ି ଷ୍ଟ୍ରବେରୀ ପ୍ରେମରେ ପଡ଼ିଛନ୍ତି। କନ୍ଧମାଳ ଓ ମାଲକାନଗିରିର ଜଳବାୟୁରେ ଗୋଟିଏ ଏକର ଜମିରେ ୫ରୁ୧୦ କ୍ବିଣ୍ଟାଲ ଷ୍ଟ୍ରବେରୀ ଅମଳ ହେଉଛି। କିଲୋ ପିଛା ଦର ୫ଶହ ଟଙ୍କାରେ ବିକ୍ରି ହେଉଥିବାରୁ ଏବେ ଏଇ ଚାଷ ପ୍ରତି ଅଧିକରୁ ଅଧିକ ଚାଷୀ ମନ ବଳାଉଛନ୍ତି। ଏଥି ସହ ପର୍ଯ୍ୟଟକଙ୍କ ପାଇଁ ବି ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟୁଛି ଏ ଷ୍ଟ୍ରବେରୀ ଚାଷ। ସ୍ବାଦ ଦୃଷ୍ଟିରୁ ବଣ୍ଡାଘାଟି ଓ ରାଇକିଆ ଷ୍ଟ୍ରବେରୀର ଭଲ ଡିମାଣ୍ଡ ଥିବାରୁ ବ୍ୟବସାୟୀ ବି ସିଧାସଳଖ ଚାଷୀଙ୍କ ପାଖେ ପହଞ୍ଚିଯାଉଛନ୍ତି କିଣିବା ପାଇଁ। ସାଧାରଣତଃ ହିମାଚଳପ୍ରଦେଶ, ଜାମ୍ମୁ- କାଶ୍ମୀର, କର୍ଣ୍ଣାଟକ ଭଳି ଶୀତ ପ୍ରଧାନ ଅଞ୍ଚଳରେ ଷ୍ଟ୍ରବେରୀ ଭଲ ଉତ୍ପାଦିତ ହେଉଥିଲା ବେଳେ ଆମ ରାଜ୍ୟରେ ବି ଏ ଚାଷ ଭଲ ଫଳଦେବା ନୂଆ ଆଶା ସୃଷ୍ଟି କରିଛି।

ଅଧିକ ପଢ଼ନ୍ତୁ: ବିଛଣାରେ ଘାଣ୍ଟି ହେଉଛନ୍ତି ୨୨ ବର୍ଷୀୟ ଅଙ୍କିତ; ସହାୟତା ପାଇଁ ମା’ର ଆକୁଳ ନିବେଦନ...

Advertisment
Farming
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ