Advertisment

Drug Bust: ରାଜଧାନୀ ୧ ନମ୍ବର ମାର୍କେଟରେ ରେଡ୍‌

ଭୁବନେଶ୍ୱରର୧ ନମ୍ବର ମାର୍କେଟରେ ଗୁଟଖା, ମାଦକ ଦ୍ରବ୍ୟ ଓ ଚୋରା ନିଶା କାରବାର ନେଇ ଡ୍ରଗ୍ସ ଇନ୍ସପେକ୍ଟର ଓ କ୍ରାଇମବ୍ରାଞ୍ଚ ଏସଟିଏଫ ତରଫରୁ ମିଳିତ ଚଢାଉ କରାଯାଇଛି ।

ଅଦ୍ୟତନ ହୋଇଛି
Raid in Unit-1 market

Raid in Unit-1 market

Advertisment

ରାଜଧାନୀ ଭୁବନେଶ୍ୱରର୧ ନମ୍ବର ମାର୍କେଟରେ ବଡ ଧରଣର ଚଢାଉ ହୋଇଛି । ଡ୍ରଗ୍ସ ଇନ୍ସପେକ୍ଟର ଓ କ୍ରାଇମବ୍ରାଞ୍ଚ ଏସଟିଏଫ ତରଫରୁ ବଡ ଧରଣର ରେଡ୍ କରିଛି ଭିଜିଲାନ୍ସ । ଗୁଟଖା, ମାଦକ ଦ୍ରବ୍ୟ ଓ ଚୋରା ନିଶା କାରବାର ନେଇ ଏ ଚଢାଉ ହୋଇଛି । ସାଧାରଣ ଗୁଟଖା ସହ ଜର୍ଦ୍ଦା ପ୍ୟାକେଟକୁ ଲୁଚାଇ ରଖିଥିଲେ ଦୋକାନୀ । ଏ ସଂକ୍ରାନ୍ତରେ ଖବର ପାଇଁ ଅନେକ ଦୋକାନରେ ଚଢାଉ କରାଯାଇଛି । ଚଢାଉ ବେଳେ ବ୍ୟାପକ ପରିମାଣର ଗୁଟଖା ଓ ଜର୍ଦ୍ଦା ଜବତ କରାଯାଇଛି । 

Advertisment

ଅଧିକ ପଢନ୍ତୁ: ପୋଲିସକୁ ଚକମା; ଜଙ୍ଗଲ ଭିତରେ ବନ୍ଧୁକ ଫ୍ୟାକ୍ଟରି

ଜର୍ଦ୍ଦାକୁ ସରକାର ବ୍ୟାନ କରିଥିବା ବେଳେ ଏହାକୁ ବିକ୍ରି କରୁଥିବା ଦୋକାନୀ ମାଲିକମାନେ କହିଛନ୍ତି ସେମାନେ ଏହାର ବ୍ୟାନ ବିଷୟରେ ଅବଗତ ନାହାନ୍ତି । ତେଣୁ ବିକ୍ରି କରିଥିବା କହିଛନ୍ତି । ସୂଚନା ଯୋଗ୍ୟ, ଏଗୁଡିକ ବ୍ୟାନ ହୋଇଥିବା ବେଳେ ଦୋକାନୀମାନେ ପାନ ମସଲା ସହିତ ଗ୍ରାହକମାନଙ୍କୁ ଜର୍ଦ୍ଦାକୁ ମିଶାଇ ବିକ୍ରି କରୁଛନ୍ତି । ଜର୍ଦ୍ଦାରେ ନିକୋଟିନ୍ ରହୁଥିବାରୁ ତାହା ସ୍ୱାସ୍ଥ୍ୟ ପକ୍ଷେ କ୍ଷତିକାରକ । ତାହା ବିକ୍ରି କରିବା ନିଷେଦ୍ଧ । ଏହାକୁ ୪ରୁ ୫ ବର୍ଷ ହେଲା ବିକ୍ରି ଉପରେ କଟକଣା ଜାରି କରାଯାଇଥିବା ବେଳେ କିଭଳି ଦୋକାନୀ ଓ ସର୍ବସାଧାରଣ ଏ ବିଷୟରେ ଜାଣି ନାହାନ୍ତି, ତାକୁ ନେଇ ପ୍ରଶ୍ନ ଉଠିଛି । ଆଇନ ଓ ନିୟମ କେବଳ କାଗଜକଲମରେ ହିଁ ସୀମିତ ବୋଲି ଏଥିରୁ ସ୍ପଷ୍ଟ ଜଣାପଡିଛି ।

ଅଧିକ ପଢନ୍ତୁ: ଖାକିରେ କଳଙ୍କର ଛିଟା! ନାବାଳିକାଙ୍କୁ ଦୁଷ୍କର୍ମ ଉଦ୍ୟମ

Bhubaneswar STF
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ