Steel Plant to Be Set Up in Keonjhar: କେନ୍ଦୁଝରରେ ହେବ ଷ୍ଟିଲ୍‌ ପ୍ଲାଣ୍ଟ; ଯୁବକ-ଯୁବତୀଙ୍କୁ ମିଳିବ ନିଯୁକ୍ତି...

ଚାକିରିର ରହିବନି ସମସ୍ୟା । ପ୍ରଗତି ପଥରେ ଚାଲିବେ ଓଡ଼ିଶାର ଯୁବପିଢ଼ି । କେନ୍ଦୁଝରରେ ଇସ୍ପାତ କାରଖାନା କରିବା ନେଇ ସୂଚନା ଦେଇଛି JSW । 

Steel Plant to Be Set Up in Keonjhar

କେନ୍ଦୁଝରରେ ହେବ ଷ୍ଟିଲ୍‌ ପ୍ଲାଣ୍ଟ ! ଯୁବକ-ଯୁବତୀଙ୍କୁ ମିଳିବ ନିଯୁକ୍ତି । ଚାକିରିର ରହିବନି ସମସ୍ୟା । ପ୍ରଗତି ପଥରେ ଚାଲିବେ ଓଡ଼ିଶାର ଯୁବପିଢ଼ି । କେନ୍ଦୁଝରରେ ଇସ୍ପାତ କାରଖାନା କରିବା ନେଇ ସୂଚନା ଦେଇଛି JSW । JSW ମୁଖ୍ୟ ସଜ୍ଜନ ଜିନ୍ଦଲ ଏନେଇ ଶିଳ୍ପ ମହାକୁମ୍ଭରେ ସୂଚନା ଦେଇଛନ୍ତି । ଭୁବନେଶ୍ୱରରେ ଆୟୋଜିତ ଉତ୍କର୍ଷ ଓଡ଼ିଶାର ପ୍ରଥମ ଦିନରେ ସଜ୍ଜନ କହିଛନ୍ତି, କେନ୍ଦୁଝରରେ ହେବ ଇସ୍ପାତ କାରଖାନା । ପୋସ୍କୋ ସହ ଏନେଇ ଆଲୋଚନା ଚାଲିଛି । ୩୦ରୁ ୪୦ ହଜାର କୋଟିର ପୁଞ୍ଜିନିବେଶ କରିବାର ଲକ୍ଷ୍ୟ ରହିଥିବା କହିଛନ୍ତି JSW ମୁଖ୍ୟ ସଜ୍ଜନ ଜିନ୍ଦଲ । ସେହିପରି ଏହି ପ୍ରସଙ୍ଗରେ ବିଶିଷ୍ଟ ଶିଳ୍ପପତି ନବୀନ ଜିନ୍ଦଲ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି ।

ପୂର୍ବରୁ ସରକାର ଆସିବା ପରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ନିଜ ନିର୍ବାଚନ ମଣ୍ଡଳୀରେ ଷ୍ଟିଲ୍‌ ପ୍ଲାଣ୍ଟ କରିବା ନେଇ ନିଜ ଅଞ୍ଚଳର ଲୋକଙ୍କୁ ପ୍ରତିଶ୍ରୁତି ଦେଇଥିଲେ । ଆଉ କେନ୍ଦୁଝରରେ କିଭଳି ଷ୍ଟିଲ ପ୍ଲାଣ୍ଟ ହେବ ସେନେଇ ବିଭିନ୍ନ ପର୍ଯ୍ୟାୟରେ ନିଜ ପ୍ରଶାସନିକ ଅଧିକାରୀଙ୍କ ଠାରୁ ଆରମ୍ଭ କରି ଜିନ୍ଦଲ ଅଧିକାରୀମାନଙ୍କ ସହ ଆଲୋଚନା କରିଥିଲେ । ଏବେ ସେହି ଆଲୋଚନା ସଫଳ ହେବାକୁ ଯାଉଛି । କେନ୍ଦୁଝରବାସୀଙ୍କ ଦୀର୍ଘଦିନର ସ୍ୱପ୍ନ ପୂରଣ ହେବାକୁ ଯାଉଛି । 

ଅଧିକ ପଢ଼ନ୍ତୁ: ଓଡ଼ିଶା ହେବ IT ହବ୍; ରେଳ ଓ ଟେଲିକମ ସେକ୍ଟରରେ ହେବ ବଡ଼ ନିବେଶ

ଶିଳ୍ପପତିମାନେ ଓଡ଼ିଶାରେ ପୁଞ୍ଜି ନିବେଶକୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଓ ଶିଳ୍ପ ମନ୍ତ୍ରୀ ସମ୍ପଦ ସ୍ୱାଇଁ ପ୍ରତିକ୍ରିୟା ରଖିଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି, ଓଡ଼ିଶା ଶିଳ୍ପର ହବ୍‌ ହେବାକୁ ଯାଉଛି । ଆଗାମୀ ଦିନରେ ଓଡ଼ିଶା ଶ୍ରେଷ୍ଠ-୫ ଶିଳ୍ପ ସମୃଦ୍ଧ ରାଜ୍ୟ ହେବ । ପ୍ରଧାନମନ୍ତ୍ରୀଙ୍କ ଆଶୀର୍ବାଦ ରହିଛି, ଆଜି ଓଡ଼ିଶା ପାଇଁ ଐତିହାସିକ ଦିନ ବୋଲି ମୋହନ କହିଛନ୍ତି । ସେହିପରି ଓଡ଼ିଶାରେ ପୁଞ୍ଜି ନିବେଶ ପାଇଁ ଏହା ଉପଯୁକ୍ତ ସମୟ । ଓଡ଼ିଶାକୁ ବହୁତ ନିବେଶକ ମାନେ ଆସିବେ, ଚୁକ୍ତି ସ୍ବାକ୍ଷର କରିବେ । ୨୯ ତାରିଖକୁ ଅପେକ୍ଷା କରନ୍ତୁ, ସମ୍ପୂର୍ଣ୍ଣ ତଥ୍ୟ ପାଇବେ ବୋଲି ଶିଳ୍ପ ମନ୍ତ୍ରୀ ସମ୍ପଦ ସ୍ୱାଇଁ କହିଛନ୍ତି । 

ରାଜ୍ୟ ସରକାରଙ୍କ ଦ୍ବାରା ଆୟୋଜିତ ଶିଳ୍ପ ମୁହାକୁମ୍ଭରେ ପ୍ରଥମ ଥର ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପସ୍ଥିତି ଓ ଗ୍ୟାରେଣ୍ଟିର ତାକତରେ ଓଡ଼ିଶା ପାଇଁ ଖୋଲିଛି ସମ୍ଭାବନାର ନୂଆ ଦ୍ବାର। ପ୍ରଧାନମନ୍ତ୍ରୀଙ୍କ ବିଧିବଦ୍ଧ ଶୁଭାରମ୍ଭ କାର୍ଯ୍ୟକ୍ରମ ପରେ ବିଭିନ୍ନ ଶିଳ୍ପ ସଂସ୍ଥା ଓ କଂପାନିର ସିଇଓମାନଙ୍କ ସହ ରାଉଣ୍ଡଟେବୁଲ ବୈଠକ କରିଥିଲେ ମୁଖ୍ୟମନ୍ତ୍ରୀ ଓ ମୁଖ୍ୟ ଶାସନ ସଚିବ। ଓଡ଼ିଶାରେ ଶିଳ୍ପ ଅନୁକୂଳ ଭିତ୍ତିଭୂମି ଓ ଶିଳ୍ପନୀତି ବାବଦରେ ଗୋଟି ଗୋଟି କରି ଅବଗତ କରାଇବା ସହ ପ୍ରକଳ୍ପକୁ ବାସ୍ତବତାର ରୂପ ଦେବାର ନିର୍ଭର ପ୍ରତିଶ୍ରୁତି ଦେଇଥିଲେ ମୁଖ୍ୟମନ୍ତ୍ରୀ। ତା’ପରେ ଆରମ୍ଭ ହୋଇଯାଇଥିଲା ଆଗ୍ରହ ଓ ପ୍ରତିଶ୍ରୁତିର ସୁଅ।

ଅଧିକ ପଢ଼ନ୍ତୁ: ଆଗେଇ ଆସିଲେ ପୁଞ୍ଜିପତି, ନିବେଶ କରିବେ ଲକ୍ଷାଧିକ କୋଟି