e-KYC Update: e-KYCକୁ ନେଇ ସନ୍ଦେହ ଥିଲେ ଟୋଲ୍ ଫ୍ରି ନଂ '୧୯୬୭' ଫୋନ୍‌ କର

ରାଜ୍ୟରେ ଭୂତ ହିତାଧିକାରୀ ଚିହ୍ନଟ ଓ ଯୋଗ୍ୟ ହିତାଧିକାରୀଙ୍କୁ ନୂଆ ରାସନ୍ କାର୍ଡ ଯୋଗାଇ ଦେବାର ଉଦ୍ଦେଶ୍ୟ ନେଇ ରାଜ୍ୟ ସରକାର ଗତବର୍ଷ ଜୁନ୍ ମାସରୁ e-KYC ଅପଡେଟ୍ ପ୍ରକ୍ରିୟା ଆରମ୍ଭ କରିଥିଲେ।

e-KYC

ପୁଣି ବଢିଲା ରାସନ କାର୍ଡ e-KYC ଡେଡଲାଇନ। ୩୧ ମାର୍ଚ୍ଚକୁ ବୃଦ୍ଧି ହେଲା e-KYC ଅପଡେଟ୍ ଅବଧି। ରାଜ୍ୟ ସରକାରଙ୍କ ପକ୍ଷରୁ ଆଜି ପଞ୍ଚମ ଥର ପାଇଁ ରାସନ କାର୍ଡ e-KYC ଅପଡେଟର ଅବଧିରେ ବୃଦ୍ଧି ଘୋଷଣା କରାଯାଇଛି।

ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି, ରାଜ୍ୟର କିଛି ଅଞ୍ଚଳରେ ନେଟୱର୍କ ସମସ୍ୟା ପାଇଁ ଏବେ ବି e-KYC ଅପଡେଟରେ ସମସ୍ୟା ରହିଛି। ଲୋକଙ୍କ ସମସ୍ୟାକୁ ଦୃଷ୍ଟିରେ ରଖି ପୁଣି ସମୟ ସୀମା ବଢା ଯାଇଛି। ସେପଟେ ନେଟୱର୍କ ସମସ୍ୟା ଦୂର ପାଇଁ ୩୪୧ ପଏଣ୍ଟରେ ନେଟୱର୍କ ଡିଭାଇସ୍‌ ଲଗାଯିବ। ରାଜ୍ୟର ୧୧୧ଟି ସ୍ଥାନରେ ଏବେ ସ୍ଲୋ ଓ ୨୩୦ଟି ସ୍ଥାନରେ ରହିଛି ଜିରୋ ନେଟୱର୍କ। ଏବେ ସୁଦ୍ଧା ରାଜ୍ୟରେ ୨ କୋଟି ୯୯ ଲକ୍ଷ ୮ହଜାର ୪୫୭ ଜଣ e-KYC କରିଥିବା ବେଳେ e-KYC ଅପଡେଟ୍ ଅପେକ୍ଷାରେ ଅଛନ୍ତି ଆହୁରି ୩୩ ଲକ୍ଷ ୨୩ ହଜାର ୮୫୪ ହିତାଧିକାରୀ। ସେହିଭଳି ରାଜ୍ୟ ବାହାରେ ଥାଇ ୧ ଲକ୍ଷ ୩୫ହଜାର ୨୫୮ ଜଣ e-KYC ଅପଡେଟ୍ କରିଥିବା ସୂଚନା ଦେଇଛନ୍ତି ମନ୍ତ୍ରୀ।

ଅଧିକ ପଢ଼ନ୍ତୁ ୫ ବର୍ଷ ପରେ ଡବଲ ମର୍ଡର ଘଟଣାର ପର୍ଦ୍ଦାଫାଶ, ଗିରଫ ହେଲେ ଚାକରାଣୀ ଓ ସ୍ବାମୀ

ରାଜ୍ୟରେ ଭୂତ ହିତାଧିକାରୀ ଚିହ୍ନଟ ଓ ଯୋଗ୍ୟ ହିତାଧିକାରୀଙ୍କୁ ନୂଆ ରାସନ୍ କାର୍ଡ ଯୋଗାଇ ଦେବାର ଉଦ୍ଦେଶ୍ୟ ନେଇ ରାଜ୍ୟ ସରକାର ଗତବର୍ଷ ଜୁନ୍ ମାସରୁ e-KYC ଅପଡେଟ୍ ପ୍ରକ୍ରିୟା ଆରମ୍ଭ କରିଥିଲେ। ଯାହାର ଡେଡଲାଇନ୍ ପ୍ରଥମେ ଡିସେମ୍ବର ୩୧, ପରେ ଜାନୁଆରୀ ୧୫, ଜାନୁଆରୀ ୩୧ ଏବଂ ପରେ ଫେବ୍ରୁଆରୀ 15 ତାରିଖକୁ ଧାର୍ଯ୍ୟ କରାଯାଇଥିଲା। ଆଉ ପ୍ରତି ଥର e-KYC ଅପଡେଟ୍ ଅବଧିକୁ ଶେଷ ତାରିଖ ବୋଲି ଘୋଷଣା କରି ଆସୁଛନ୍ତି ମନ୍ତ୍ରୀ। କିନ୍ତୁ ଆଜି ପଞ୍ଚମ ଥର ପାଇଁ ସମୟସୀମା ବଢାଯିବା ଭିତରେ, ନୂଆ କାର୍ଡ କେବେ ଆସିବ, ତାକୁ ଅପେକ୍ଷା କରିଛନ୍ତି ଆବେଦନକାରୀ। ଏପଟେ ଏ ବିଳମ୍ବିତ ପ୍ରକ୍ରିୟା ଭିତରେ ନିଜକୁ ଅଯୋଗ୍ୟ ଭାବୁଥିବା ହିତାଧିକାରୀମାନେ କାର୍ଡ ଫେରାଇବାର ପ୍ରକ୍ରିୟା ଏବେ ମଧ୍ୟ ଜାରି ରଖିଛନ୍ତି।

ଏଣେ e-KYCକୁ ନେଇ କୌଣସି ଲୋକଙ୍କ ମନରେ ଯଦି କିଛି ସନ୍ଦେହ ଥାଏ ତେବେ ଟୋଲ୍ ଫ୍ରି ନଂ '୧୯୬୭'କୁ କଲ୍ କରି ସୂଚନା ପାଇପାରିବେ ବୋଲି କୁହାଯାଇଛି।