Advertisment

OSSSC ପରିଚାଳିତ ପରୀକ୍ଷା କେଁ, ନିଷ୍ପତ୍ତି ନେବେ ରାଜ୍ୟ ସରକାର !

ପରୀକ୍ଷାର୍ଥୀଙ୍କ ପାଇଁ ନିରପେକ୍ଷ ଓ ସ୍ୱଚ୍ଛ ନିଯୁକ୍ତି ନେଇ ସରକାର ପ୍ରତିବଦ୍ଧ। ଯେଉଁସବୁ ଅଭିଯୋଗ ଆସିଛି, ତାକୁ ସରକାର ଉଚ୍ଚ ଅଧିକାରୀଙ୍କ ଦ୍ୱାରା ତର୍ଜମା କରୁଛନ୍ତି। ଏନେଇ ସରକାରଙ୍କ ଦ୍ୱାରା ଅତିଶୀଘ୍ର ସମୁଚିତ ନିଷ୍ପତ୍ତି ନିଆଯିବ ବୋଲି ପ୍ରେସ ବିଜ୍ଞପ୍ତି ଜରିଆରେ ସୂଚନା ଦିଆଯାଇଛି।

author-image
Satyendu Shekher Mishra
OSSSC

OSSSC

OSSSC ପରିଚାଳିତ ପରୀକ୍ଷା ବିବାଦର ଖୁବଶୀଘ୍ର ସମାଧାନ କରିବେ ରାଜ୍ୟ ସରକାର। ଏନେଇ ଏକ ପ୍ରେସ୍ ବିଜ୍ଞପ୍ତି ଜରିଆରେ ରାଜ୍ୟ ସରକାର ସୂଚନା ଜାରି କରିଛନ୍ତି। କହିଛନ୍ତି, OSSSC ଦ୍ୱାରା କମ୍ପ୍ୟୁଟର ଆଧାରିତ ପରୀକ୍ଷାକୁ ନେଇ ନାନା ଅଭିଯୋଗ ଆସିଛି। RI/ARI/ଅମିନ/ICDS ସୁପରଭାଇଜର ଆଦି ପରୀକ୍ଷାର୍ଥୀଙ୍କଠୁ ଅଭିଯୋଗ ଆସିଥିବା ବେଳେ ଏହାକୁ ରାଜ୍ୟ ସରକାର ଗୁରୁତର ସହ ବିଚାରକୁ ନେଇଛନ୍ତି।

Job Scam
Advertisment
Advertisment