Advertisment

Chief Minister Urban Development Scheme: ଭିତ୍ତିଭୂମି ବିକାଶରେ ମାଇଲଖୁଣ୍ଟ ସାଜିବ ‘ମୁଖ୍ୟମନ୍ତ୍ରୀ ସହରୀ ବିକାଶ ଯୋଜନା’

ରାଜ୍ୟ କ୍ୟାବିନେଟ ବୈଠକରେ ‘ମୁଖ୍ୟମନ୍ତ୍ରୀ ସହରୀ ବିକାଶ ଯୋଜନା’କୁ ଅନୁମୋଦନ ମିଳିବା ସହ ଜୈବ ପ୍ରଯୁକ୍ତି ବିଜ୍ଞାନର ବିକାଶ ଯୋଜନା ଓ ଛେଳିଗଡ଼ ଜଳ ସେଚନ ପ୍ରକଳ୍ପର କଂକ୍ରିଟ ଡ୍ୟାମ ଏବଂ ସିଙ୍ଗିଲ ୱେ ନିର୍ମାଣକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ । ଚନ୍ଦ୍ରଶେଖରପୁରରେ ଆବଣ୍ଟିତ ସରକାରୀ ଜମି ପାଇଁ ୨ କୋଟି ୬୦ ଲକ୍ଷ ଛାଡ଼ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି ।

ଅଦ୍ୟତନ ହୋଇଛି
Odisha Cabinet

Odisha Cabinet

Advertisment

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ରାଜ୍ୟ କ୍ୟାବିନେଟ ବୈଠକ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ କ୍ୟାବିନେଟ ବୈଠକରେ ୫ଟି ପ୍ରସ୍ତାବ ଉପସ୍ଥାପିତ ହୋଇଥିବା ବେଳେ ୪ଟି ପ୍ରସ୍ତାବରେ ମୋହର ବାଜିଛି । କ୍ୟାବିନେଟ ବୈଠକ ପରେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ବିସ୍ତୃତ ସୂଚନା ଦେଇଥିଲେ ।

Advertisment

ଗୃହ ଓ ନଗର ଉନ୍ନୟନ ବିଭାଗରେ ‘ମୁଖ୍ୟମନ୍ତ୍ରୀ ସହରୀ ବିକାଶ ଯୋଜନା’କୁ ଅନୁମୋଦନ ମିଳିଛି । ବିକଶିତ ଓଡିଶା-୨୦୩୬ ଲକ୍ଷ୍ୟ ସହିତ ସହରୀ ବିକାଶ ପାଇଁ ଏକ ସମନ୍ୱିତ ଆଭିମୁଖ୍ୟ ସହିତ ସହରୀ ଭିତ୍ତିଭୂମିକୁ ସୁଦୃଢ କରିବ । ୫ ବର୍ଷରେ ଏହି ଯୋଜନା ପାଇଁ ୬ହଜାର ଶହେ କୋଟି ଅନୁମୋଦିତ ହୋଇଛି। ଚଳିତ ଆର୍ଥିକ ବର୍ଷରେ ଏହି ଯୋଜନା କାର୍ଯ୍ୟକାରୀ କରିବା ପାଇଁ ୧୧୦୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । ଏହାଦ୍ବାରା ସହରର ଭିତ୍ତିଭୂମି ଉନ୍ନତି ହେବା ସହ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ସହରାଞ୍ଚଳ ମାନଙ୍କରେ କଲ୍ୟାଣ ମଣ୍ଡପ, ବହୁମୁଖୀ ସଭାଗୃହ, ଟାଉନ ହଲ, ଶ୍ମଶାନ, ଗୋଷ୍ଠୀ କେନ୍ଦ୍ର, ମାର୍କେଟ କମ୍ପ୍ଳେକ୍ସ, ଭେଣ୍ଡିଂ ଜୋନ, କ୍ଷୁଦ୍ର ଶୀତଳଭଣ୍ଡାର, ଇଭି ଚାର୍ଜିଂ ଷ୍ଟେସନ, ପାର୍କିଂ ସ୍ଥାନ, କ୍ଷୁଦ୍ର ପର୍ଯ୍ୟଟନସ୍ଥଳୀର ନିର୍ମାଣ କରାଯିବ । ସେହିଭଳି ଲୋକଙ୍କୁ ରୋଜଗାର ଦେବା ପାଇଁ ଛୋଟ ପାର୍କ, ମୁକ୍ତାକାଶ ବ୍ୟାୟାମଶାଳା, ଶିଶୁ କ୍ରୀଡା ଉଦ୍ୟାନ, ଚଲା ରାସ୍ତା, ଖେଳ ପଡିଆ, ବନୀକରଣ ପ୍ରକଳ୍ପ, ଭୋଗ ମଣ୍ଡପ, ଭାଗବତ ଟୁଙ୍ଗୀ ଓ ଧାର୍ମିକ ସ୍ଥଳର ବିକାଶ କରାଯିବା ସହ ଜଳାଶୟର ଉନ୍ନରିକରଣ ହେବ ଏବଂ ନଦୀକୂଳର ସୌନ୍ଦର୍ଯ୍ୟକରଣ କରାଯିବ । ଏଥିରେ ପ୍ରାୟ ୫ ଲକ୍ଷରୁ ଅଧିକ କୁଶଳୀ ଓ ଅଣକୁଶଳୀ ଶ୍ରମିକଙ୍କୁ ରୋଜଗାର ଦେବ ।

ଜୈବ ପ୍ରଯୁକ୍ତି ବିଜ୍ଞାନର ବିକାଶ ଯୋଜନାକୁ ମଞ୍ଜୁରୀ ମିଳିଛି। ଏଥିରେ ୫ ବର୍ଷ ପାଇଁ ଖର୍ଚ୍ଚ ହେବ ୧ ହଜାର ୧୧୩ କୋଟି ଟଙ୍କା । ଏହି ଯୋଜନାରେ ଜୈବ ପ୍ରଯୁକ୍ତି ବିଜ୍ଞାନର ଉଚ୍ଚଶିକ୍ଷା, ଗବେଷଣା, ଭିତ୍ତିଭୂମି ବିକାଶକୁ ପ୍ରୋତ୍ସାହନ ଯୋଗାଇବ । ଏଥିରେ ଫେଲୋସିପ୍ ପ୍ରଦାନ କରାଯିବା ସହ ଉତ୍କର୍ଷ କେନ୍ଦ୍ର ସ୍ଥାପନ ହେବ । 

Advertisment

ଅଧିକ ପଢ଼ନ୍ତୁ: ରିପୋର୍ଟ କାର୍ଡ ମାଗିଥିଲେ ସମୀର, ହିସାବ ଦେଲେ ଉପମୁଖ୍ୟମନ୍ତ୍ରୀ

ଏଥିସହ ଛେଳିଗଡ଼ ଜଳ ସେଚନ ପ୍ରକଳ୍ପର କଂକ୍ରିଟ ଡ୍ୟାମ ଏବଂ ସିଙ୍ଗିଲ ୱେ ନିର୍ମାଣକୁ ମଧ୍ୟ ଅନୁମୋଦନ ମିଳିଛି। ଏଥିପାଇଁ ଖର୍ଚ୍ଚ ହେବ ୧୫୧ କୋଟି ୭୮ ଲକ୍ଷ ଟଙ୍କା। ଏଥିରେ ଗଜପତି ଓ ଗଞ୍ଜାମ ଜିଲ୍ଲାର ୬୨୬୦ ହେକ୍ଟର ଜଳ ସେଚନ ହେବା ସହ ୩୬ ମେଗାୱାଟ ବିଚୁଳି ଶକ୍ତି ଉତ୍ପାଦନ କରିବ। ଗଜପତି ଜିଲ୍ଲାର ଆର. ଉଦୟଗିରି ବ୍ଲକର ଛେଳିଗଡ ଗାଁ ନିକଟରେ ବଂଶଧାରା ନଦୀର ବଡଜୋର ଉପନଦୀରେ ଜଳାଶୟ ନିର୍ମାଣ ପାଇଁ ୨୬୬ ମିଟର କଂକ୍ରିଟ ଡ୍ୟାମ ଓ ୭ଟି ରାଡିଆଲ ଗେଟ ନିର୍ମାଣ ହେବ । 

ସେହିପରି ଭୁବନେଶ୍ବର ଚନ୍ଦ୍ରଶେଖରପୁରରେ ଆବଣ୍ଟିତ ସରକାରୀ ଜମି ପାଇଁ ୨ କୋଟି ୬୦ ଲକ୍ଷ ଛାଡ଼ ପାଇଁ ଆସିଥିବା ପ୍ରସ୍ତାବ ମଞ୍ଜୁର ହୋଇଛି। କେନ୍ଦ୍ର ପରିଚାଳିତ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋକୁ ଛାଡ଼ ପାଇଁ ନିଷ୍ପତ୍ତି ନେଇଛି କ୍ୟାବିନେଟ୍।

Advertisment

ଅଧିକ ପଢନ୍ତୁ: ସମୀର ମାଗୁଛନ୍ତି ପ୍ରଭାତୀଙ୍କ ରିପୋର୍ଟ !

Odisha Cabinet Chief Minister Mohan Majhi
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ