Advertisment

Srimandir 'Rosha Ghara': ‘ଆସନ୍ତା ବର୍ଷ ସରିବ ଗୁଣ୍ଡିଚା ମନ୍ଦିର ରୋଷଘର କାମ’

ପରିକ୍ରମା ପ୍ରକଳ୍ପ କାମ ପାଖାପାଖି ସରିଛି, ଆଉ କିଛି ବାକି ଅଛି। ଠିକ୍ ଭାବେ କାମ ସାରିବାକୁ ସଂପୃକ୍ତ ସଂସ୍ଥାମାନଙ୍କୁ କୁହାଯାଇଛି ।

ଅଦ୍ୟତନ ହୋଇଛି
ନୀଳାଦ୍ରି ବିଜେ ପରେ ହେବ ରୋଷ ଘର ଉନ୍ନତିକରଣ

ନୀଳାଦ୍ରି ବିଜେ ପରେ ହେବ ରୋଷ ଘର ଉନ୍ନତିକରଣ

Advertisment

ଆସନ୍ତା ବର୍ଷ ସରିବ ଗୁଣ୍ଡିଚା ମନ୍ଦିର ରୋଷଘର କାମ । ୨୦୨୬ ଘୋଷଯାତ୍ରା ବେଳକୁ ସଂପୂର୍ଣ୍ଣ ହେବ ଗୁଣ୍ଡିଚା ମନ୍ଦିର ରୋଷଘର । ଶ୍ରୀମନ୍ଦିର କାର୍ଯ୍ୟାଳୟରେ ବୈଠକ ପରେ ଏନେଇ ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ । ସେ କହିଛନ୍ତି, ଗୁଣ୍ଡିଚା ମନ୍ଦିର ରୋଷଘର ଉନ୍ନତୀକରଣକୁ ସର୍ବାଧିକ ଗୁରୁତ୍ବ ଦିଆଯାଇଛି । ଏବେଠୁ କାମ ହେଲେ ୨୦୨୬ ଘୋଷଯାତ୍ରା ବେଳକୁ କାମ ସଂପୂର୍ଣ୍ଣ ହେବ । ଚଳିତ ବର୍ଷର ନୀଳାଦ୍ରି ବିଜେ ସରିବା ମାତ୍ରେ ରୋଷଘର କାମ ଆରମ୍ଭ ହେବ ବୋଲି ମୁଖ୍ୟ ପ୍ରଶାସକ କହିଛନ୍ତି । ସେହିପରି ପରିକ୍ରମା ପ୍ରକଳ୍ପକୁ ନେଇ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ । ସେ କହିଛନ୍ତି କାମ ପାଖାପାଖି ସରିଛି, ଆଉ କିଛି ବାକି ଅଛି। ଠିକ୍ ଭାବେ କାମ ସାରିବାକୁ ସଂପୃକ୍ତ ସଂସ୍ଥାମାନଙ୍କୁ କୁହାଯାଇଛି ।

Advertisment

ଅଧିକ ପଢ଼ନ୍ତୁ: ବିଜେଡି ନେତା ରାଜା ଚକ୍ର ଗିରଫ

ସୂଚନା ଅନୁସାରେ, ଆଜି ସକାଳେ ପ୍ରଥମେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବୁଲି ଦେଖିଥିଲେ ଗଜପତି ମହାରାଜା ଦିବ୍ୟସିଂହ ଦେବ । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ, ଶ୍ରୀଗୁଣ୍ଡିଚା ମନ୍ଦିର, ଶ୍ରୀଜଗନ୍ନାଥ ବଲ୍ଲଭ ପ୍ରମୋଦ ଉଦ୍ୟାନ ଓ ଜଗନ୍ନାଥ ବଲ୍ଲଭ ପିଲିଗ୍ରିମ ସେଣ୍ଟର ବୁଲି ଦେଖିଥିଲେ ଗଜପତି ମହାରାଜା । ଏହାପରେ ଶ୍ରୀମନ୍ଦିର କାର୍ଯ୍ୟାଳୟ, ଅଭ୍ୟର୍ଥନା କେନ୍ଦ୍ର, ବଡ଼ଦାଣ୍ଡ ଉନ୍ନୟନ, ଶ୍ରୀଜଗନ୍ନାଥ ସାଂସ୍କୃତିକ କେନ୍ଦ୍ରର ଅନୁଧ୍ୟାନ କରିଥିଲେ। ଗଜପତିଙ୍କ ସହ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଜିଲ୍ଲାପାଳ, ଏସପି, ଓବିସିସି ଅଧିକାରୀ ଓ ମଠ ମହନ୍ତ ଥିଲେ ।

ଭକ୍ତଙ୍କ ସଂଖ୍ୟା ବଢ଼ିଥିବାରୁ ଆନନ୍ଦ ବଜାରରେ ପ୍ରସାଦ ସେବନ ସୁବିଧା ହୋଇପାରୁନି। ଭକ୍ତମାନଙ୍କ ସୁବିଧା ପାଇଁ ଶ୍ରୀମନ୍ଦିର ଉତ୍ତର ଦ୍ବାର ବାହାରେ ଅନ୍ନକ୍ଷେତ୍ର କରାଯିବାର ଯୋଜନା ରହିଛି। ଯେଉଁଠି ଭକ୍ତମାନେ ସୁବିଧାରେ ମହାପ୍ରସାଦ ସେବନ କରିପାରିବେ। ଆଜି ସକାଳେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଅନୁଧ୍ୟାନ ସମୟରେ ପୁରୀ ଗଜପତି ମହାରାଜ ଏହି ସୂଚନା ଦେଇଛନ୍ତି।

Advertisment

ସେ କହିଛନ୍ତି, ଆନନ୍ଦ ବଜାରରେ ମହାପ୍ରସାଦ ବିକ୍ରି ହେବ। କିନ୍ତୁ ଭକ୍ତଙ୍କ ସୁବିଧା ପାଇଁ ମହାପ୍ରସାଦ ସେବନ ପାଇଁ ଏକ ପ୍ରଶସ୍ତ ସ୍ଥାନ ଓ ଉତ୍ତମ ବ୍ୟବସ୍ଥା ହେବ। ସରକାରଙ୍କ ସହ ଆଲୋଚନା କରି ଏହାକୁ ଆଗକୁ ନେବାକୁ ନିବେଦନ କରିବୁ।

ଗଜପତି ମହାରାଜ ଦିବ୍ୟସିଂହ ଦେବ ଆହୁରି କହିଛନ୍ତି, ଜଗନ୍ନାଥ ସଂସ୍କୃତିର ପ୍ରଚାର ପାଇଁ କିଛି କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ଶ୍ରୀମନ୍ଦିର ସ୍ଥାୟୀ କାର୍ଯ୍ୟାଳୟ ହେବ। ପୂର୍ବଟିକୁ ଅଭ୍ୟର୍ଥନା କକ୍ଷ କରାଯିବ। ଶ୍ରୀଜଗନ୍ନାଥ ସାଂସ୍କୃତିକ ଲାଇବ୍ରେରୀ ଓ ରଘୁନନ୍ଦନ ଲାଇବ୍ରେରୀର ଉନ୍ନତିକରଣ କରାଯିବ ।

Advertisment

ଅଧିକ ପଢ଼ନ୍ତୁ: ବିଜୁଙ୍କ ଲିଭି ନଥିଲା ଜୁଇ, ହୋଟେଲରେ ନବୀନ ଖାଉଥିଲେ ମାଉଁସ

Srimandir SJTA Chief Puri Gajapati
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ