Encroached Land: ଜବରଦଖଲ ଜମି ହାତକୁ ନେଲା ଶ୍ରୀମନ୍ଦିର ପ୍ରଶାସନ, ଲାଗିଲା ସୂଚନା ଫଳକ

ଶ୍ରୀଜଗନ୍ନାଥ ମନ୍ଦିରର ନିଜସ୍ଵ ଭୂସମ୍ପତ୍ତି ବୋଲି ଫଳକ ଲଗାଇ ସ୍ପଷ୍ଟ କଲା ଶ୍ରୀମନ୍ଦିର ପ୍ରଶାସନ । ଅନଧିକାର ପ୍ରବେଶ ଆଇନ୍ ଅନୁଯାୟୀ ଦଣ୍ଡନୀୟ ଅପରାଧ ବୋଲି ସୂଚନା ଫଳକରେ ଶ୍ରୀମନ୍ଦିର ପ୍ରଶାସନ ତରଫରୁ ଉଲ୍ଲେଖ କରାଯାଇଛି ।

ଶ୍ରୀମନ୍ଦିର ପ୍ରଶାସନ

ତାଳବଣିଆ ମୌଜାର ପୁରୀ ବସ୍ଷ୍ଟାଣ୍ଡ ନିକଟସ୍ଥ ନେବକଡାଶ ମଠ ଜମି ଅଭିଯୋଗ ପରେ କାର୍ଯ୍ୟାନୁଷ୍ଠାନ ହୋଇଛି। ମହାପ୍ରଭୁଙ୍କ ଜମିରେ ଲାଗିଛି ଶ୍ରୀମନ୍ଦିର ପ୍ରଶାସନର ସୂଚନା ଫଳକ । ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନର ନିଜସ୍ଵ ଭୂସମ୍ପତ୍ତି ବୋଲି ଫଳକ ଲଗାଇ ସ୍ପଷ୍ଟ କଲା ଶ୍ରୀମନ୍ଦିର ପ୍ରଶାସନ । ଅନଧିକାର ପ୍ରବେଶ ଆଇନ୍ ଅନୁଯାୟୀ ଦଣ୍ଡନୀୟ ଅପରାଧ ବୋଲି ସୂଚନା ଫଳକରେ ଶ୍ରୀମନ୍ଦିର ପ୍ରଶାସନ ତରଫରୁ ଉଲ୍ଲେଖ କରାଯାଇଛି । ଶ୍ରୀଗୁଣ୍ଡିଚା ମନ୍ଦିର ନିକଟ ତାଳବଣିଆ ମୌଜା ଖାତା ନମ୍ବର୍ ୭୯୧ର ୬ଟି ପ୍ଲଟର ପ୍ରାୟ ୫୦ ଡିସିମିଲ୍ ଜାଗାକୁ ତାର ବାଡ଼ ବୁଲାଯାଇ ଜବରଦଖଲ କରାଯାଇଥିଲା । କୁମ୍ଭାରପଡ଼ା ଥାନାରେ ଏ ନେଇ ଏତଲା ଦେଇଥିଲା ଶ୍ରୀମନ୍ଦିର ପ୍ରଶାସନ ।

ଏହି ଜମି ଦୀର୍ଘ ବର୍ଷ ଧରି ଜଣେ ବ୍ୟକ୍ତିଙ୍କ ଦ୍ୱାରା ଜବରଦଖଲ ହୋଇ ରହିଥିଲା । ତେବେ ଏହି ଜମିକୁ ପ୍ଲଟିଂ କରାଯାଇ ବିକ୍ରି କରିବା ପାଇଁ ଉଦ୍ୟମ ହେଉଥିବାର ଅଭିଯୋଗ ହୋଇଥିଲା । ଏହି ଜମି ମଠର ହୋଇଥିଲେ ମଧ୍ୟ ଜଣେ ବ୍ୟକ୍ତି ଏହି ଜମିକୁ ନିଜ ଦଖଲରେ ରଖିଥିଲେ । ଏ ନେଇ ଅଭିଯୋଗ ଆସିବା ପରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଥିଲା । ଶ୍ରୀମନ୍ଦିର ପ୍ରଶାସନର ବରିଷ୍ଠ ଅଧିକାରୀମାନେ ଏହି ଜମିକୁ ଯାଇ ଦେଖିଥିଲେ । ଏହା ପରେ କୁମ୍ଭାରପଡ଼ା ଥାନାରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏତଲା ଦିଆଯାଇଥିଲା ।

ଅଧିକ ପଢ଼ନ୍ତୁ : ଆଇନ ମନ୍ତ୍ରୀଙ୍କ ବଡ଼ ବୟାନ; କହିଲେ, ଶ୍ରୀମନ୍ଦିର ବାହାରେ ୱାଚ୍‌ ଟାୱାର୍‌ ଲଗାଇବାକୁ ଚାଲିଛି ଯୋଜନା

ପ୍ରଶାସନ ଏହି ଜମିରେ ଫଳକ ଲଗାଇଛି । ଏହା ସହ ଉପଜିଲ୍ଲାପାଳ ମଧ୍ୟ ଏକ ନୋଟିସ୍ ଜାରି କରିଛନ୍ତି । ଏହି ଜମି ଶ୍ରୀମନ୍ଦିର ପ୍ରଶାସନର । ଯଦି କେହି ଅନଧିକାର ପ୍ରବେଶ କରନ୍ତି, ଆଇନ ଅନୁଯାୟୀ ଦଣ୍ଡିତ ହେବେ ବୋଲି ଏହି ନୋଟିସରେ କୁହାଯାଇଛି ।

ରାଜ୍ୟ ସରକାର ଶ୍ରୀମନ୍ଦିର ଅଧିନିୟମ ସଂଶୋଧନ ପାଇଁ ନିଷ୍ପତ୍ତି ନେଇଥିଲେ । ଏହି ଅଧ୍ୟାଦେଶ ବଳରେ ଶ୍ରୀମନ୍ଦିର ଆଇନ ୧୯୫୪ର ସଂଶୋଧନ କରାଯାଇଛି । ଫଳରେ ଶ୍ରୀଜଗନ୍ନାଥଙ୍କ ଜମି ବିକ୍ରି ଓ ମାଲିକାନା ପରିବର୍ତ୍ତନ ନେଇ ଆଉ ରାଜ୍ୟ ସରକାର ନୁହେଁ ବରଂ ଶ୍ରୀମନ୍ଦିର ପରିଚାଳନା କମିଟି, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଜିଲ୍ଲାପାଳ ମଧ୍ୟ ନିଷ୍ପତ୍ତି ନେଇପାରିବେ ।

ଅଧିକ ପଢ଼ନ୍ତୁ :  ୧୫୦ କି.ମି ଦଣ୍ଡପ୍ରଣାମ କରି ଶ୍ରୀମନ୍ଦିର ପହଞ୍ଚିଲେ ଦୁଇ ଭକ୍ତ, ଲାଗିଗଲା ୨ମାସ