Advertisment

Vanishing Melody: ବାୟୁମଣ୍ଡଳରେ ପରିବର୍ତ୍ତନ: ମଡ଼କ ପଡିଲେଣି ବାଇ ଚଢ଼େଇ

ପ୍ରକୃତିର ଏକ ସୁନ୍ଦର ଉପହାର ବାଇ ଚଢେଇ। ତା’ଠାରୁ ତା’ ବସାକୁ ନେଇ ଅଧିକ ଚର୍ଚ୍ଚା। ଏହି ସୁନ୍ଦର ପକ୍ଷୀକୁ ନେଇ କେତେ ଯେ କାହାଣୀ କେତେ ଯେ କବିତା। କିନ୍ତୁ ମନୁଷ୍ୟର ଆଧୁନିକ ଜୀବନଶୈଳୀ ଯୋଗୁଁ ଏହି ପକ୍ଷୀ ଏବେ ବିଲୁପ୍ତ ହେବାକୁ ବସିଲାଣି। ଗାଁ ମୁଣ୍ଡ ତାଳ ଗଛରେ ଆଉ ଶୁଭୁନି ବାଇ ଚଢେଇଙ୍କ କିଚିରି ମିଚିରି ଶବ୍ଦ।

Vanishing Melody

Vanishing Melody

Advertisment

ମୁଁ ବାଇ ଚଢେଇ କହୁଛି... ହେ ମଣିଷ ତମେ ଗଛ କାଟିଲ...ଆମେ ଦୁର୍ଦ୍ଦଶା ଭୋଗିଲୁ... ତୁମେ ମୋବାଇଲ 5ଜି ଟାୱାର ଲଗାଇଲ... ଆମ ବଂଶ ନିପାତ ପାଇଁ ବାଟ ଖୋଲିଦେଲ... ଆଉ କେତେ କଷ୍ଟ ସହିବାକୁ ହେବ ଆମକୁ ... ତୁମେ ଯେତିକି ଯେତିକି ପ୍ରକୃତିକୁ ନଷ୍ଟ କରିଲଣି ଆମ ଜୀବଜନ୍ତୁଙ୍କ ବଂଶ ସେତିକି ଲୋପ ପାଇବାକୁ ବସିଲଣି... ତୁମ କର୍ମ ପାଇଁ ଏବେ ପ୍ରକୃତି ଦେଖାଉଛି କରାଳ ରୂପ... ପୂର୍ବରୁ କୁଆ ପଥର ଦେଖିଲେ ଖୁସିରେ କୋଇଲି ଗୀତ ଗାଉଥିଲା... କୁଆ ମଧ୍ୟ ରା ରା କରୁଥିଲା...ମୁଁ ମଧ୍ୟ ଖୁସିରେ ଝୁମୁଥିଲି...ହେଲେ ଏବେ ଆଉ ଏହା ଦେଖିବାକୁ ମିଳିନୁ...

Advertisment

ହେ ମଣିଷ ତୁମେ ସିନା ଆଜି ଆମର ଦୁର୍ଦ୍ଦଶା ଦେଖୁଛ... କିନ୍ତୁ ଏହା ଭଗବାନ ତମକୁ ଆମ ଜରିଆରେ ସତର୍କ କରୁନାହାନ୍ତି ତ... ତୁମେ ମାନେ ଯଦି ଏହିଭଳି ପ୍ରକୃତି ସହିତ ଖେଳ ଖେଳିବ ତାହାଲେ ହୁଏତ ଆଗକୁ ତମ ଅବସ୍ଥା ବି ମୋ ଭଳି ନ ହେବ କିଏ ବା ଜାଣିଛି... ସୁଧୁରି ଯାଓ ପ୍ରକୃତି ସହିତ ଖେଳ ଖେଳ ନାହିଁ...

ଅଧିକ ପଢ଼ନ୍ତୁ: ଅଙ୍ଗଦାନ କରି ଅମର; ମୃତ୍ୟୁ ପରେ ବି ଅନ୍ୟ ଶରୀରରେ ବଞ୍ଚି ରହିବେ ନରେଶ

Advertisment

ପ୍ରକୃତିର ଏକ ସୁନ୍ଦର ଉପହାର ବାଇ ଚଢେଇ। ତା’ଠାରୁ ତା’ ବସାକୁ ନେଇ ଅଧିକ ଚର୍ଚ୍ଚା। ଏହି ସୁନ୍ଦର ପକ୍ଷୀକୁ ନେଇ କେତେ ଯେ କାହାଣୀ କେତେ ଯେ କବିତା। କିନ୍ତୁ ମନୁଷ୍ୟର ଆଧୁନିକ ଜୀବନଶୈଳୀ ଯୋଗୁଁ ଏହି ପକ୍ଷୀ ଏବେ ବିଲୁପ୍ତ ହେବାକୁ ବସିଲାଣି। ଗାଁ ମୁଣ୍ଡ ତାଳ ଗଛରେ ଆଉ ଶୁଭୁନି ବାଇ ଚଢେଇଙ୍କ କିଚିରି ମିଚିରି ଶବ୍ଦ। କି ବୁଢୀମା’ ନାତି ନାତୁଣୀଙ୍କୁ ଆଉ ଶୁଣାଉନାହିଁ ବାଇ ଚଢେଇର ଗୀତ। ଲାଗୁଛି ଯେମିତି ଆଗମୀ ପିଢି ଏହି କୁନି ଚଢେଇର ସଂଘର୍ଷ ଭରା କାହାଣୀ କେବଳ ବହିରେ ପଢିବେ। ତାକୁ ଦେଖିବାକୁ ପାଇବେନି। ବର୍ତ୍ତମାନର ପରିସ୍ଥିତି ବିଶ୍ବରେ ତାପମାତ୍ରାରେ ଅସ୍ଥିରତା ଓ ବିଭିନ୍ନ ପ୍ରାକୃତିକ ଦୁର୍ବିପାକ ଆଜି ଭାଙ୍ଗି ଦେଇଛି ବାଇ ଚଢେଇର ବସା। 

ବାୟୁମଣ୍ଡଳରେ ପରିବର୍ତ୍ତନ ଯୋଗୁଁ ପଡିଛି ବାଇ ଚଢ଼େଇ ମଡ଼କ। ହଜାର ହଜାର ପକ୍ଷୀ ମରି ପଡିଛନ୍ତି। ଯୋଗାଯୋଗ କ୍ଷେତ୍ରରେ ନୂଆ ପିଢ଼ିଙ୍କ ପାଇଁ ନୂତନ ଜ୍ଞାନକୌଶଳ ଉଦ୍ଭାବନ ଏହି କୁନି ଚଢ଼େଇ ପାଇଁ କାଳ ସାଜିଛି। ଯୋଗାଯୋଗ କ୍ଷେତ୍ରରେ ଆଜି ଆମେ 5G କୁ ବ୍ୟବହାର କରୁଛେ ସତ କିନ୍ତୁ ଏହାର ବିକିରଣ ଦ୍ୱାରା ଏହି ଛୋଟ ଯିବ ଏଵେ ସେମାନଙ୍କ ପ୍ରଜାତି ବଞ୍ଚାଇ ରଖିବା ପାଇଁ ଏକ ପ୍ରକାର ସଂଘର୍ଷ କରୁଛନ୍ତି। ସେହିଭଳି ଦ୍ରୁତ ଶିଳ୍ପାୟନ , ଯୋଗାଯୋଗ କ୍ଷେତ୍ରରେ ଅଭିବୃଦ୍ଧି , ନୂତନ ଜ୍ଞାନକୌଶଳର କ୍ଷମତା ଠାରୁ ଅଧିକ ବ୍ୟବହାର ସତେ ଯେମିତି ଦାଉ ସାଜିଛି ପ୍ରକୃତିର ଏକ ସୁନ୍ଦର ସୃଷ୍ଟି ଉପରେ। 

Advertisment

ଅଧିକ ପଢ଼ନ୍ତୁ: ବ୍ରେନଡେଡ୍‌ ପରେ ହେଉଥିଲା ଅଙ୍ଗଦାନ; ହଠାତ୍ ଥରିଲା ଶରୀର, ଉଠି ବସିଲେ ଯୁବକ !

Song Special Story
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ