Advertisment

କୋଟିପତି କରାଇଛି ଧଳା ଘୁଷୁରୀ ଚାଷ; ସ୍ୱାବଲମ୍ୱୀ ହେବା ସହ ଉଦାହରଣ ସାଜିଲେ ଝୁନା...

କୋଟିପତି କରାଇଛି ଧଳା ଘୁଷୁରୀ ଚାଷ। ନିଜେ ସ୍ୱାବଲମ୍ୱୀ ହେବା ସହ ଅନ୍ୟକୁ ରୋଜଗାର ଯୋଗାଉଛନ୍ତି ମହିଳା ଚାଷୀ।

author-image
Sujit kumar Swain
White Pig Farming

White Pig Farming

କୋଟିପତି କରାଇଛି ଧଳା ଘୁଷୁରୀ ଚାଷ। ନିଜେ ସ୍ୱାବଲମ୍ୱୀ ହେବା ସହ ଅନ୍ୟକୁ ରୋଜଗାର ଯୋଗାଉଛନ୍ତି ମହିଳା ଚାଷୀ। ଗଭୀର ନିଷ୍ଠା ଓ ଆତ୍ମବିଶ୍ବାସ ବଳରେ କିଭଳି ସଫଳତାର ଶୀର୍ଷରେ ପହଞ୍ଚି ହୁଏ ତାହାର ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି ପୁରୀ ଜିଲ୍ଲା ଗୋପ ବ୍ଲକ କଣ୍ଟି ଗ୍ରାମର ଝୁନା ବେହେରା । 

Advertisment

କୋଟିପତି କରାଇଛି ଧଳା ଘୁଷୁରୀ ଚାଷ। ନିଜେ ସ୍ୱାବଲମ୍ୱୀ ହେବା ସହ ଅନ୍ୟକୁ ରୋଜଗାର ଯୋଗାଉଛନ୍ତି ମହିଳା ଚାଷୀ। ଗଭୀର ନିଷ୍ଠା ଓ ଆତ୍ମବିଶ୍ବାସ ବଳରେ କିଭଳି ସଫଳତାର ଶୀର୍ଷରେ ପହଞ୍ଚି ହୁଏ ତାହାର ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି ପୁରୀ ଜିଲ୍ଲା ଗୋପ ବ୍ଲକ କଣ୍ଟି ଗ୍ରାମର ଝୁନା ବେହେରା। ତାଙ୍କ ସ୍ୱାମୀ ଲିଟନ ବେହେରା ଭୁବନେଶ୍ୱରରେ ଏକ ଘରୋଇ କମ୍ପାନୀରେ ଚାକିରୀ କରି ପରିବାର ଚଳାଉଥିଲେ। ହେଲେ କିଛି ଅଲଗା କରିବାର ନିଶା ସ୍ୱାମୀ-ସ୍ତ୍ରୀଙ୍କୁ ଧଳା ଘୁଷୁରୀ ଚାଷ ପାଇଁ ପ୍ରେରିତ କରିଥିଲା। ସୋସିଆଲ ମିଡିଆରୁ ସେମାନେ ଧଳା ଘୁଷୁରୀ ଚାଷ ସମ୍ପର୍କରେ ଜ୍ଞ୍ୟାନ ଆହରଣ କରି ଘୁଷୁରୀ ଚାଷ ଆରମ୍ଭ କରିଥିଲେ। 

ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟାଗ ଯୋଜନାରେ ଝୁନା ପାଖାପାଖି ଏକ କୋଟି ଟଙ୍କା ଋଣ କରି  ସ୍ବାମୀଙ୍କ ସହ ମିଶି ନିଜର ଥିବା ପ୍ରାୟ ୪ଏକରରୁ ଉର୍ଦ୍ଧ୍ବ ଜମିରେ ୨୦ହଜାର ସ୍କୋୟାର ଫୁଟର ଫାର୍ମ ତିଆରି କରି ବାହାରୁ  110ଟି  ଧଳା ଘୁଷୁରୀ  ଆଣି ଚାଷ ଆରମ୍ଭ କରିଥିଲେ । ପଶୁ ବିଶେଷଜ୍ଞ ମାନଙ୍କ ପରାମର୍ଶରେ ସ୍ୱାମୀ ସ୍ତ୍ରୀଙ୍କ  ଅକ୍ଲାନ୍ତ ପରିଶ୍ରମ ବଳରେ ସେମାନେ ଦୁଇ ବର୍ଷର ଦୁଇ କୋଟି ଟଙ୍କାର ଘୁଷୁରୀ ବିକି ବେଶ ଲାଭବାନ ହୋଇଛନ୍ତି । 
ପ୍ରତ୍ୟେକ ୬ମାସରେ ଏହି ଘୁଷୁରୀ ମଣିପୁର, ନାଗାଲାଣ୍ଡ,ଆସାମ ଆଦି ଅଞ୍ଚଳକୁ ବିକ୍ରୟ ପାଇଁ ପଠାଯାଉଛି । ଘୁଷୁରୀ ଚାଷ କରି ସେ ସ୍ୱାବଲମ୍ବୀ ହେବା ସହ ଆଉ ଚାରୋଟି ପରିବାରକୁ ସ୍ୱାବଲମ୍ବୀ କରିବାରେ ସଫଳ ହୋଇଛନ୍ତି ।  ଘୁଷୁରୀ ମାନଙ୍କ ରୋଗ ପ୍ରତିଶୋଧକ ଶକ୍ତି ଅଧିକ ଓ ସେମାନେ ଅଧିକ ଛୁଆ ପ୍ରଜନନ କରନ୍ତି ତେଣୁ କୁକୁଡ଼ା ,ଛେଳି ,ଗାଈ ଚାଷ ଅପେକ୍ଷା ଘୁଷୁରୀ ଚାଷ ଅଧିକ ଲାଭଦାୟକ ବ୍ୟବସାୟ ତେଣୁ ଯୁବ ଗୋଷ୍ଠୀ ଏହି ଚାଷ ପ୍ରତି ଆଗ୍ରହ ପ୍ରକାଶ କରିବା ଉଚିତ ବୋଲି ସେ କହିଛନ୍ତି ।

Advertisment

ଏପଟେ ଝୁନା ଓ ତାଙ୍କ ସ୍ବାମୀଙ୍କ ଉଦ୍ୟମକୁ ସ୍ଥାନୀୟ ଲୋକେ ବେଶ ପ୍ରଶଂସା କରିବା ସହ ସମାଜ ପାଇଁ ସେ ଦିଗଦର୍ଶନ ପାଲଟିଛନ୍ତି ବୋଲି ସ୍ଥାନୀୟ ଲୋକେ ମତ ଦେଇଥିବା ବେଳେ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରେ ସାଧାରଣ ଵର୍ଗ ଚାଷୀଙ୍କ ପାଇଁ 40 ଶତକଡା ଓ ମହିଳା ମାନଙ୍କ ପାଇଁ 50 ଶତକଡା ସବସିଡ ରହିଛି । ଘୁଷୁରୀ ଚାଷ ପାଇଁ ପରିବେଶ ମଧ୍ୟ  ଅନୁକୂଳ ରହିଛି । ତେଣୁ ଯୁବ ଗୋଷ୍ଠୀ ମହିଳା ମାନେ ଘୁଷୁରୀ ଚାଷ ପାଇଁ ଆଗ୍ରହ ପ୍ରକାଶ କରିବା ଆବଶ୍ୟକ ବୋଲି ସ୍ଥାନୀୟ ପ୍ରାଣୀ ଚିକିତ୍ସା ଅଧିକାରୀ ମତ ଦେଉଛନ୍ତି ।

ପୁରୀ ଜିଲ୍ଲାରେ ଝୁନା ବେହେରା ଜଣେ ସଫଳ ମହିଳା କୃଷି ଉଦ୍ୟୋଗୀ ଭାବେ ଯୁବ ଗୋଷ୍ଠୀଙ୍କ ପାଇଁ ଉଦାହରଣ  ବେଳେ ଅନ୍ୟ ମାନଙ୍କ ପାଇଁ ସେ ପ୍ରେରଣା ସାଜିଛନ୍ତି ।

Success Stories Of Women Special Story White Pig Farming Success Story
Advertisment
Advertisment