/odishatv-khabar/media/post_attachments/uploadimage/library/16_9/16_9_0/IMAGE_1724841339.jpg)
Odisha Assembly
ବିଧାନସଭା ଗୃହ ଭିତରେ ମୋବାଇଲ ଓ ପାଣି ବୋତଲ ମନା । ମୋବାଇଲ, ପାଣି ବୋତଲ ନଆଣିବାକୁ କଟକଣା ଲଗାଇଛନ୍ତି ଓଡ଼ିଶା ବିଧାନସଭାର ବାଚସ୍ପତି ସୁରମା ପାଢ଼ୀ । କିଛି ବିଧାୟକ ଫଟୋ ଉଠାଇବା ସହ ଫୋନରେ କଥା ହେଉଥିବା ଜାଣିବା ପରେ ବାଚସ୍ପତି ଏହି ପଦକ୍ଷେପ ନେଇଛନ୍ତି । ଗୃହରେ ଏ ସବୁ କରିବା ଅନୁଚିତ । ତେଣୁ ଗୃହରେ ମୋବାଇଲ ବ୍ୟବହାର ନ କରିବା ପାଇଁ ତାଗିତ କରିଛନ୍ତି ବାଚସ୍ପତି ।
ବାହାରେ ପାଣିର ପର୍ଯ୍ୟାପ୍ତ ବ୍ୟବସ୍ଥା ରହିଛି କିନ୍ତୁ ବିଧାୟକ ମାନେ ପାଣି ବୋତଲ ନେଇ ଗୃହକୁ ଆସୁଛନ୍ତି । ଏଥିରୁ କ୍ଷାନ୍ତ ରହିବା ସହ ଗୃହ ଭିତରକୁ ପାଣି ବୋତଲ ନେଇ ନ ଆସିବାକୁ ବାଚସ୍ପତି ନିର୍ଦ୍ଦେଶ ଦେଇଛନ୍ତି ।
ସେପଟେ ଆଜି ବିଧାନସଭାରେ ପେଟ୍ରୋଲ ପମ୍ପରେ ଠକେଇ ହେଉଥିବା ନେଇ ଆସିଛି ଚାଞ୍ଚଲ୍ୟକର ତଥ୍ୟ । ମାପ ଏବଂ ଓଜନରେ ଗ୍ରାହକଙ୍କୁ ଠକୁଛନ୍ତି କିଛି ବ୍ୟବସାୟୀ । ରାଜ୍ୟରେ ୩୭୦ଟି ପେଟ୍ରୋଲ ପମ୍ପରେ ମାପରେ ଗଫଲତି ହେଉଥିବା ବିଧାନସଭାରେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସୂଚନା ଦେଇଛନ୍ତି । ବର୍ଷକରେ ୨ ହଜାର ୮ଶହ ୪୬ ଦୋକାନୀ ଗ୍ରାହକଙ୍କୁ ଠକିଥିବା ନଜରକୁ ଆସିିଥିବା ଯୋଗାଣ ମନ୍ତ୍ରୀ କହିଛନ୍ତି । ୨୧୮୧ ବ୍ୟବସାୟୀ କମ୍ପ୍ୟୁଟର ଓଜନରେ ଠକୁଥିବା ଜଣାପଡିଛି । ସେହିପରି ୧୦୧ ଜଣ ବ୍ୟବସାୟୀ ବଟକରା ଓ ୯୫ ଜଣ ପଳାରେ ଠକୁଥିବା ଜଣାପଡ଼ିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)