Srimandir Property
ଶ୍ରୀମନ୍ଦିର ଓ ଶ୍ରୀଗୁଣ୍ଡିଚା ମନ୍ଦିର ଚାରିପାଖରେ ଥିବା ଓ ଭବିଷ୍ୟତରେ ନିର୍ମାଣ ହେବାକୁ ଥିବା କୋଠାବାଡ଼ି ପାଇଁ ସ୍ୱତନ୍ତ୍ର ନୀତି ନିର୍ଦ୍ଧାରଣ ପ୍ରସ୍ତାବ । ଏନେଇ ପଦକ୍ଷେପ ନେବାକୁ ନଗର ଉନ୍ନୟନ ବିଭାଗକୁ ଚିଠି ଲେଖିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଚିଠି ଅନୁସାରେ, ଶ୍ରୀମନ୍ଦିର ଏବଂ ଶ୍ରୀଗୁଣ୍ଡିଚା ମନ୍ଦିର ସୁରକ୍ଷା ତଥା ଏହାର ସାଂସ୍କୃତିକ ଐତିହ୍ୟକୁ ଦୃଷ୍ଟିରେ ରଖି ପଦକ୍ଷେପ ନିଆଯାଉ । କୋଠାବାଡ଼ିଗୁଡିକର ଉଚ୍ଚତା ଧାର୍ଯ୍ୟ ହେବା ସହ ସମ୍ମୁଖ ଭାଗକୁ କଳିଙ୍ଗ ସ୍ଥାପତ୍ୟ ଢାଞ୍ଚାରେ କରାଯିବା ନେଇ ଏକ ନୀତି ପ୍ରସ୍ତୁତି ହେବା ଜରୁରୀ ।
ସେହିପରି କୋଠାବାଡିଗୁଡିକ ବ୍ୟବହାର କରୁଥିବା ନାମଫଳକ ଏବଂ ବିଜ୍ଞାପନ ଉପରେ ମଧ୍ୟ ଆବଶ୍ୟକ କଟକଣା ପାଇଁ ଏଥିରେ ବ୍ୟବସ୍ଥା କରାଯାଉ । ସମଗ୍ର ଅଞ୍ଚଳରେ ଆଧ୍ୟାତ୍ମିକ ବାତାବରଣକୁ ବଜାୟ ରଖିବା ପାଇଁ ସୌନ୍ଦର୍ଯ୍ୟକରଣ ତଥା ଖାଲି ସ୍ଥାନ ବ୍ୟବହାର ନେଇ ମଧ୍ୟ ସେହି ନୀତିରେ ବିଚାର କରିବାକୁ ମୁଖ୍ୟ ପ୍ରଶାସକ ଅନୁରୋଧ କରିଛନ୍ତି । ପୂର୍ବରୁ ଗତ ମେ ମାସ ୨୫ ତାରିଖରେ ଶ୍ରୀମନ୍ଦିର ପରିଚାଳନା କମିଟିର ଉଚ୍ଚସ୍ତରୀୟ ପ୍ରଶାସନିକ କମିଟି ବୈଠକରେ ଏନେଇ ଆଲୋଚନା ହୋଇଥିଲା । ଏହାସହ ସ୍ୱତନ୍ତ୍ର ନୀତି ପ୍ରଣୟନ ପାଇଁ ରାଜ୍ୟ ସରକାରଙ୍କୁ ଅନୁରୋଧ କରାଯିବାକୁ ନିଷ୍ପତ୍ତି ହୋଇଥିଲା ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1749377958.jpg)