Advertisment

ଜନ୍ମ ଦେଇ ଚାଲିଗଲେ ବାପା-ମା’: କିଏ ଦେବେ ଏମାନଙ୍କୁ ସାହାରା

ଏ ଦି‘ ଭଉଣୀଙ୍କ ଦୁଃଖ ଆପଣଙ୍କୁ ବି କନ୍ଦେଇ ଦେବ । ଆପଣ ବି ସେମାନଙ୍କ କାହାଣୀ ଶୁଣିଲେ କହିବେ, ଈଶ୍ବର ଏମିତି ଦୁଃଖ କାହାକୁ ନ ଦିଅନ୍ତୁ । ଏ କୁନି ଛୁଆ ଦି’ ଜଣ ହେଉଛନ୍ତି ପ୍ରମିଳା ଆଉ ଦମୟନ୍ତି ।

author-image
Pallipuspa Samal
ଅଦ୍ୟତନ ହୋଇଛି
Need Help for Livelihood

Need Help for Livelihood

ଝରକା ଫାଙ୍କରୁ ଜୀବନର ଦି ପରସ୍ତ ଦୁଃଖ ଦେଖିଲାଣି ସିଏ । ଝରକାର ରେଲିଂଗୁଡାକ ସହ କଥା ହେବା ଆଉ ଏରୁଣ୍ଡି ଉପରେ ଠିଆ ହୋଇ ଗୋଟିଏ ଅନିର୍ଦ୍ଧିଷ୍ଟ ଭବିଷ୍ୟତକୁ ଅନିଶା କରିବା ଏମାନଙ୍କ ପାଇଁ ହୁଏତ ନିତିଦିନିଆ କାମ । ଜୀବନ ବୋଇଲେ ତାଙ୍କ ପାଇଁ ଏ ମିଛ ହସ ଆଉ ସତ ଲୁହର ଲଢେଇ ଟିକକ ଯାହା ବଳକା ଅଛି । ଆମେ କହୁଛୁ ଦୁଇ ଭଣଣୀଙ୍କ କଥା । ଏହି ଦି‘ ଭଉଣୀଙ୍କ ଦୁଃଖ ଶୁଣିଲେ ଆପଣ ବି କାନ୍ଦି ପକାଇବେ । ଆପଣ ବି କହିବେ, ଈଶ୍ବର ଏମିତି ଦୁଃଖ କାହାକୁ ନ ଦିଅନ୍ତୁ । ଏ କୁନି ଛୁଆ ଦି’ ଜଣ ହେଉଛନ୍ତି ପ୍ରମିଳା ଆଉ ଦମୟନ୍ତି ।

Advertisment

ନୂଆପଡା ଜିଲ୍ଲା ଖଡ଼ିଆଳ ବ୍ଲକ ଚିଚେର ଗାଁରେ ଏମାନଙ୍କ ଘର । ପିଲା ଦି’ଟାଙ୍କୁ ଅନାଥ କରି ୪ ବର୍ଷ ତଳେ ମା’ ଚାଲିଗଲା। ମା’ ପଣତ ମଥାରୁ ଉଠିଗଲା ପରେ ବାପା ସୁଖକୁ ଭରସିଥିଲେ ଦିହେଁ। ହେଲେ ନିଷ୍ଠୁର ଦଇବ ଗଲା କିଛି ଦିନ ତଳେ ବାପାଙ୍କୁ ବି ଛଡାଇ ନେଲା। ଏବେ ସ୍ମୃତି କହିଲେ କେବଳ ବାପାଙ୍କର ଏଇ ଫଟୋ ଖଣ୍ଡକ। ଦି‘ ଭଉଣୀ ଯାକ ଏଇ ଫଟୋକୁ ଗେଲ କରନ୍ତି, ବାପାଙ୍କୁ ମନେ ପକାନ୍ତି। ଦିହେଁ ଯାକ ଜାଣିଲା ଶୁଣିଲା ବୟସର ହେଲେଣି ପରା। ଦିନେ ଅଧେ ବାପାଙ୍କ ଫଟୋ ଦେଖିଲା ବେଳେ ଅଜାଣତରେ ତାଙ୍କ ଲୁହ ବାପାଙ୍କ ଫଟୋକୁ ଓଦା କରେ।

ଏ ଦୁଃଖର କାହାଣୀ ଏଇଠି ସରିଯାଇଛି ବୋଲି ଭାବୁଛନ୍ତି କି ? ନାଇଁ ଆଜ୍ଞା ସେମିତି ଭାବନ୍ତୁନି। ଏମାନଙ୍କ ଦୁଃଖର ଆଉ ଗୋଟିଏ ଫର୍ଦ୍ଦ ଅଛି। ଏ ଦୁଇ ଭଉଣୀ ରୋଗାକ୍ରାନ୍ତ। ବଡ ଭଉଣୀ ପ୍ରମିଳାର ହୃଦୟରେ ଛିଦ୍ର ଅଛି ଆଉ ସାନ ଦମୟନ୍ତି ପ୍ଲିହା ରୋଗରେ ଆକ୍ରାନ୍ତ। ଚିକିତ୍ସା ପାଇଁ ଅଣ୍ଟିରେ ଧନ ନାହିଁ କି ଡାକ୍ତର ପାଖକୁ ନେବାକୁ ପାଖରେ ଜନବଳ ବି ନାହିଁ। ଏ ଛୁଆ ଦି’ଟାଙ୍କ ସମ୍ବଳ କହିଲେ ଏ ବୁଢା ବୁଢି ଦି’ଟା ଯାହା।

Advertisment

ବାପା ମା’ ଗଲା ପରେ, ବୁଢା ଜେଜେ ଆଉ ଏ ଜେଜେମା ହିଁ ସେମାନଙ୍କର ସବୁକିଛି। ସେମାନେ ବି ତ ଝଡା ପତର। କେତେବେଳେ ଝଡିଯିବେ କିଏ କହିବ। ତଥାପି ନିଜ ନାତୁଣୀ ଦି’ଟାଙ୍କ କଥା ସେମାନେ ହିଁ ବୁଝନ୍ତି। କେବେ ଚୁଟି କୁଣ୍ଡାଇ ଦିଅନ୍ତି, ତ କେତେବେୋଳ ଖୋଇ ଦିଅନ୍ତି। ପିଲା ଦି’ଟାଙ୍କୁ ମଣିଷ କରିବାର ଅଦମ୍ୟ ଇଚ୍ଛା ପରିଣତ ବୟସରେ ବି ତାଙ୍କ ଭିତରେ ତାଜା ଅଛି। ଦୁଃଖ ଏତିକି ପଢିବା ଖେଳିବା ବୟସରେ ଏ ଅନାଥ ଦୁଇ ଭଉଣୀ ରହିବେ କେଉଁଠି ଆଉ ଖାଇବେ କ'ଣ ? ତାକୁ ନେଇ ଏବେ ଚିନ୍ତାରେ ଜେଜେ ମା’ ଆଉ ଜେଜେବାପା ।

ଦର୍ଶକବନ୍ଧୁ ଜୀବନ ବୃତ୍ତରେ ଏମିତି ବୃତ୍ତାନ୍ତ ଆପଣ ଅନେକ ଶୁଣିଥିବେ। ଆହା ବୋଲି ପଦୁଟିଏ ପାଟିରୁ ବି ପଲଟି ପଡିଥିବ। ଆଉ ଭାବିଥିବେ, ଏ ଦୁଃଖୀ ମଣିଷମାନଙ୍କ ଜୀବନ ବୃତ୍ତାନ୍ତ ଥରେ ବଦଳି ଯାଆନ୍ତିନି। ଝରକା ଫାଙ୍କରେ ଏ ମଳିନ ମୁହଁରୁ ଉଜ୍ବଳ ହସ ଟିକକ ଉକୁଟି ଉଠନ୍ତାନି। ଯଦି ହୁଅନ୍ତା କେତେ ଭଲ ହୁଅନ୍ତା। ଦମୟନ୍ତୀ ଏ ଝରକା ଫାଙ୍କରୁ ଥରେ ହସି ଦିଅନ୍ତା।

Nuapada Special Story
Advertisment
Advertisment