/odishatv-khabar/media/post_attachments/uploadimage/library/16_9/16_9_0/IMAGE_1726832901.jpg)
Chief Justice
ଭରତପୁର ଥାନାରେ ମେଜର ଓ ତାଙ୍କ ବାନ୍ଧବୀଙ୍କୁ ମାଡ଼ ଘଟଣାରେ ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କୁ ଚିଠି ଲେଖିଲେ ସେନା ଅଧିକାରୀ । ସେନା କମାଣ୍ଡର ଲେଫ୍ଟନାଣ୍ଟ ଜେନେରାଲ ପି.ଏସ୍ ଶେଖାୱତ ଚିଠି ଲେଖିଛନ୍ତି । ଯେଉଁଥିରେ ସେ ଉଲ୍ଲେଖ କରିଛନ୍ତି, ଥାନାକୁ ସୁରକ୍ଷା ମାଗିବାକୁ ଯାଇଥିବା ସେନା ଅଧିକାରୀଙ୍କୁ ପୋଲିସ ପିଟିଛି । ସେନା ମେଜର ଓ ତାଙ୍କ ବାନ୍ଧବୀଙ୍କୁ ପୋଲିସ ନିର୍ଯାତନା ଦେଇଛି। ବାନ୍ଧବୀଙ୍କୁ ଯୌନ ନିର୍ଯାତନା ସହ ସେନାଧିକାରୀଙ୍କୁ ହାଜତରେ ପୂରାଇଛନ୍ତି। ମାମଲାକୁ ଗୁରୁତ୍ବର ସହ ନେଇ ଏଥିରେ ହସ୍ତକ୍ଷେପ କରିବାକୁ ନିବେଦନ କରିଛନ୍ତି ସେନା ଅଧିକାରୀ ।
ସେପଟେ ଏହି ଘଟଣାରେ ୭ ଜଣ ରୋଡ୍ ରୋମିଓଙ୍କୁ ଧରିଲା କମିଶନରେଟ୍ ପୋଲିସ । ସିସିଟିଭି ଆଧାରରେ ୭ ଜଣଙ୍କୁ ଧରିଲା କମିଶନରେଟ ପୋଲିସ । ଧରାପଡ଼ିଥିବା ୭ ଜଣଙ୍କୁ ଚନ୍ଦକା ଥାନାରେ ପଚରାଉଚରା କରୁଛି । ରାତିରେ ଫେରୁଥିବା ବେଳେ ଦୁର୍ବୃତ୍ତମାନେ ମେଜର ଓ ତାଙ୍କ ବାନ୍ଧବୀଙ୍କୁ ଦୁର୍ବ୍ୟବହାର କରିଥିଲେ । ଏନେଇ ଥାନାକୁ ଏତଲା କରିବାକୁ ଆସି ଉଭୟ ମେଜର ଓ ତାଙ୍କ ବାନ୍ଧବୀ ମାଡ଼ ଖାଇଥିଲେ ।
ଅନ୍ୟପଟେ ରାଜଧାନୀର ଭରତପୁର ଥାନାରେ ମେଜର ଓ ବାନ୍ଧବୀଙ୍କୁ ପୋଲିସର ମାଡ଼ ଘଟଣା ନେଇ ସେଦିନର କଳା କାହାଣୀକୁ କାନ୍ଦି କାନ୍ଦି କହିଲେ ମେଜରଙ୍କ ବାନ୍ଧବୀ । କିଭଳି ତାଙ୍କୁ ଆଇଆଇସି ଯୌନ ନିର୍ଯାତନା ଦେଇଥିଲେ, ସେ କଥା କହିଲେ । ମେଜରଙ୍କ ବାନ୍ଧବୀଙ୍କ କହିବାନୁଯାୟୀ, ଗତ ୧୫ ତାରିଖ ରାତି ଗୋଟାଏରେ ରେଷ୍ଟୁରାଣ୍ଟ ବନ୍ଦ କରି ଗୁରୁବଂଶଙ୍କ ସହ ଫେରୁଥିଲେ । ରାସ୍ତାରେ କିଛି ଦୁର୍ବୃତ୍ତ ଅଟକାଇ ତାଙ୍କୁ ହଇରାଣ କରିଥିଲେ । ସେଠାରୁ ସେ କଷ୍ଟରେ ମୁକୁଳି ଆସିଥିଲେ ।
ଅଭିଯୁକ୍ତଙ୍କ ନାଁରେ ଏତଲା ଦେବାକୁ ଭରତପୁର ଥାନାରେ ପହଞ୍ଚିଥିଲେ । ହେଲେ ଥାନାରେ ନାଇଟି ପିନ୍ଧିଥିବା ଅବସ୍ଥାରେ ଜଣେ ମହିଳା କନଷ୍ଟେବଲ ବସିଥିଲେ । ଏତଲା ରଖିବା ବଦଳରେ ସେଠାରେ ମେଜର ଏବଂ ତାଙ୍କ ବାନ୍ଧବୀଙ୍କୁ ଗାଳିଗୁଲଜ କରିଥିଲେ । କିଛି ସମୟ ପରେ ଜଣେ ପୁରୁଷ ଅଫିସର ଆସି ଗୁରୁବଂଶଙ୍କୁ ହାଜତରେ ପୂରାଇ ଦେଇଥିଲେ । ପ୍ରତିବାଦ କରିବାରୁ ୨ ଜଣ ମହିଳା ପୋଲିସ ମୋତେ ଘୋଷାଡ଼ି ପିଟିଥିଲେ । ଜଣେ ଲେଡି କନଷ୍ଟେବଲ ଗଳା ଚିପିବାରୁ ବଞ୍ଚିବାକୁ ତାଙ୍କ ହାତ କାମୁଡ଼ିଦେଲି । ସେମାନେ ମୋ ହାତ ଗୋଡ଼ ବାନ୍ଧି ଗୋଟିଏ ରୁମ୍ରେ ପୂରାଇ ଦେଇଥିଲେ । ଦୁଇ ଜଣ ପୁରୁଷ ପୋଲିସ ତଳେ ପକାଇ ବିଧା ଗୋଇଠା ମାରିଚାଲିଥିଲେ । ଭୋର୍ ସମୟରେ ଆଇଆଇସି ପହଞ୍ଚିବା ପରେ ଫିଜିକାଲ ଆସଲ୍ଟ ଉଦ୍ୟମ କରିଥିଲେ ବୋଲି ମେଜରଙ୍କ ବାନ୍ଧବୀ କହିଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)