Advertisment

Board And Corporation Chairperson Posts Vacant: ବିଜେପିର ବୋର୍ଡ-ନିଗମ କସରତ୍ ଜୋରଦାର; କେଉଁ ନେତାଙ୍କୁ ମିଳିବ କେଉଁ ନିଗମ ବଢ଼ିଲା ଚର୍ଚ୍ଚା...

ଦେଢ଼ଶହରୁ ଉର୍ଦ୍ଧ୍ୱ ନେତାଙ୍କୁ ଥଇଥାନ ପାଇଁ ବ୍ଲୁପ୍ରିଣ୍ଟ୍ କ'ଣ ହେବ ଆଧାର ? କେଉଁ ନେତାଙ୍କୁ ମିଳିବ କେଉଁ ନିଗମ ? ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ପଦରେ କିଏ ବସିବେ ? ସ୍ବତନ୍ତ୍ର ଉନ୍ନୟନ ପରିଷଦରେ କାହାକୁ କରାଯିବ ନିଯୁକ୍ତି ? ସାଧାରଣ ନିର୍ବାଚନ ପୂର୍ବରୁ ଆମଦାନୀ ନେତା କେଉଁଠି ହେବେ ଥଇଥାନ ? ଏସବୁ ପ୍ରଶ୍ନର ଉତ୍ତର ଖୋଜିବାକୁ ଉପମୁଖ୍ୟମନ୍ତ୍ରୀ କେଭି ସିଂଦେଓଙ୍କ ସରକାରୀ ବାସଭବନରେ ମାନସ ମନ୍ଥନ କରିଛି ରାଜ୍ୟ ବିଜେପି।

undefined

Board And Corporation Chairperson Posts Vacant

Advertisment

୮ ମାସ ହେଲା ନୂଆ ସରକାରରେ ଖାଲି ପଡିଛି ବୋର୍ଡ ନିଗମ। ପ୍ରଥମଥର ପାଇଁ ଏକାକୀ ସରକାର ଆସିଥିବାରୁ ଆଶାୟୀଙ୍କ ଲମ୍ବା ତାଲିକା। କାହାକୁ କେଉଁଠି ଥଇଥାନ କରାଯିବ, କେଉଁ ନେତାଙ୍କୁ ଗୁରୁତ୍ୱ ଦିଆଯିବ, ତାକୁ ନେଇ ଆଜି ପୁଣି ଥରେ ମାନସମନ୍ଥନ କରିଛନ୍ତି ରାଜ୍ୟ ନେତୃତ୍ୱ। ବିଜେପି ରାଷ୍ଟ୍ରୀୟ ସାଧାରଣ ସଂପାଦକ ତରୁଣ ଚୁଗ୍‌ଙ୍କ ଉପସ୍ଥିତିରେ ମୁଖ୍ୟମନ୍ତ୍ରୀ ଏବଂ ରାଜ୍ୟ ସଭାପତି କରିଛନ୍ତି ବିଚାର ବିମର୍ଶ। 

Advertisment

ବିଜେପିର ବୋର୍ଡ ନିଗମ କସରତ୍ । ଦେଢ଼ଶହରୁ ଉର୍ଦ୍ଧ୍ୱ ନେତାଙ୍କୁ ଥଇଥାନ ପାଇଁ ବ୍ଲୁପ୍ରିଣ୍ଟ୍ କ'ଣ ହେବ ଆଧାର ? କେଉଁ ନେତାଙ୍କୁ ମିଳିବ କେଉଁ ନିଗମ ? ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ପଦରେ କିଏ ବସିବେ ? ସ୍ବତନ୍ତ୍ର ଉନ୍ନୟନ ପରିଷଦରେ କାହାକୁ କରାଯିବ ନିଯୁକ୍ତି ? ସାଧାରଣ ନିର୍ବାଚନ ପୂର୍ବରୁ ଆମଦାନୀ ନେତା କେଉଁଠି ହେବେ ଥଇଥାନ ? ଏସବୁ ପ୍ରଶ୍ନର ଉତ୍ତର ଖୋଜିବାକୁ ଉପମୁଖ୍ୟମନ୍ତ୍ରୀ କେଭି ସିଂଦେଓଙ୍କ ସରକାରୀ ବାସଭବନରେ ମାନସ ମନ୍ଥନ କରିଛି ରାଜ୍ୟ ବିଜେପି। ରାଜ୍ୟ ସଭାପତି ମନମୋହନ ସାମଲ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଦୁଇ ଉପମୁଖ୍ୟମନ୍ତ୍ରୀଙ୍କ ସହ ବୈଠକ କରିଛନ୍ତି ରାଷ୍ଟ୍ରୀୟ ସାଧାରଣ ସଂପାଦକ ତରୁଣ ଚୁଗ୍। ଦଳ ପ୍ରଥମ ଥର ପାଇଁ ରାଜ୍ୟରେ ଏକାକୀ କ୍ଷମତା ଦଖଲ କରିଥିବା ବେଳେ, କେଉଁ କାର୍ଯ୍ୟକର୍ତ୍ତାଙ୍କୁ କିଭଳି ଦାୟିତ୍ବ ଦେଇ ଥଇଥାନ କରାଯିବ ତାକୁ ନେଇ ବିଚାର ବିମର୍ଷ ହୋଇଛି। ଟିକେଟ ନନେଇ ଦଳ ପାଇଁ କାମ କରିଥିବା ନେତାଙ୍କୁ ପ୍ରାଧାନ୍ୟ ଦିଆଯିବା ସହ ବରିଷ୍ଠ ଆଉ ଅଭିଜ୍ଞତାକୁ ବି କିଭଳି ଗୁରୁତ୍ବ ଦିଆଯିବ ସେନେଇ ବିଷଦ୍ ଆଲୋଚନା ହୋଇଛି। ନିର୍ବାଚନ ପୂର୍ବରୁ ଅନେକ ନେତା ବିଜେଡି ଛାଡି ବିଜେପି ଆସିଥିବାରୁ ସେମାନଙ୍କ ଭିତରୁ ଦଳ କାହାକୁ ବୋର୍ଡ କିମ୍ବା ନିଗମ ଦେବ ତାକୁ ନେଇ ବି ହୋଇଛି ଅଙ୍କକଷା।

ଅଧିକ ପଢ଼ନ୍ତୁ: ଖୁସି ଖବର; ଆୟକର ଫାଇଲ କରିଥିଲେ ବି କଟିବନି ରାସନ କାର୍ଡ

ରାଜ୍ୟରେ ୩୭ଟି ବୋର୍ଡ ଏବଂ ନିଗମ ସହ ୩୦ଟି ଜିଲ୍ଲାରେ ଯୋଜନା ବୋର୍ଡ, ୨୩ଟି ଜିଲ୍ଲାରେ  ସ୍ୱତନ୍ତ୍ର ଉନ୍ନୟନ ପରିଷଦ ରହିଛି। ପଶ୍ଚିମ ଓଡିଶା ବିକାଶ ପରିଷଦ ଥିବା ବେଳେ ନୂଆ ସରକାର ମଧ୍ୟ ଦକ୍ଷିଣ ଓଡିଶା ଏବଂ ଉତ୍ତର ଓଡିଶା ବିକାଶ ପରିଷଦ ଗଠନ କରିବାକୁ ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଯେଉଁଥିରେ ମଧ୍ୟ ରାଜନୈତିକ ନିଯୁକ୍ତି କରିପାରିବେ ସରକାର। ସେହିଭଳି ମହିଳା କମିଶନ, ଶିଶୁ ସୁରକ୍ଷା ଆୟୋଗରେ ମଧ୍ୟ ନେତାଙ୍କୁ ଥଇଥାନ କରାଯିବ। ୧୪ ତାରିଖ ଦିନ ରାଜ୍ୟ କାର୍ଯ୍ୟାଳୟରେ ବସିଥିବା ବୈଠକରେ ମଧ୍ୟ ଏନେଇ ବିଚାର ବିମର୍ଶ ହୋଇଥିଲା। ଆଜି ବୈଠକ ପରେ ଏନେଇ ତାଲିକା ଚୂଡାନ୍ତ ହୋଇପାରେ ବୋଲି କୁହାଯାଉଛି। ପରବର୍ତ୍ତୀ ସମୟରେ ଏହି ତାଲିକାରେ କୋର କମିଟିର ମୋହର ବାଜିବ।

Advertisment

ଅନ୍ୟପଟେ ରାଜ୍ୟ ସଭାପତି ଚୟନ ମଧ୍ୟ ବିଳମ୍ବ ହେଉଥିବାରୁ କର୍ମୀଙ୍କ ଭିତରେ ଆଶା ଆଶଙ୍କା ବଢିଛି। ରାଜ୍ୟ ନିର୍ବାଚନ ଅଧିକାରୀ କେନ୍ଦ୍ରକୁ ତାଲିକା ଦେଇଥିବା ବେଳେ, ଅନ୍ୟ ରାଜ୍ୟରେ ନିର୍ବାଚନ ଏବଂ ରାଷ୍ଟ୍ରୀୟ ସଭାପତି ନିର୍ବାଚନ ପାଇଁ ଦିଲ୍ଲୀରୁ ଏହା ବିଳମ୍ବ ହେଉଥିବା କୁହାଯାଉଛି।

ଅଧିକ ପଢ଼ନ୍ତୁ: ଦୁଷ୍କର୍ମ ପରେ ବୀଭତ୍ସ ହତ୍ୟା, ପେଟରୁ ଅନ୍ତବୁଜୁଳା କାଢ଼ି ପଥରରେ ଛେଚିଦେଲେ

Advertisment
BJP
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles: