Advertisment

Senior Citizens Expose Achyuta Exploitation: ଅଚ୍ୟୁତଙ୍କ ଶୋଷଣରେ କେମିତି ଅତିଷ୍ଠ ବରିଷ୍ଠ ? କିଟ୍‌ର କଳାଫର୍ଦ୍ଦ ଖୋଲିଲେ ୮୪ ବର୍ଷୀୟ ରିଟାୟାର୍ଡ ପ୍ରଫେସର...

NHRC ଟିମ୍ ଆଗରେ ଜମି ଜବରଦଖଲର କଳାଫର୍ଦ୍ଦ ଖୋଲିଲେ । ଅସହାୟତାର କାହାଣୀ ବଖାଣିଲେ ବରିଷ୍ଠ ନାଗରିକ । ନିଜ ପୁଅ ଓ ପତ୍ନୀଙ୍କ ସହ ରାଜ୍ୟ ଅତିଥିଭବନକୁ ପଶୁଥିବା 84 ବର୍ଷୀୟ ଅବସରପ୍ରାପ୍ତ ପ୍ରଫେସର ସଂଗ୍ରାମ ମହାନ୍ତି।

ଅଦ୍ୟତନ ହୋଇଛି
Senior Citizens Expose Achyuta Exploitation

Senior Citizens Expose Achyuta Exploitation

Advertisment

କେବଳ ସରକାରୀ ଜମି ବା ଜଙ୍ଗଲ ଜମି ନୁହେଁ, ବର୍ଷ ବର୍ଷର କଷ୍ଟ ଉପାର୍ଜିତ ଧନରେ ବରିଷ୍ଠ ନାଗରିକ କିଣିଥିବା ଜମି ବି ମାଡ଼ି ବସିଛନ୍ତି କିଟ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ। କିସ୍ ଆଦିବାସୀ ସ୍କୁଲ ଓ ଏହା ନିକଟରେ ଥିବା ଜଗନ୍ନାଥ ମନ୍ଦିର ବାହାନାରେ ଏସବୁ ଜମିକୁ ଜବରଦଖଲ କରି ନେଇଛନ୍ତି। ଖାଲି ସେତିକି ନୁହେଁ, FIR ଦେବାକୁ ଯିବାରୁ ସେମାନଙ୍କ ଉପରେ ଆକ୍ରମଣ ବି କରାଯାଇଛି। ଏଭଳି ସାଂଘାତିକ ଅଭିଯୋଗ ସହ ଆଜି NHRC ଟିମ୍ ଆଗରେ କିଟ୍ ପ୍ରତିଷ୍ଠାତାଙ୍କ ଜମି ଜବରଦଖଲ କଳାଫର୍ଦ୍ଦ ଖୋଲି ନ୍ୟାୟ ଭିକ୍ଷା କରିଛନ୍ତି କିଛି ବରିଷ୍ଠ ନାଗରିକ। 

Advertisment

ଅଚ୍ୟୁତଙ୍କ ଶୋଷଣରେ କେମିତି ଅତିଷ୍ଠ ବରିଷ୍ଠ ? NHRC ଟିମ୍ ଆଗରେ ଜମି ଜବରଦଖଲର କଳାଫର୍ଦ୍ଦ ଖୋଲିଲେ । ଅସହାୟତାର କାହାଣୀ ବଖାଣିଲେ ବରିଷ୍ଠ ନାଗରିକ । ନିଜ ପୁଅ ଓ ପତ୍ନୀଙ୍କ ସହ ରାଜ୍ୟ ଅତିଥିଭବନକୁ ପଶୁଥିବା 84 ବର୍ଷୀୟ ଅବସରପ୍ରାପ୍ତ ପ୍ରଫେସର ସଂଗ୍ରାମ ମହାନ୍ତି। ଆଶା, କିଟ୍ କାଣ୍ଡ ପାଇଁ ଆସିଥିବା ଏନ୍ଏଚ୍ଆରସି ଟିମ୍ ତାଙ୍କୁ ନ୍ୟାୟ ଦେବେ, ବର୍ଷ ବର୍ଷ ଧରି ଅଚ୍ୟୁତ ସାମନ୍ତଙ୍କ କବଳରେ ଥିବା ତାଙ୍କ ଜମିକୁ ମୁକୁଳେଇ ଆଣିବା। ଗଦା ଗଦା ବାଉଁଶ, ବାଲି ଓ ଚିପ୍ସର ପାହାଡ଼ ଥିବା ଭୁବନେଶ୍ବର ପଥରଗାଡ଼ିଆ ମୌଜାର ପ୍ଲଟଟି କୁଆଡ଼େ ସଂଗ୍ରାମଙ୍କ ପରିବାରର। ବୁର୍ଲା ଇଞ୍ଜିନିୟରିଂ କଲେଜରେ ପ୍ରଫେସର ଥିବା ବେଳେ ୧୯୮୩ରେ ଓଡ଼ିଶା ହାଉସିଂ କମ୍ପାନିଠାରୁ ଏହି ଜମିକୁ ନିଜ ପତ୍ନୀ ନିହାରିକା ଓ ପୁଅ ନାମରେ କିଣିଥିଲେ ସଂଗ୍ରାମ। ସେତେବେଳେ ସେଠାରେ କିସ୍ କିମ୍ବା ଜଗନ୍ନାଥ ମନ୍ଦିର କିଛି ନ ଥିଲା। କିନ୍ତୁ ରିଟାୟାର୍ଟ ହୋଇ ଆସି ଦେଖିଲା ବେଳକୁ ତାଙ୍କ ଜମିକୁ ଯାଇଥିବା ରାସ୍ତା ଉପରେ ବୁଲିସାରିଥିଲା ପାଚେରୀ। ଜମି ପାଲଟି ସାରିଥିଲା କିସ୍ ଛାତ୍ରଛାତ୍ରୀଙ୍କ ଖେଳ ପଡ଼ିଆ ଓ ନିର୍ମାଣ ସାମଗ୍ରୀ ରଖିବା ସ୍ଥାନ। ସିଧା ଅଚ୍ୟୁତଙ୍କ ପାଖେ ଅଭିଯୋଗ କଲେ ବି ସେ ତ ଶୁଣିଲେନି, ଓଲଟି ଏଫଆଇଆର ଦେବାକୁ ଯିବାରୁ ଲୋକ ଲଗେଇ ତାଙ୍କୁ ବାଡ଼େଇବାକୁ ବି ପଛେଇଲେନି ବୋଲି ଅଭିଯୋଗ କରିଛନ୍ତି ସଂଗ୍ରାମ। 

ଅଧିକ ପଢ଼ନ୍ତୁ: ‘FIR ନ ରଖିଲେ ଆଇଆଇସି ହେବେ ସସ୍‌ପେଣ୍ଡ’

କେବଳ ସଂଗ୍ରାମ ନୁହଁନ୍ତି ତାଙ୍କ ସହ ସେହି ସମୟରେ ଓଡ଼ିଶା ହାଉସିଂ କଂପାନିରୁ ଜମି କିଣିଥିବା ବହୁ ଲୋକଙ୍କ ଜାଗା ଉପରେ ବି ଜଗନ୍ନାଥ ମନ୍ଦିର ଓ କିସ୍ ଆଦିବାସୀ ସ୍କୁଲ ତିଆରି ହୋଇଥିବାର ସାଂଘାତିକ ଅଭିଯୋଗ ହୋଇଛି। ଯେମିତି ପୂର୍ବତନ ଓଡ଼ିଶା ପ୍ରଶାସନିକ ସେବା ଅଧିକାରୀ ବଂଶୀଧର ବେହେରା। ତାଙ୍କ ଅଭିଯୋଗ ପ୍ଲଟ୍ ନମ୍ବର ୧୭୦୮ର ତାଙ୍କ ଜମି ଉପରେ ସେ କରିଥିବା ଏକ ବଗିଚାକୁ କିସ୍ ଆଦିବାସୀ ସ୍କୁଲ ତିଆରି ବେଳେ ଜୋର ଜବରଦସ୍ତ ମାଡ଼ି ବସିଲେ ଅଚ୍ୟୁତ। ଏମିତିକି, ବଗିଚାକୁ ଜଗିଥିବା ୱାଚରକୁ ଧମକ ଚମକ ଓ ବାଡ଼େଇବା କାରଣରୁ ସେମାନେ ବି ପଳେଇଲେ। ଆଉ ଏବେ ତାଙ୍କରି ଆଖି ଆଗରେ ତାଙ୍କରି ଜାଗା ଉପରେ କିସର ଜାବତୀୟ ଫଙ୍କସନ୍ ହେଉଛି, କିନ୍ତୁ ସେ ନାଚାର।

Advertisment

ସାମାଜିକ କର୍ମୀଙ୍କ ଅଭିଯୋଗ, ଅଚ୍ୟୁତ ସାମନ୍ତଙ୍କର ତତ୍କାଳୀନ ସରକାରୀ କଳ, ବିଜୁ ଜନତା ଦଳ ଓ ପ୍ରଶାସନିକ ଅଧିକାରୀଙ୍କ ମଧୁର ସମ୍ପର୍କ ଥିଲା। ଏଣୁ ବରିଷ୍ଠ ନାଗରିକଙ୍କ ବାରମ୍ବାର ଅଭିଯୋଗ ସତ୍ତ୍ବେ ଅଚ୍ୟୁତଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ହୋଇ ନ ଥିଲା। ବର୍ତ୍ତମାନର ସରକାର ଏହା ଉପରେ ତଦନ୍ତ କଲେ ଏଭଳି ବହୁ ତଥ୍ୟ ଲୋକଲୋଚନକୁ ଆସିପାରିବ। ତେବେ ଜମି ଜବରଦଖଲର ଅଭିଯୋଗ ନେଇ କିଟ୍ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ଜାଣିବାକୁ ଆମେ ଯୋଗାଯୋଗ କରିଥିଲେ ମଧ୍ୟ କୌଣସି ପ୍ରତିକ୍ରିୟା ମିଳି ପାରିନାହିଁ।

ଅଧିକ ପଢ଼ନ୍ତୁ: ସାଧାରଣ ଲୋକଙ୍କ ଜମି ମାଡ଼ି ବସିଛି କିଟ୍‌, ନିଜ ପ୍ଲଟ୍‌କୁ ଯିବାକୁ ମିଳୁନି ବାଟ

Advertisment

NHRC Achyuta Samanta Senior Citizens
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ