Advertisment

Security Breach: ରଥଯାତ୍ରା ସରୁ ସରୁ ଶ୍ରୀମନ୍ଦିରକୁ ବିପଦ ଆଶଙ୍କା !

ସବୁ ସୁରକ୍ଷାକୁ ଭେଦ କରି ମେଘନାଦ ପାଚେରୀ ଉପରେ ଚଢି ଶ୍ରୀମନ୍ଦିର ଭିତରକୁ ଗଲେ ଚାରିଜଣ ଯୁବକ। ରଥଯାତ୍ରା ଠାରୁ ନୀଳାଦ୍ରିବିଜେ ପର୍ଯ୍ୟନ୍ତ ଶ୍ରୀମନ୍ଦିର ବାହାରେ ଓ ଭିତରେ ମାଳମାଳ ସୁରକ୍ଷାକର୍ମୀ ଜଗିଥିବାବେଳେ ଗତକାଲି ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି।

ଅଦ୍ୟତନ ହୋଇଛି
Security Breach

Security Breach

Advertisment

ଶ୍ରୀମନ୍ଦିର ସୁରକ୍ଷା ଉପରେ ଉଠିଲା ପ୍ରଶ୍ନ l ସବୁ ସୁରକ୍ଷାକୁ ଭେଦ କରି ମେଘନାଦ ପାଚେରୀ ଉପରେ ଚଢି ଶ୍ରୀମନ୍ଦିର ଭିତରକୁ ଗଲେ ଚାରିଜଣ ଯୁବକରଥଯାତ୍ରା ଠାରୁ ନୀଳାଦ୍ରିବିଜେ ପର୍ଯ୍ୟନ୍ତ ଶ୍ରୀମନ୍ଦିର ବାହାରେ ଓ ଭିତରେ ମାଳମାଳ ସୁରକ୍ଷାକର୍ମୀ ଜଗିଥିବାବେଳେ ଗତକାଲି ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି

Advertisment

ଶ୍ରୀମନ୍ଦିର ଦକ୍ଷିଣଦ୍ୱାର ମେଘନାଦ ପାଚେରୀ ଉପରେ ଚଢି ଶ୍ରୀମନ୍ଦିର ଭିତରକୁ ୪ଜଣ ଯୁବକ କୋଉ ଉଦେଶ୍ୟ ନେଇ ଚଢି ଭିତରକୁ ଯାଇଛନ୍ତି ସୁରକ୍ଷାକର୍ମୀ ଏନେଇ ଅବଗତ ଥିଲେ ନା ସୁରକ୍ଷାରେ ଅବହେଳା ହୋଇଛି ତାହା ତଦନ୍ତ ସାପେକ୍ଷତେବେ ପୂର୍ବରୁ ଶ୍ରୀମନ୍ଦିର ଆତଙ୍କବାଦୀଙ୍କ ଟାର୍ଗେଟରେ ଥିବା ଗୁଇନ୍ଦା ବିଭାଗ ତରଫରୁ ସତର୍କ କରାଯାଇଥିବା ବେଳେ ଏ ଦୃଶ୍ୟ ଶ୍ରୀମନ୍ଦିରକୁ ବିପଦରେ ପକାଉଛି ଏଥିରେ ସନ୍ଦେହ ନାହିଁ

ସେପଟେ ସମସ୍ତ ସୁରକ୍ଷାକର୍ମୀ ତିନିରଥର ସୁରକ୍ଷା ସହ ଭକ୍ତଙ୍କୁ ସୁରକ୍ଷା ଦେବାକୁ ଅଣ୍ଟା ଭିଡିଥିବା ବେଳେ ଶ୍ରୀମନ୍ଦିର ବାହାର ଓ ଭିତର ସୁରକ୍ଷା ବ୍ୟବସ୍ଥାର ଚରମ ଅବହେଳା ଏବେ ପଦାରେ ପଡିଛି

Advertisment

ରଥଯାତ୍ରା ସରୁ ସରୁ ଶ୍ରୀମନ୍ଦିରକୁ ବିପଦ ଆଶଙ୍କାମେଘନାଦ ପାଚେରୀ ଡେଇଁ ଶ୍ରୀମନ୍ଦିରକୁ କିଛି ଲୋକ ଯାଉଥିବାର ଦେଖିବାକୁ ମିଳିଛିଯାହାର ଭିଡିଓ ବର୍ତ୍ତମାନ ସାମ୍ନାକୁ ଆସିଛିଏଥିରେ ସ୍ପଷ୍ଟ ଜଣା ପଡ଼ୁଛି ଯେ, କିଛି ବ୍ୟକ୍ତି ମେଘନାଦ ପାଚେରୀ କଡ଼ରେ ଥିବା ଅଳିଆ ଗଦା ଉପରେ ଚଢି ପାଚେରୀ ଡେଇଁ ଶ୍ରୀମନ୍ଦିରକୁ ଅବାଧ ପ୍ରବେଶ କରୁଛନ୍ତି ଏହି ଭିଡିଓ ସାମ୍ନାକୁ ଆସିବା ପରେ ଏବେ ପ୍ରଶ୍ନ, କେତେ ସୁରକ୍ଷିତ ଶ୍ରୀମନ୍ଦିର ? କିଏ ଏମାନେ ? କେଉଁଠୁ ଆସିଲେ ? ବେଆଇନ୍ ପ୍ରବେଶ କାହିଁକି କରୁଛନ୍ତି ? ଏମାନେ ଭକ୍ତ ନା ଦୁର୍ବୃତ୍ତ ? ସେପଟେ ପୁରୀ ପୋଲିସ ଏହାକୁ ଗୁରୁତର ସହ ନେଇଛି ଘଟଣାର ତନାଘନା ପରେ ଏସମ୍ପର୍କରେ ଅଧିକ ସୂଚନା ଦିଆଯାଇପାରିବ ବୋଲି କୁହାଯାଉଛି

ଅଧିକ ପଢନ୍ତୁ: ଭୁଶୁଡିଲା ବ୍ରିଜ୍; ଆଖି ସାମନାରେ ତାସ ଘର ପରି ମଡ଼ ମଡ଼ ହୋଇ ଭାଙ୍ଗିଗଲା…

Advertisment
Srimandir Lord Jagannath Temple
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ