Advertisment

ଗୋଷ୍ଠୀ ସଂଘର୍ଷ ଘଟଣା: ବାଲେଶ୍ବର ପୌରାଞ୍ଚଳରେ ଅନିର୍ଦ୍ଦିଷ୍ଟ କାଳ ପାଇଁ କର୍ଫ୍ୟୁ ଜାରି

ବାଲେଶ୍ବରରେ ଗୋଷ୍ଠୀ ସଂଘର୍ଷ ଘଟଣାରେ ସ୍ଥିତି ନିୟନ୍ତ୍ରଣ ପାଇଁ ପୂରା ସହରରେ ଲାଗୁ ହେଲା କର୍ଫ୍ୟୁ। ସମଗ୍ର ବାଲେଶ୍ବର ପୌରାଞ୍ଚଳରେ ଅନିର୍ଦ୍ଦିଷ୍ଟ କାଳ ପାଇଁ କର୍ଫ୍ୟୁ ଜାରି ହୋଇଛି ।

ଅଦ୍ୟତନ ହୋଇଛି
Group Clash Erupts In Balasore

group clash

Advertisment

ବାଲେଶ୍ବର ସହରରେ କର୍ଫ୍ୟୁ ଲାଗୁ। ବାଲେଶ୍ବରରେ ଗୋଷ୍ଠୀ ସଂଘର୍ଷ ଘଟଣାରେ ସ୍ଥିତି ନିୟନ୍ତ୍ରଣ ପାଇଁ ପୂରା ସହରରେ ଲାଗୁ ହେଲା କର୍ଫ୍ୟୁ। ସମଗ୍ର ବାଲେଶ୍ବର ପୌରାଞ୍ଚଳରେ ଅନିର୍ଦ୍ଦିଷ୍ଟ କାଳ ପାଇଁ କର୍ଫ୍ୟୁ ଜାରି ହୋଇଛି । ଏନେଇ ସୂଚନା ଦେଇଛନ୍ତି ବାଲେଶ୍ବର ଏସପି।

Advertisment

କର୍ଫ୍ୟୁରେ ଦୋକାନ ବଜାର ଓ ସ୍କୁଲ କଲେଜ ସମେତ ସମସ୍ତ ବାଣିଜ୍ୟିକ ପ୍ରତିଷ୍ଠାନ ବନ୍ଦ ରହିବ। ସମ୍ବେଦନଶୀଳ ଅଞ୍ଚଳରେ ଇଣ୍ଟରନେଟ ବି ବନ୍ଦ ରହିବ ବୋଲି ସୂଚନା ମିଳିଛି । ଏଥିସହ ଲୋକଙ୍କୁ ଘରୁ ନବାହାରିବାକୁ ଅପିଲ୍ କଲା ପୋଲିସ ପ୍ରଶାସନ। ଗତରାତିଠୁ ପୋଲିସ ଛାଉଣୀ ପାଲଟିଛି ବାଲେଶ୍ବର ସହର। ବ୍ୟାପକ ଫୋର୍ସ ମୁତୟନ ସହ ଘନଘନ ପଇଁତରା ମାରୁଛି ପୋଲିସ ଗାଡ଼ି । ଡାକବାଜି ଯନ୍ତ୍ରରେ କର୍ଫ୍ୟୁ କଟକଣା ଅନୁପାଳନ କରିବାକୁ ଏବଂ ଶାନ୍ତିରକ୍ଷା ପାଇଁ ପ୍ରଶାସନ ପକ୍ଷରୁ ଅପିଲ କରାଯାଉଛି।

ଅଧିକ ପଢ଼ନ୍ତୁ: ସରିଗଲା ୨୪ ବର୍ଷର ଶାସନ; ପହଞ୍ଚିଲାନି ବିକାଶ… ମିଳିଲାନି ମୁନ୍ଦାଏ ପାଣି, ହଟହଟ୍ଟା ଏବେ ବି ଲୋକେ

Advertisment

ସେପଟେ ଗତକାଲି ରାତି ପ୍ରାୟ ୨ଟା ବେଳେ ବାଲେଶ୍ବର ଟାଉନ ଥାନାରେ ବସିଥିଲା ଜରୁରୀ ବୈଠକ। ସ୍ଥିତି ସମୀକ୍ଷା କରିଛନ୍ତି ବାଲେଶ୍ବର ସାଂସଦ ପ୍ରତାପ ଷଡ଼ଙ୍ଗୀ, ସଦର ବିଧାୟକ ମାନସ ଦତ୍ତ, ବାଲେଶ୍ବର ଜିଲ୍ଲାପାଳ ଆଶିଷ ଠାକରେ ଏବଂ ବାଲେଶ୍ବର ଏସପି ସାଗରିକା ନାଥ। ଗତକାଲି ସହରର ଭୁଜାଖିଆ ପୀର ନିକଟରେ କୌଣସି କାରଣକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ଏହାପରେ ଉଭୟ ଗୋଷ୍ଠୀ ମୁହାଁମୁହିଁ ହେବା ସହ ପୋଲିସକୁ ପଥର ମାଡ଼ ଅଭିଯୋଗ ହୋଇଥିଲା । ଏହାପରେ ସ୍ଥିତି ନିୟନ୍ତ୍ରଣ ପାଇଁ ଲାଠିଚାର୍ଜ କରିଥିଲା ପୋଲିସ । 

ଗଣ୍ଡଗୋଳରେ ୪ରୁ ୫ ଜଣ ଆହତ ହୋଇଥିବା ବେଳେ ୧୫ରୁ ୨୦ଟି ଗାଡ଼ି ଭଙ୍ଗାରୁଜା ହୋଇଛି। ବିଳମ୍ବିତ ରାତିରେ ମଧ୍ୟ ସୁଏଲପୁର ଓ ଦପ୍ତରସାହିର ଅଞ୍ଚଳର କିଛି ସ୍ଥାନରେ ଗାଡ଼ି ଭଙ୍ଗାରୁଜା ଓ ଦୋକାନ ଆସବାବପତ୍ରରେ ନିଆଁ ଲଗାଯିବା ଭଳି ଘଟଣା ସାମ୍ନାକୁ ଆସିଥିଲା। ଏହାପରେ ସମଗ୍ର ବାଲେଶ୍ବର ପୌରାଞ୍ଚଳରେ ଅନିର୍ଦ୍ଦିଷ୍ଟ କାଳ ପାଇଁ କର୍ଫ୍ୟୁ ଜାରି କରାଯାଇଛି। 

Advertisment

Group Clash
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ