Advertisment

Seasonal Corruption: ଇଏ ଋତୁକାଳୀନ ଦୁର୍ନୀତି; ଖରା ଶେଷରେ କାମ ଆରମ୍ଭ ହୁଏ, ବର୍ଷା ହେଲେ ଧୋଇଯାଏ

କଥାରେ ଅଛି ‘ସରକାର୍ କା ମାଲ୍, ଦରିଆ ମେ ଡାଲ୍’ । ବୋଧହୁଏ ସେହି ନ୍ୟାୟରେ ଏଠି ଚାଲିଛି ଦୁର୍ନୀତି । ନିର୍ମାଣ ନାଁରେ ଦିନ ଦି' ପହରେ ଠିକାଦାର ଲୁଟତରାଜ୍ ଚଳାଇଥିବା ଅଭିଯୋଗ । ଆଉ ପକେଟ୍ ଗରମ ଆଶାରେ ବିଭାଗୀୟ ବାବୁମାନଙ୍କ ନୀରବ ସମର୍ଥନ । ସବୁଠୁ ଚର୍ଚ୍ଚାରେ, ଋତୁକାଳୀନ ଦୁର୍ନୀତି । ଯେଉଁଥିରେ ଖରା ଶେଷ ବେଳକୁ କାମ ଆରମ୍ଭ ହୁଏ । ଆଉ ବର୍ଷା ହେଲେ ଧୋଇଯାଏ । ପୁଣି ବ୍ୟୟ ଅଟକଳ ପ୍ରସ୍ତୁତ କରି ଆରମ୍ଭ ହୁଏ ନିର୍ମାଣ କାମ ।

ଅଦ୍ୟତନ ହୋଇଛି
Seasional Corruption

Seasional Corruption

Advertisment

ନିର୍ମାଣ କାର୍ଯ୍ୟରେ ଦୁର୍ନୀତିର ଅନେକ ରୂପ । କିଏ କେତେବେଳେ, କେଉଁ ପ୍ରକାରେ ଦୁର୍ନୀତି କରେ, ଜାଣିବା ମୁସ୍କିଲ । ହେଲେ ସବୁଠୁ ଚର୍ଚ୍ଚାରେ, Seasional Corruption ବା ଋତୁକାଳୀନ ଦୁର୍ନୀତି । ଯେଉଁଥିରେ ଖରା ଶେଷ ବେଳକୁ କାମ ଆରମ୍ଭ ହୁଏ । ଆଉ ବର୍ଷା ହେଲେ ଧୋଇଯାଏ । ପୁଣି ବ୍ୟୟ ଅଟକଳ ପ୍ରସ୍ତୁତ କରି ଆରମ୍ଭ ହୁଏ ନିର୍ମାଣ କାମ । ବଲାଙ୍ଗିର ଜିଲ୍ଲାରୁ ଆଜି ଆମେ ଏଭଳି ଏକ ଋତୁକାଳୀନ ଦୁର୍ନୀତିର କାହାଣୀ ଦେଖାଉଛୁ, ଯେଉଁଠି ବର୍ଷା ଆସିବା ବେଳେ କେବଳ ପଥର ଥୋଇ କୋଟି କୋଟି ଟଙ୍କାର ଆଡ଼ିବନ୍ଧ ନିର୍ମାଣ କରୁଛି ଜଳସେଚନ ବିଭାଗ । ଏଥିରୁ ବାରି ହେଉଛି ଦୁର୍ନୀତିର ଗନ୍ଧ । ଓଟିଭିର ଗ୍ରାଉଣ୍ଡ ରିପୋର୍ଟ...

Advertisment

ଅଧିକ ପଢ଼ନ୍ତୁ: ମାସ ଆରମ୍ଭରୁ ଏଟିଏମ୍ ଅଚଳ କରୁଛି କିଏ ?

କଥାରେ ଅଛି ‘ସରକାର୍ କା ମାଲ୍, ଦରିଆ ମେ ଡାଲ୍’ । ବୋଧହୁଏ ସେହି ନ୍ୟାୟରେ ଏଠି ଚାଲିଛି ଦୁର୍ନୀତି । ନିର୍ମାଣ ନାଁରେ ଦିନ ଦି' ପହରେ ଠିକାଦାର ଲୁଟତରାଜ୍ ଚଳାଇଥିବା ଅଭିଯୋଗ । ଆଉ ପକେଟ୍ ଗରମ ଆଶାରେ ବିଭାଗୀୟ ବାବୁମାନଙ୍କ ନୀରବ ସମର୍ଥନ । ବଲାଙ୍ଗିର ଜିଲ୍ଳା ଦେଓଗାଁ ଅଞ୍ଚଳର ଏ ଆଡ଼ିବନ୍ଧ କାମ କଥା ଯଦି କହିବା । ୨୬ ନମ୍ବର ଜାତୀୟ ରାଜପଥ ଉପରେ ଚାଲିଛି ଦୋ’ ନମ୍ବରୀ କାମ । ଆଗରୁ ନଦୀବନ୍ଧ ପାଇଁ ଯେଉଁ କାମ ହୋଇଥିଲା, ସେହି କାମ ବେଳର ପଥରକୁ ପୁଣି ଏଠି ବ୍ୟବହାର କରାଯାଉଛି । ନା ମାଟିକୁ ଦବା ଯାଉଛି ନା ଟାଣ କରାଯାଉଛି । କେବଳ ଥୋଇ ଦିଆଯାଉଛି ପୁରୁଣା ପଥର ସବୁକୁ । ନିୟମ ରହିଛି ପଥର ଉପରେ ଥିବା ଫାଙ୍କରେ ମାଟି ବାଲି କିମ୍ବା ସିମେଣ୍ଟ ଦେଇ ବନ୍ଦ କରିବା କଥା । ସେତିକି ବି କରାଯାଉ ନାହିଁ । ପରିଣାମସ୍ବରୂପ ବର୍ଷା ଆସିଲେ ଧୋଇଯିବ, ଆଉ ଥରେ ବ୍ୟୟ ଅଟକଳ କରି ପୁଣି ନିର୍ମାଣ କାମ ଚାଲିବ । ପ୍ରତିବର୍ଷ ଏଭଳି କାମ କରି, ଜଳସେଚନ ବିଭାଗ ଠିକାଦାର ପୋଷାନୀତି ଚଳାଇଥିବା ଲୋକେ ଆଶଙ୍କା କରିଛନ୍ତି । 

ଦେଓଗାଁ ବ୍ଳକର ସୋନଗୋଡ଼ ନଦୀ । କେବେ ଚାଷୀଙ୍କ ପାଇଁ ଆଶୀର୍ବାଦ ସାଜେ ତ ପୁଣି କେବେ ବନ୍ୟାରେ ଅଭିଶପ୍ତ ସାଜେ । ପ୍ରତିବର୍ଷ ବନ୍ୟାରେ ଘାଇ ହେଉଥିବାରୁ ନଦୀବନ୍ଧ ମରାମତି ପାଇଁ କୋଟି ଟଙ୍କା କୋଟି ଖର୍ଚ୍ଚ ହୁଏ । ଏହି ସମସ୍ୟାର ସମାଧାନ ଲାଗି ଗତବର୍ଷ, ୩ କିଲୋମିଟର ଲମ୍ବ ନଦୀର ଉଭୟ ପାର୍ଶ୍ବରେ ପଥର ପେକିଂ ପାଇଁ ୪ କୋଟି ୨୧ ଲକ୍ଷ ଟଙ୍କାର ଟେଣ୍ଡର ହୋଇ କାମ ହେଉଛି । କିନ୍ତୁ ସେହି ନିର୍ମାଣ କାମରେ ପୁରୁଣା ପଥର ବ୍ୟବହାର ତ କରାଯାଉଛି, ତା’ ସହିତ ପଥର ମଝିରେ କୌଣସି ପେକିଂ ବି ଦିଆଯାଉ ନାହିଁ । ଏପରିକି ମାଟି ଉପରେ ନାଁକୁ କେବଳ ଥୋଇ ଦିଆଯାଉଛି ପଥର । ଫଳରେ ସାମାନ୍ୟ ବର୍ଷାରେ ଏବଠୁ ଧୋଇଗଲାଣି ସବୁକିଛି । 

Advertisment

ଆଶ୍ଚର୍ଯ୍ୟର କଥା ହେଉଛି, ଏହି ନିର୍ମାର କାମ ସମ୍ପର୍କିତ ସୂଚନା ଫଳକ ବି ନାହିଁ । ଏବେ ଜଳସେଚନ ବିଭାଗର ଅଧିକ୍ଷଣ ଯନ୍ତ୍ରୀଙ୍କୁ ପଚାରିବାରୁ ସେ ଘଟଣାକୁ ସ୍ବୀକାର କରୁଛନ୍ତି ।

ଅଧିକ ପଢ଼ନ୍ତୁ: ଇଲେକ୍ଟ୍ରିସିଆନକୁ ମାରି ମାଟି ତଳେ ପୋତିଦେଲେ

Odisha Government Corruption
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ