Advertisment

Schools Shut: ବର୍ଷା ପାଇଁ ମୟୂରଭଞ୍ଜରେ ସ୍କୁଲ୍ ଛୁଟି

ଆଜି ପ୍ରବଳ ବର୍ଷା ସ୍ଥିତିକୁ ଦୃଷ୍ଟିରେ ରଖି ମୟୂରଭଞ୍ଜ ଜିଲ୍ଲାର ସବୁ ସରକାରୀ ଓ ବେସରକାରୀ ସ୍କୁଲକୁ ଛୁଟି ଘୋଷଣା କରିଛନ୍ତି ଜିଲ୍ଲାପାଳ।

ଅଦ୍ୟତନ ହୋଇଛି
school

school

Advertisment

ମାଲକାନଗିରି ଜିଲ୍ଲାରେ ଲଗାଣ ବର୍ଷା ଯୋଗୁଁ ଅସ୍ତବ୍ୟସ୍ତ ଜନଜୀବନ। ମାଲକାନଗିରିରେ ଲଗାଣ ବର୍ଷାରେ ବୁଡିଲା ପୋଲ। କାଳିମେଳା-ପଡିଆ ମୁଖ୍ୟ ରାସ୍ତାର କନ୍ୟା ଆଶ୍ରମ ପୋଲ ଉପରେ ୩ ଫୁଟ ପାଣି ଚାଲୁଛି। ଫଳରେ କାଲିମେଳାରୁ ପଡିଆ ପର୍ଯ୍ୟନ୍ତ ଯାତାୟାତ ବାଧାପ୍ରାପ୍ତ ହୋଇଛି। ଗତ ୨ ଦିନ ହେବ ମାଲକାନଗିରି ଜିଲ୍ଲାରେ ବର୍ଷା ଲାଗି ରହିଛି। ଜିଲ୍ଲାରେ ସମସ୍ତ ନଦୀର ଜଳ ସ୍ତର ମଧ୍ୟ ବୃଦ୍ଧି ପାଇଛି।

Advertisment

ତେଣୁ ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ମୟୂରଭଞ୍ଜରେ ସ୍କୁଲ ଛୁଟି ଘୋଷଣା କରାଯାଇଛି। ମୟୂରଭଞ୍ଜ ଜିଲ୍ଲାର ସବୁ ସରକାରୀ ଓ ବେସରକାରୀ ସ୍କୁଲକୁ ଛୁଟି ଘୋଷଣା କରାଯାଇଛି। ବର୍ଷା ସ୍ଥିତିକୁ ଦେଖି ଛୁଟି ଘୋଷଣା କରିଛନ୍ତି ଜିଲ୍ଲାପାଳ। ଆସନ୍ତା ୧୨ ଘଣ୍ଟାରେ ମୟୂରଭଞ୍ଜରେ ପ୍ରବଳ ବର୍ଷା ସମ୍ଭାବନା। ତେଣୁ ଆଗୁଆ ପଦକ୍ଷେପ ସ୍ବରୂପ ଜିଲ୍ଲା ପ୍ରଶାସନ ଏହି ନିଷ୍ପତ୍ତି ନେଇଛନ୍ତି। କଚ୍ଚା ଘର ଥିବା ହଷ୍ଟେଲର ଅନ୍ତେବାସୀମାନଙ୍କୁ ସ୍ଥାନାନ୍ତର ପାଇଁ ନିର୍ଦ୍ଦେଶ ଦିଆଯାଇଛି। କଚ୍ଚା ଓ ଆଜବେଷ୍ଟସ୍ ଘରେ ଛାତ୍ରଛାତ୍ରୀଙ୍କୁ ନ ରଖିବାକୁ ପରାମର୍ଶ ଦିଆଯାଇଛି।

ଅଧିକ ପଢନ୍ତୁ: ଉଦ୍ଧାର ହେଲେ ଫସିଥିବା ୧୭ ପର୍ଯ୍ୟଟକ, ପ୍ରବଳ ବର୍ଷା ଯୋଗୁଁ ପାହାଡ଼ ଉପରେ ଫସିଥିଲେ

Advertisment
Mayurbhanj Heavy Rainfall School Closes
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ