Advertisment

Satakoshia Tiger Reserve: ସାତକୋଶିଆ କୋର୍ ଏରିଆରେ OTV; ବାଘଶୂନ୍ୟ ସାତକୋଶିଆରେ କେମିତି ହେବ ମହାବଳ ବଂଶ ବିସ୍ତାର ?

୨୦୧୮ରେ ମଧ୍ୟପ୍ରଦେଶରୁ ମହାବଳ ମହାବୀର ଓ ବାଘୁଣୀ ସୁନ୍ଦରୀକୁ ଆଣି ଅଭୟାରଣ୍ୟରେ ବାଘବଂଶ ବୃଦ୍ଧି ଯୋଜନା ବି ଫେଲ୍ ମାରିଲା। ଏବେ ସେହି ତ୍ରୁଟି ସୁଧାରି ଟାଇଗର୍ ରିକଭରି ପ୍ଲାନ ଜରିଆରେ ବ୍ୟାଘ୍ର ଅଭୟାରଣ୍ୟ ପୂର୍ବ ଗୌରବ ଫେରାଇ ଆଣିବାକୁ ଯୋଜନା କରୁଛି ବନ ବିଭାଗ।

undefined

Satakoshia Tiger Reserve

Advertisment

୧୭ ବର୍ଷ ତଳେ ସାତକୋଶିଆରେ ଥିଲେ ୧୫ ମହାବଳ। ଘୋଷଣା ହୋଇଥିଲା ବ୍ୟାଘ୍ର ଅଭୟାରଣ୍ୟ। ହେଲେ ଧୀରେ ଧୀରେ ବାଘଶୂନ୍ୟ ହୋଇଥିଲା ସାତକୋଶିଆ। ୨୦୧୮ରେ ମଧ୍ୟପ୍ରଦେଶରୁ ମହାବଳ ମହାବୀର ଓ ବାଘୁଣୀ ସୁନ୍ଦରୀକୁ ଆଣି ଅଭୟାରଣ୍ୟରେ ବାଘବଂଶ ବୃଦ୍ଧି ଯୋଜନା ବି ଫେଲ୍ ମାରିଲା। ଏବେ ସେହି ତ୍ରୁଟି ସୁଧାରି ଟାଇଗର୍ ରିକଭରି ପ୍ଲାନ ଜରିଆରେ ବ୍ୟାଘ୍ର ଅଭୟାରଣ୍ୟ ପୂର୍ବ ଗୌରବ ଫେରାଇ ଆଣିବାକୁ ଯୋଜନା କରୁଛି ବନ ବିଭାଗ। ସେଥିପାଇଁ ସାତକୋଶିଆ ଅଭୟାରଣ୍ୟ କୋର୍ ଏରିଆରେ କିଭଳି ଚାଲିଛି ପ୍ରସ୍ତୁତି,  ପଢନ୍ତୁ ଓଟିଭିର ଗ୍ରାଉଣ୍ଡ ରିପୋର୍ଟ...

Advertisment

ପମ୍ପାସର ରେଞ୍ଜ ଅଫିସ ଦେଇ ସାତକୋଶିଆ ଅଭୟାରଣ୍ୟରେ ପଶୁ ପଶୁ ପଡ଼ିବ ଘଞ୍ଚ ଜଙ୍ଗଲ। ଗତବର୍ଷ ସ୍ବେଚ୍ଛାକୃତ ବିସ୍ଥାପିତ ହୋଇଥିଲେ ପମ୍ପାସର ରେଞ୍ଜର ଅସନବାହାଳ ଗାଁ । ଅସନବାହାଳ ଗାଁର ଭଙ୍ଗା ଘରେ ଗାଁ ଉନ୍ନତୀକରଣ କାର୍ଯ୍ୟର ଅଧାଲିଭା ଏକ ଫଳକୁ ଛାଡ଼ିଦେଲେ ଗାଁର କୌଣସି ଚିହ୍ନବର୍ଣ୍ଣ ନାହିଁ । ସନ୍ତକ କହିଲେ, କେଉଁଠି ଭଙ୍ଗା ଟ୍ୟୁବ ୱେଲ ଟିଏ ତ’ ଆଉ କେଉଁଠି ବନ ବିଭାଗର ନିରୀକ୍ଷଣ ଗୃହ ପାଲଟିଥିବା ଗାଁ କୋଠଘର ରହିଛି । ହେଲେ ନିର୍ଭୟରେ ଘାସ ପଡ଼ିଆରେ ଚରୁଛନ୍ତି ଶତାଧିକ ହରିଣ। 

ଅଧିକ ପଢନ୍ତୁ: ରାଜ୍ୟରେ କମିଲେ କଲରାପତରିଆ ! ୨୦୧୮ରେ-୭୬୦, ୨୦୨୨ରେ-୫୬୮

୨୦୧୮ରେ ସାତକୋଶିଆରେ ଦେଶର ପ୍ରଥମ ଆନ୍ତଃରାଜ୍ୟ ବ୍ୟାଘ୍ର ସ୍ଥାନାନ୍ତର ଯୋଜନା ଫେଲ୍ ମାରିବା ପରେ ଏହା ପଛର କାରଣ ଦର୍ଶାଇଥିଲା ନ୍ୟାସନାଲ ଟାଇଗର କନଜରଭେସନ ଅଥରିଟି- ଏନ୍ଟିସିଏ। ସବୁଠୁ ବଡ଼ ପ୍ରତିବନ୍ଧକ ଥିଲା କୋର୍ ଏରିଆରେ ଥିବା ଗାଁ ଲୋକଙ୍କ ପ୍ରାଦୁର୍ଭାବ, ବାଘର ଖାଦ୍ୟ ପାଇଁ ତୃଣଭୋଜୀଙ୍କ ଅଭାବ ଓ ତୃଣଭୋଜିଙ୍କ ପାଇଁ ଚାରଣ ଭୂମିର ଅଭାବ। ଏଥିପାଇଁ ଗତ 4 ବର୍ଷ ତଳୁ, ଏସବୁ ସମସ୍ୟାର ସମାଧାନ ପାଇଁ ଜୋରଦାର ପ୍ରୟାସ ଚଳାଇଛି ବନ ବିଭାଗ। 

Advertisment

ଏ ଭିତରେ ୨୦୨୨ରେ ଜିଲିଣ୍ଡା ରେଞ୍ଜର ୧୨୦ ପରିବାର ବିଶିଷ୍ଟ କଟରଙ୍ଗ, ୨୦୨୩ରେ ପୁରୁଣାକୋଟ ରେଞ୍ଜର ୨୬୫ ପରିବାର ବିଶିଷ୍ଟ ତୁଲକା ଗାଁ ବିସ୍ଥାପିତ ହୋଇ ତୃଣଭୋଜିଙ୍କ ପାଇଁ ସୁରକ୍ଷିତ ବାସସ୍ଥଳୀ ପାଲଟିଛି । ସେହିପରି ୧୨୫ ପରିବାର ରହୁଥିବା ଭୃକୁଣ୍ଡି ଗାଁର ସ୍ବେଚ୍ଛାକୃତ ବିସ୍ଥାପନ ଚାଲିଛି । କୋର୍ ଏରିଆରେ ଥିବା ଗୋପାଳପୁର, ପୁରୁଣାକୋଟ, ଟିକରପଡ଼ା, ଛୋଟକେଇ ଓ ମଝିପଡ଼ା ଗାଁର ଲୋକମାନେ ସ୍ବେଚ୍ଛାକୃତ ବିସ୍ଥାପନ ପାଇଁ ଆବେଦନ ଦେଇଥିବା ସୂଚନା ଦେଇଛନ୍ତି ସାତକୋଶିଆ ଡିଏଫ୍ଓ। 

Forest Department Tiger Tiger Reserve
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ