/odishatv-khabar/media/post_attachments/uploadimage/library/16_9/16_9_0/IMAGE_1751201078.jpg)
Saswata Mishra
ବରିଷ୍ଠ IAS ଶାଶ୍ବତ ମିଶ୍ର ହେଲେ ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ସଚିବ । ଅର୍ଥ ବିଭାଗ ପ୍ରମୁଖ ସଚିବ ସହ ଇଡ୍କୋ ଅଧ୍ୟକ୍ଷ ଭାବେ ମଧ୍ୟ ଅତିରିକ୍ତ ଦାୟିତ୍ବ ତୁଲାଇବେ । ଏ ନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ନିକୁଞ୍ଜ ବିହାରୀ ଧଳଙ୍କ ସ୍ଥାନରେ ମିଳିଛି ଶାଶ୍ୱତଙ୍କୁ ମିଳିଛି ଏହି ନିଯୁକ୍ତି ।
ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ସଚିବ ଏକ ଗୁରୁତ୍ୱପୂର୍ଣ୍ଣ ପଦବୀ । ସାଧାରଣତଃ ଏହି ଦାୟିତ୍ୱରେ ଥିବା ଅଫିସରଙ୍କୁ ଅନ୍ୟ କାମ ଦିଆଯାଇନଥାଏ । କିନ୍ତୁ ଶାଶ୍ୱତଙ୍କୁ ଏକାଧିକ ଅତିରିକ୍ତ ଦାୟିତ୍ୱ ମଧ୍ୟ ଦିଆଯାଇଛି। ୧୯୯୬ ବ୍ୟାଚର ଏହି ଆଇଏଏସ୍ ଅଫିସରଙ୍କୁ ମୁଖ୍ୟମନ୍ତ୍ରୀ ଏକ ଗୁରୁ ଦାୟିତ୍ୱ ଦେଇଛନ୍ତି । ଏବେ ଅଣଓଡିଆ ନୁହଁନ୍ତି ଦକ୍ଷତା ଭିତ୍ତିରେ ସମସ୍ତଙ୍କୁ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ମୁଖ୍ୟମନ୍ତ୍ରୀ ଦେଉଥିବାର ଚର୍ଚ୍ଚା ହେଉଛି । ମୁଖ୍ୟମନ୍ତ୍ରୀ ନିଜ ହାତରେ ଅର୍ଥ ବିଭାଗ ରଖିଥିଲା ବେଳେ ଶାଶ୍ୱତ ଅଛନ୍ତି ସେହି ବିଭାଗର ପ୍ରମୁଖ ସଚିବ । ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଲକ୍ଷ୍ୟକୁ ଆଗେଇ ନେବାକୁ ଏହି ଅଫିସରଙ୍କ ଉପରେ ସେ ଭରସା କରିଛନ୍ତି ।
ଅଧିକ ପଢ଼ନ୍ତୁ: ରଥ ପରେ ଆସିପାରେ ରାଜ୍ୟ ସରକାରରେ ବଡ଼ ନିଷ୍ପତ୍ତି; ମନ୍ତ୍ରିମଣ୍ଡଳ ସଂପ୍ରସାରଣକୁ ନେଇ ଚର୍ଚ୍ଚା...
#ଶାଶ୍ବତ_ମିଶ୍ର_ମୁଖ୍ୟମନ୍ତ୍ରୀଙ୍କ_ପ୍ରମୁଖ_ସଚିବ
-ବରିଷ୍ଠ IAS ଶାଶ୍ବତ ମିଶ୍ର ହେଲେ ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ସଚିବ
-ଅର୍ଥ ବିଭାଗ ପ୍ରମୁଖ ସଚିବ ସହ ଇଡ୍କୋ ଅଧ୍ୟକ୍ଷ ଭାବେ ମଧ୍ୟ ଅତିରିକ୍ତ ଦାୟିତ୍ବ
-ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ
#SaswataMishra#IAS#Odisha#OTVpic.twitter.com/KnfKwP32UF— ଓଟିଭି (@otvkhabar) June 29, 2025
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)