/odishatv-khabar/media/post_attachments/uploadimage/library/16_9/16_9_0/IMAGE_1757234680.jpg)
Sarpanch dies after being bitten by a snake
ରାୟଗଡା : ବିଷାକ୍ତ ସାପ କାମୁଡାରେ ମହିଳା ସରପଞ୍ଚଙ୍କ ମୃତ୍ୟୁ। ଏପରି ଘଟଣା ସାମ୍ନାକୁ ଆସିଛି ରାୟଗଡ଼ା ଜିଲ୍ଲା ସଦର ବ୍ଳକ୍ କୁଲି ସଦର ପଞ୍ଚାୟତ ରେ। ମୃତ ସରପଞ୍ଚଙ୍କ ନାମ ମାଙ୍ଗି କାଡ୍ରାକା, ସେ ରାତି ଖାଇପିଇ ଘରେ ଶୋଇଥିଲେ, ରାତି ପ୍ରାୟ ସାଢେ଼ ଦୁଇଟାରେ ବିଷାକ୍ତ ସାପ ଡାହାଣ ଗୋଡ଼ରେ କାମୁଡି ଥିଲା ଏହା ଜାଣିବା ପରେ ତାଙ୍କ ସ୍ଵାମୀ ଆମ୍ବୁଲାନ୍ସ କୁ ଯୋଗାଯୋଗ କରିଥିଲେ ଆମ୍ବୁଲାନ୍ସ ର ଲାଇଟ୍ ସମସ୍ୟା ଦର୍ଶାଇ ପ୍ରାୟ ଘଣ୍ଟାଏ ବିଳମ୍ବ ପରେ ପହଞ୍ଚିବା ପରେ ପାରିବାର ବର୍ଗ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ, ଚିକିତ୍ସା ଅବସ୍ତାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି।
Advertisment
ଏନେଇ ଅପମୃତ୍ୟୁ ମାମଲା ରୁଜୁ କରି ଚାନ୍ଦିଲି ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମରଶରୀରକୁ ଶବ ବ୍ୟବଚ୍ଛେଦ ନିମନ୍ତେ ପଠାଇ ତଦନ୍ତ ଆରମ୍ଭ କରିଥିବା ନେଇ ଚାନ୍ଦିଲି ଆଇଆଇସି ଉତ୍ତମ କୁମାର ସାହୁ ସୁଚନା ଦେଉଛନ୍ତି।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)