Advertisment

Digital Donation Box: ମହାପ୍ରଭୁଙ୍କ ପାଇଁ ଖୋଲାଯିବ ଡିଜିଟାଲ ହୁଣ୍ଡି; ପାଣ୍ଠି ବଢ଼ାଇବାକୁ ପ୍ରୟାସ, କଣ ଏହି ଡିଜିଟାଲ ହୁଣ୍ଡି ? ଜାଣନ୍ତୁ...

ସମର୍ପଣ' କାର୍ଯ୍ୟକ୍ରମରେ ରାଜ୍ୟ ଓ ରାଜ୍ୟ ବାହାର ବ୍ୟାଙ୍କରେ ରହିବ ସ୍ବତନ୍ତ୍ର ହୁଣ୍ଡି । ଶ୍ରୀମନ୍ଦିର ପାଣ୍ଠି ବଢାଇବା ଓ ଅନଲାଇନ୍ ଦାନ ବ୍ୟବସ୍ଥାରେ ସୁଧାର ଓ ସରଳିକରଣ କରିବାକୁ ଏଭଳି ବଡ଼ ପଦକ୍ଷେପ ନେଇଛନ୍ତି ମୋହନ ସରକାର।

ଅଦ୍ୟତନ ହୋଇଛି
Digital Donation Box

Digital Donation Box

Advertisment

ମହାପ୍ରଭୁଙ୍କ ପାଣ୍ଠି ବଢ଼ାଇବାକୁ ଆରମ୍ଭ ହେବ ସମର୍ପଣ କାର୍ଯ୍ୟକ୍ରମ। ଏହା ଜରିଆରେ ଦେଶର କୋଣ ଅନୁକୋଣରେ ଥିବା ବ୍ୟାଙ୍କର ବିଭିନ୍ନ ଶାଖାରେ ରହିବ ଡିଜିଟାଲ ହୁଣ୍ଡି। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ଏହାକୁ କାର୍ଯ୍ୟକାରୀ କରିବାକୁ ପ୍ରସ୍ତୁତି ଆରମ୍ଭ କରିଛି ଆଇନ ବିଭାଗ। ଯାହାକୁ ସ୍ବାଗତ କରିଛନ୍ତି ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ। ତେବେ କଣ ଏହି ଡିଜିଟାଲ ହୁଣ୍ଡି ଆଉ ଏହା କେମିତି କାମ କରିବ। 

Advertisment

ମହାପ୍ରଭୁଙ୍କ ପାଇଁ ଖୋଲାଯିବ ଡିଜିଟାଲ ହୁଣ୍ଡି । 'ସମର୍ପଣ' କାର୍ଯ୍ୟକ୍ରମରେ ରାଜ୍ୟ ଓ ରାଜ୍ୟ ବାହାର ବ୍ୟାଙ୍କରେ ରହିବ ସ୍ବତନ୍ତ୍ର ହୁଣ୍ଡି । ଶ୍ରୀମନ୍ଦିର ପାଣ୍ଠି ବଢାଇବା ଓ ଅନଲାଇନ୍ ଦାନ ବ୍ୟବସ୍ଥାରେ ସୁଧାର ଓ ସରଳିକରଣ କରିବାକୁ ଏଭଳି ବଡ଼ ପଦକ୍ଷେପ ନେଇଛନ୍ତି ମୋହନ ସରକାର। ସମର୍ପଣ ନାଁରେ ଆରମ୍ଭ ହେବାକୁ ଥିବା ନୂଆ କାର୍ଯ୍ୟକ୍ରମ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ତତ୍ପରତା ପ୍ରକାଶ କରିଛି ଆଇନ ବିଭାଗ। ଦେଶରେ ଥିବା ବ୍ୟାଙ୍କ ଗୁଡ଼ିକର ସବୁ ଶାଖାରେ ଯେଭଳି ହୁଣ୍ଡି ଲାଗିବ, ସେଥିପାଇଁ ବ୍ୟାଙ୍କ ସିଏମ୍‌ସି ମାନଙ୍କ ସହ ନେଇ ଆଲୋଚନା ଆରମ୍ଭ ହୋଇଛି। ଆଇନମନ୍ତ୍ରୀ କହିଛନ୍ତି ରାଜ୍ୟ ଏବଂ ରାଜ୍ୟ ବାହାରେ ଥିବା ଜଗନ୍ନାଥ ପ୍ରେମୀମାନେ ସେମାନଙ୍କ ବିଭିନ୍ନ ମାଙ୍ଗଳିକ କର୍ମ ଏବଂ ପର୍ବପର୍ବାଣୀରେ ମହାପ୍ରଭୁଙ୍କୁ ଦାନ କରିବାକୁ ଚାହାଁନ୍ତି। ତେଣୁ ଏହାକୁ ଆଖି ଆଗରେ ରଖି ଏଭଳି ଏକ ଦୀର୍ଘସୂତ୍ରୀ ଯୋଜନା ହାତକୁ ନିଆଯାଇଛି। ଯାହାଦ୍ବାରା ଭକ୍ତଟିଏ ଚାହିଁଲେ ଅନଲାଇନ୍, ୟୁପିଆଇ ଜରିଆରେ ଦାନ କରିପାରିବେ। ଏଥିରେ ସଂପୂର୍ଣ୍ଣ ସ୍ୱଚ୍ଛତା ରଖିବାକୁ ମଧ୍ୟ ଗୁରୁତ୍ୱ ଦିଆଯାଉଛି।

ଅଧିକ ପଢ଼ନ୍ତୁ: ପିତୃପୁରୁଷଙ୍କ ଉଦ୍ଧାର ଲାଗି ସ୍ଵର୍ଗରୁ ଗଙ୍ଗାଙ୍କୁ ଆଣି ପାରିଥିବା ଜଣେ ରାଜାଙ୍କ କାହାଣୀ

Advertisment

ତେବେ କଣ ଏହି ଡିଜିଟାଲ ହୁଣ୍ଡି ?

ସବୁ ବ୍ୟାଙ୍କରେ ଶ୍ରୀଜଗନ୍ନାଥ ମନ୍ଦିରର ଆକାଉଣ୍ଟରେ ଦାନ ପାଇଁ ଅନଲାଇନ ବ୍ୟବସ୍ଥା ସହ ୟୁପିଆଇ ସ୍କାନର ଲାଗିବ। ଜଣେ ଭକ୍ତ ସୁବିଧାରେ ସ୍କାନ କରି କିମ୍ବା ଅନଲାଇନ ବ୍ୟାକିଂ ମାଧ୍ୟମରେ ସହଜରେ ଦାନ କରିପାରିବେ। ଅନ୍ୟପଟେ ଏହି ବ୍ୟବସ୍ଥାରୁ ଫାଇଦା ପାଇବା ପାଇଁ କିଛି ଫେକ୍ ସ୍କାନର ଲଗାଇ ସାଇବର ଲୁଟେରା ମଧ୍ୟ ଲୁଟି ପାରନ୍ତି। ତେଣୁ ସେ ଦିଗରେ ସରକାରଙ୍କ କଡ଼ା ନଜର ରହିବାର ଆବଶ୍ୟକତା ରହିଛି ବୋଲି କହିଛନ୍ତି ପୂର୍ବତନ ବ୍ୟାଙ୍କର। ସେହିପରି ସରକାରଙ୍କ ଏହି ପଦକ୍ଷେପକୁ ସ୍ବାଗତ କରିଛନ୍ତି ପରିଚାଳନା କମିଟି ସଦସ୍ୟ ।

ଗତ ୩ ବର୍ଷରେ ଶ୍ରୀମନ୍ଦିର ପ୍ରଶାସନ ମୋଟ୍ ପ୍ରାୟ ୧୧୩ କୋଟି ଟଙ୍କା ଦାନ ପାଇଥିବା ବେଳେ, ସେଥିରୁ କେବଳ ୫୯ କୋଟି ୬୭ ଲକ୍ଷ ବ୍ୟାଙ୍କ୍ ଡିପୋଜିଟ୍ ମାଧ୍ୟମରେ ପାଇଛି। ତେବେ ଡିଜିଟାଲ ହୁଣ୍ଡି ବ୍ୟବସ୍ଥା ପରେ ଅନଲାଇନ ଡୋନେସନ୍ ବଢିବା ଆଶା କରାଯାଉଛି।

Advertisment
Sri Mandir
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ