• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ଭୁବନେଶ୍ୱର ସାଲିଆସାହି ପାଲଟିଛି ଦେଶୀ ମଦର ହବ୍ । ଯେତେ ଚଢ଼ାଉ ହେଉଛି ସେତିକି ମଦ ଫ୍ୟାକ୍ଟ୍ରି ଠାବ ହେଉଛି । ଆଜି ଭୁବନେଶ୍ୱର ଅବକାରୀ ବିଭାଗ ପକ୍ଷରୁ ସାଲିଆସାହି ମୁଣ୍ଡା ସାହିରେ ରେଡ୍ ବେଳେ ଠାବ ହୋଇଛି ପୁଣି ଏକ ଚୋରା ଦେଶୀ ମଦ ଭାଟି । ବ୍ୟାପକ ପରିମାଣର ପୋଚ ଓ ମଦ ନଷ୍ଟ କରାଯାଇଛି ।

ଏଥିସହ ମଦ ପ୍ରସ୍ତୁତ ପାଇଁ ରଖା ଯାଇଥିବା ପିଡ଼ିଆକୁ ମଧ୍ୟ ନଷ୍ଟ କରିଛି ଅବକାରୀ ବିଭାଗ ସ୍କ୍ୱାଡ୍ । ଦୁଇ ଦିନ ତଳେ ସାଲିଆସାହିର ନୟାଗଡ଼ ସାହି, ମୁଣ୍ଡା ସାହିରେ ଚଢାଉ କରି ୩ଟି ବେଆଇନ ମଦ ଭାଟିକୁ ନଷ୍ଟ କରିଥିଲା କମିଶନରେଟ ପୋଲିସ । ପାଖାପାଖି ସାଢ଼େ ୫ହଜାର ଲିଟର ମଦ ଜବତ କରିବା ସହ ୧୫ ହଜାର ଲିଟର ପୋଚକୁ ନଷ୍ଟ କରାଯାଇଥିଲା । ଘର ଭିତରେ ସିକ୍ରେଟ ଚାମ୍ବରରେ ମଦ କାରବାର ଚାଲିଥିଲା ।

ବସ୍ତି ସାରା ଅସ୍ୱାସ୍ଥ୍ୟକର ପରିବେଶ ଭିତରେ ଘୁଷୁରି ବୁଲୁଛନ୍ତି । ତା’ଭିତରେ ଦେଶୀ ମଦର ବେପାର ଚାଲିଥିଲା । ଚୋରା କାରବାର ଧରାପଡିବା ପରେ ନଷ୍ଟ କରାଯାଇଛି ଶହ ଶହ ଲିଟର ଦେଶୀ ମଦ ଓ ପୋଚକୁ । ମାଟିରେ ମିଶିଛି ବେଆଇନ ମଦ ଭାଟି । ଖୋଜି ଖୋଜି ମଦ ଭାଟି ଭାଙ୍ଗିବା ସହ ଗୋଡାଇ ଗୋଡାଇ ମଦ ମାଫିଆଙ୍କୁ ଗିରଫ କରୁଛି ପୋଲିସ ।

ସେପଟେ ରାଜ୍ୟ ସାରା ଚାଲିଛି ଧରପଗଡ । ଆକ୍ସନ ମୋଡକୁ ଆସିଯାଇଛି ଅବକାରୀ ବିଭାଗ । ବେଆଇନ୍ ମଦଭାଟି ଉପରେ ଚାଲିଛି ମାରାଥନ୍ ରେଡ୍ । ଗତ କିଛିଦିନ ତଳେ ଆସିକା ଅବକାରୀ ବିଭାଗ ପକ୍ଷରୁ କେ. ନୂଆଁପଲିର ଏରୋଗୋଲା ବସା, ଦେବଭୂମି ଓ କମାଗଡ଼ ଅଞ୍ଚଳରେ ହୋଇଥିଲା ଚଢାଉ । ମାଟି ତଳୁ ମିଳିଥିଲା ପ୍ରାୟ ୨ ହଜାର ଲିଟର ପୋଚ ଓ ୨ଶହ ଲିଟର ଦେଶୀ ରନ୍ଧା ମଦ । ଅବକାରୀ ବିଭାଗ ଏସବୁକୁ ନଷ୍ଟ କରିଥିବା ବେଳେ ଦୁଇ ଜଣଙ୍କୁ ଗିରଫ କରିଛି ।

ସେପଟେ ନୂଆପଡାର ବିଭିନ୍ନ ସ୍ଥାନରେ ବି ରେଡ୍ କରିଥିଲା ଅବକାରୀ ବିଭାଗ । ଜିଲ୍ଲାର କୋମନା ଏବଂ ଲଖନା ଥାନା ଅଂଚଳର ଅନେକ ଗାଁରେ ଦେଶୀ ମଦ ଭାଟି ଉପରେ ହୋଇଥିଲା ରେଡ୍ । ଅବକାରୀ ବିଭାଗର ସୂଚନା ଅନୁସାରେ, ଗତ ୪ ଦିନ ମଧ୍ୟରେ ୧୩ଶହ ୭୭ଟି ମାମଲା ରୁଜୁ ହୋଇଥିବା ବେଳେ ୮୪୫ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ଚଢ଼ାଉ ବେଳେ ସମୁଦାୟ ୭୬ ହଜାର ୭୮୯ ଲିଟର ଦେଶୀ ରନ୍ଧା ମଦ ଓ ୫ ଲକ୍ଷ ୬୦ ହଜାର ୧୫୮ କିଲୋଗ୍ରାମ ପୋଚ ନଷ୍ଟ କରାଯାଇଛି ।

OTV is now on Whatsapp

Join and get latest news update delivered to you via whatsapp

Join Now