Advertisment

ହୋସ୍ ଉଡାଇଲା ସ୍ୱାସ୍ଥ୍ୟ ମନ୍ତ୍ରାଳୟର ରିପୋର୍ଟ; ଅନିଚ୍ଛାକୃତ ଆଘାତ ମୃତ୍ୟୁରେ ଓଡ଼ିଶାର ସ୍ଥାନ ଅଷ୍ଟମ

ଦେଶରେ ବଢ଼ିଚାଲିଛି ଅନିଚ୍ଛାକୃତ ଆଘାତ ମୃତ୍ୟୁ। ଅଜାଣତରେ ଘଟୁଛି ଦୁର୍ଘଟଣା, ଚାଲିଯାଉଛି ଲକ୍ଷ ଲକ୍ଷ ଜୀବନ। ଅନିଚ୍ଛାକୃତ ଆଘାତ ମୃତ୍ୟୁ କ୍ଷେତ୍ରରେ ଆମ ରାଜ୍ୟର ସ୍ଥାନ ଦେଶରେ ଅଷ୍ଟମ। ଯୁବଗୋଷ୍ଠୀଙ୍କ ବେପରୁଆ ଗାଡ଼ି ଚାଳନା ଓ ରିଲସ ନିଶା ଏଭଳି ମୃତ୍ୟୁର ସବୁଠୁ ବଡ଼ କାରଣ।

author-image
Sonali Ojha
ଅଦ୍ୟତନ ହୋଇଛି
undefined

unintentional injury death

ଦେଶରେ ବଢ଼ିଚାଲିଛି ଅନିଚ୍ଛାକୃତ ଆଘାତ ମୃତ୍ୟୁ। ଅଜାଣତରେ ଘଟୁଛି ଦୁର୍ଘଟଣା, ଚାଲିଯାଉଛି ଲକ୍ଷ ଲକ୍ଷ ଜୀବନ। ସଡ଼କ ଦୁର୍ଘଟଣା, ପାଣି ବୁଡ଼ି, ନିଆଁ ପୋଡ଼ି ଓ ଉଚ୍ଚସ୍ଥାନରୁ ଖସିପଡ଼ିବା ଭଳି କାରଣରୁ ଘଟୁଥିବା ଅନିଚ୍ଛାକୃତ ଆଘାତ ମୃତ୍ୟୁ କ୍ଷେତ୍ରରେ ଆମ ରାଜ୍ୟର ସ୍ଥାନ ଦେଶରେ ଅଷ୍ଟମ। ଯୁବଗୋଷ୍ଠୀଙ୍କ ବେପରୁଆ ଗାଡ଼ି ଚାଳନା ଓ ରିଲସ ନିଶା ଏଭଳି ମୃତ୍ୟୁର ସବୁଠୁ ବଡ଼ କାରଣ।

Advertisment

ଅନ୍ଇଣ୍ଟେନସନାଲ୍ ଇଞ୍ଜୁରୀ ଡେଥ୍ ବା ଅନିଚ୍ଛାକୃତ ଆଘାତ ମୃତ୍ୟୁ। ଏଭଳି ମୃତ୍ୟୁରେ ଓଡ଼ିଶା ଦେଶରେ ଅଷ୍ଟମ। ରାଜ୍ୟରେ ବର୍ଷକୁ ଲକ୍ଷେ ଲୋକଙ୍କ ଭିତରୁ ପ୍ରାୟ ୪୬ଜଣଙ୍କ ଜୀବନ ନେଉଛି ଅନିଚ୍ଛାକୃତ ଆଘାତ। ୨୦୨୨ରେ ଅକାଳରେ ଲିଭିଯାଇଛି ୨୧ ହଜାର ୧୩ଟି ଜୀବନ ଦୀପ। ଅର୍ଥାତ୍ ପ୍ରତିଦିନ ୫୭ ଜଣରୁ ଅଧିକ ଲୋକଙ୍କ ମୃତ୍ୟୁର କାରଣ ପାଲଟୁଛି ଅନିଚ୍ଛାକୃତ ଆଘାତ। କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସଦ୍ୟ ପ୍ରକାଶିତ ନ୍ୟାସନାଲ ଷ୍ଟ୍ରାଟେଜି ଫର ପ୍ରିଭେନ୍ସନ ଅଫ୍ ଅନ୍ଇଣ୍ଟେନସନାଲ ଇଞ୍ଜୁରି ରିପୋର୍ଟରୁ ମିଳିଛି ଏମିତି ଚିନ୍ତାଜନକ ତଥ୍ୟ। 

ରିପୋର୍ଟରେ ଦର୍ଶାଯାଇଛି, ରାଜ୍ୟର ଅନିଚ୍ଛାକୃତ ଆଘାତ ମୃତ୍ୟୁରେ ସଡ଼କ ଦୁର୍ଘଟଣା ସବୁଠୁ ବଡ଼ ଅଂଶୀଦାର। ତଥ୍ୟ ଅନୁସାରେ, ବାର୍ଷିକ ପ୍ରତି ଲକ୍ଷେ ଲୋକରୁ ୧୧.୯୪ ଅର୍ଥାତ୍ ପ୍ରାୟ ୧୨ ଜଣଙ୍କ ଜୀବନ ନେଉଛି ସଡ଼କ ଦୁର୍ଘଟଣା। ସେହିପରି ବିଭିନ୍ନ ସ୍ଥାନରୁ ଖସିପଡ଼ିବା କାରଣରୁ ଓଡ଼ିଶାରେ ପ୍ରତିବର୍ଷ ୨ ହଜାର ୩୨୪ ଜଣଙ୍କ ମୃତ୍ୟୁ ହେଉଛି । ପାଣିରେ ବୁଡ଼ି ୧ ହଜାର ୯୬୦, ନିଆଁରେ ପୋଡ଼ି ୧ ହଜାର ୨୨୩ ଜଣଙ୍କ ଜୀବନ ଯାଉଛି। ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ ଅନିଚ୍ଛାକୃତ ମୃତ୍ୟୁରେ ଯୁବଗୋଷ୍ଠୀଙ୍କ ସଂଖ୍ୟା ଅଧିକ। ବେପରୁଆ ଗାଡ଼ି ଚାଳନା ସାଙ୍ଗକୁ ନିଶାସେବନ, ସୋସିଆଲ ମିଡିଆ ପାଇଁ ରିଲସ୍ ବନେଇବା ନିଶା ହିଁ ଯୁବପିଢ଼ିଙ୍କ ଅନିଚ୍ଛାକୃତ ଆଘାତ ଜନିତ ମୃତ୍ୟୁର ସବୁଠୁ ବଡ଼ କାରଣ ପାଲଟୁଛି। 

Advertisment

ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ଏହି ଷ୍ଟ୍ରାଟେଜି ରିପୋର୍ଟ ଅନୁସାରେ, ଅନିଚ୍ଛାକୃତ ଆଘାତ ମୃତ୍ୟୁ ଜାତୀୟ ହାର ଲକ୍ଷେରେ ୩୧.୨ । ଯାହାକି ଓଡ଼ିଶାର ୪୫.୬ ତୁଳନାରେ ଢେର୍ କମ୍। ଅନ୍ୟପକ୍ଷରେ ଅନିଚ୍ଛାକୃତ ଆଘାତ ମୃତ୍ୟୁରେ ୧୮ ରୁ ୬୦ ବର୍ଷ ବୟସ୍କଙ୍କ ସଂଖ୍ୟା ସର୍ବାଧିକ।୧୪ ବର୍ଷରୁ କମ୍ ତଥା ୬୦ ବର୍ଷରୁ ଊର୍ଦ୍ଧ୍ବ ବୟସ୍କଙ୍କ ସଂଖ୍ୟା ମାତ୍ର ଏକ ଚତୁର୍ଥାଂଶ। ସଡ଼କ ସୁରକ୍ଷା ବିଶେଷଜ୍ଞଙ୍କ ମତରେ, ଯେହେତୁ ଆମ ରାଜ୍ୟରେ ଅନିଚ୍ଛାକୃତ ମୃତ୍ୟୁ ଜାତୀୟ ହାରଠୁ ଢେର ଅଧିକ ରହିଛି, ଏନେଇ ଶ୍ବେତପତ୍ର ପ୍ରକାଶ କରନ୍ତୁ ରାଜ୍ୟ ସରକାର। ୨୦୨୨ରେ ଦେଶରେ ଇଚ୍ଛାକୃତ ଆଘାତ ମୃତ୍ୟୁ ବା ଆତ୍ମହତ୍ୟା କରିଥିବା ଲୋକଙ୍କ ସଂଖ୍ୟା ୧ ଲକ୍ଷ ୭୦ ହଜାର ୯୨୪ ଥିବା ବେଳେ ଅନିଚ୍ଛାକୃତ ଆଘାତ ମୃତ୍ୟୁ ସଂଖ୍ୟା ୪ ଲକ୍ଷ ୩୦ ହଜାର ୫୦୪ ଥିଲା। 

Reels Video Accident
Advertisment
Advertisment