Odisha Police exam
ସ୍ଥଗିତ ରହିଲା ଓଡ଼ିଶା ପୋଲିସ ପରୀକ୍ଷା । ଆସନ୍ତା ୮ ଓ ୯ ତାରିଖରେ ହେବାକୁ ଥିବା ଓଡ଼ିଶା ପୋଲିସର ଗ୍ରୁପ୍-ବି ପଦବୀ ପରୀକ୍ଷା ସ୍ଥଗିତ ରଖାଯାଇଛି । ଏକା ଦିନରେ ଦୁଇଟି ପରୀକ୍ଷାକୁ ନେଇ ଦ୍ୱନ୍ଦ୍ୱ ଦେଖାଦେବା ଘଟଣା ସମ୍ପର୍କରେ ଓଟିଭିରେ ଖବର ପ୍ରସାରଣ ପରେ ଓଡ଼ିଶା ପୋଲିସ ରିକ୍ରୁଟମେଣ୍ଟ ବୋର୍ଡ OPRB ଦ୍ବାରା ହେବାକୁ ଥିବା ଏହି ପରୀକ୍ଷାକୁ ଅନ୍ୟାଦେଶ ଯାଏଁ ସ୍ଥଗିତ ରଖାଯାଇଛି । ଅନିବାର୍ଯ୍ୟ କାରଣବଶତଃ ପରୀକ୍ଷା ସ୍ଥଗିତ ରଖାଯାଇଥିବା ପ୍ରେସ ଇସ୍ତାହାରରେ ଦର୍ଶାଯାଇଛି ।
ଅଧିକ ପଢ଼ନ୍ତୁ :ମେ’ରେ ବାହାରିବ ମାଟ୍ରିକ ପରୀକ୍ଷା ଫଳ; ଏହି ତାରିଖରୁ ଆରମ୍ଭ ହେବ ଖାତାଦେଖା
ସୂଚନାଯୋଗ୍ୟ ଯେ, ମାର୍ଚ୍ଚ ୯ ତାରିଖରେ ରାଜ୍ୟ ସରକାରଙ୍କ ଅଧୀନରେ ଦୁଇ ଦୁଇଟି ପ୍ରମୁଖ ବିଭାଗର ଲିଖିତ ପରୀକ୍ଷା ହେବାକୁ ନେଇ ଦ୍ୱନ୍ଦ୍ୱ ଦେଖା ଦେଇଥିଲା । ଗୋଟିଏ ସହକାରୀ କୃଷି ଅଧିକାରୀ ବା AAO ଓ ଅନ୍ୟଟି ପୋଲିସ୍ ସବ-ଇନ୍ସପେକ୍ଟର । ଗୋଟିଏ ଦିନରେ ଦୁଇ ଦୁଇଟି ପରୀକ୍ଷା ଥିବାରୁ ଆଶାୟୀମାନେ କେଉଁ ପରୀକ୍ଷା ଦେବେ ସେନେଇ ଚିନ୍ତାରେ ଥିଲେ ।
ଓଡ଼ିଶା ପବ୍ଲିକ୍ ସର୍ଭିସ୍ କମିଶନ-OPSC ଏବଂ ଓଡ଼ିଶା ପୋଲିସ୍ ରିକ୍ରୁଟମେଣ୍ଟ ବୋର୍ଡ ବା OPRB ମଧ୍ୟରେ ତାଳମେଳର ଘୋର ଅଭାବ ପାଇଁ ଏଭଳି ସ୍ଥିତି ଉପୁଜିଥିବା ଦର୍ଶାଇ ଖପ୍ପା ହୋଇଥିଲେ ଆଶାୟୀ । ଏନେଇ ଓଟିଭିରେ ଖବର ପ୍ରସାରଣ ପରେ ଓଡ଼ିଶା ପୋଲିସର ଗ୍ରୁପ୍-ବି ପଦବୀ ପରୀକ୍ଷା ସ୍ଥଗିତ ରଖାଯାଇଛି । ଯାହାଫଳରେ ଆଶାୟୀମାନେ ଆଶ୍ୱସ୍ତି ଲାଭ କରିଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1741317356.jpg)