Advertisment

Dog Bite: ରାଜ୍ୟରେ ଅସହ୍ୟ କଲାଣି ବୁଲା କୁକୁରଙ୍କ ଉତ୍ପାତ

ବୁଲା କୁକୁରଙ୍କ ସଂଖ୍ୟା ୧୭ ଲକ୍ଷ ଟପିବାକୁ ନେଇ ଉଦବେଗ । ବନ୍ଧ୍ୟାକରଣ ସହ ନିୟନ୍ତ୍ରଣ ପାଇଁ ନିଆଯାଉଛି ବହୁ ପଦକ୍ଷେପ: ମନ୍ତ୍ରୀ ।

ଅଦ୍ୟତନ ହୋଇଛି
undefined

Dog Bite

Advertisment

ଗାଁରୁ ସହର.. ସବୁଠି ବୁଲା କୁକୁରଙ୍କ କବଜା । ସଂଖ୍ୟା ଏମିତି ବଢୁଛି ଯେ, ଅସ୍ତବ୍ୟସ୍ତ ଜନଜୀବନ। ରାତିରେ ଡର ଲାଗୁଛି, ହାତରେ ଖାଇବା ପଦର୍ଥ ଧରି ଯିବାକୁ ଭୟ ଲାଗୁଛି। ଆଉ ବିଧାନସଭା ତଥ୍ୟ କହୁଛି, ୨ ବର୍ଷରେ ୫ ଲକ୍ଷରୁ ଅଧିକ ଲୋକଙ୍କୁ କାମୁଡିଲାଣି ବୁଲା କୁକୁର। ବଡ଼ କଥା ହେଲା ବୁଲା କୁକୁରଙ୍କ ସଂଖ୍ୟା ୧୭ ଲକ୍ଷ ଟପିଲାଣି। ସରକାର ତ ପଦକ୍ଷେପ ନେଉଛନ୍ତି, ବନ୍ଧ୍ୟାକରଣ ବି କରାଯାଉଛି, ତା ସତ୍ତ୍ୱେ ବି କାହିଁକି କମୁନି କୁକୁର ସଂଖ୍ୟା ପ୍ରଶ୍ନ ଉଠିଲାଣି ।

Advertisment

ଗତ ଦୁଇ ବର୍ଷରେ କୁକୁର କାମୁଡ଼ାରେ ଶିକାର ହେଲେଣି ୫ ଲକ୍ଷ ୨ ହଜାର ୬୭୨ ଜଣ। ୨୦୨୩ରେ ୨ ଲକ୍ଷ ୬୦ ହଜାର ଲୋକ, ଆଉ ଚଳିତ ବର୍ଷର ମାତ୍ର ୧୦ ମାସରେ ୨ ଲକ୍ଷ ୪୩ ହଜାର ୫୬୫ ଜଣ ଲୋକ କୁକୁର କାମୁଡ଼ାରେ ଶିକାର ହୋଇଛନ୍ତି। ଆଉ ପଶୁ ଗଣନା-୨୦୧୯ ଅନୁସାରେ ରାଜ୍ୟରେ ୧୭ ଲକ୍ଷ ୩୪ ହଜାର ବୁଲା କୁକୁର ରହିଛନ୍ତି।

ଅଧିକ ପଢନ୍ତୁ: ସିଏମ ସସପେନ୍ସରେ ପୂର୍ଣ୍ଣଚ୍ଛେଦ; ଫଡନାଭିସ୍ ହେବେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ, କାଲି ନେବେ ଶପଥ

Advertisment

ମନ୍ତ୍ରୀ ସୂଚନା ଦେଇଛନ୍ତି ବୁଲା କୁକୁର ସଂଖ୍ୟା ନିୟନ୍ତ୍ରଣ କରିବା ପାଇଁ ବିଭାଗ ଅନେକ ପଦକ୍ଷେପ ହାତକୁ ନେଇଛି। ଆନିମାଲ ବାର୍ଥ କଣ୍ଟ୍ରୋଲ କାର୍ଯ୍ୟକ୍ରମ କାର୍ଯ୍ୟକାରୀ କରାଯାଉଛି। ୮ ଟି ସହରାଞ୍ଚଳରେ ୪ ହଜାର ୬୦୫ କୁକୁରଙ୍କ ବନ୍ଧ୍ୟାକରଣ କରାଯାଇଛି। ବିଧାନସଭାରେ ଆସିଥିବା ତଥ୍ୟ ଆଉ ଗ୍ରାଉଣ୍ଡରେ ଚିତ୍ର ବି ସମାନ। ବୁଲା କୁକୁରଙ୍କ ଉପଦ୍ରବରେ ଲୋକ ହନ୍ତସନ୍ତ। କୁକୁରଙ୍କ କବ୍‌ଜାରେ ରାଜଧାନୀର ରାଜରାସ୍ତା । ଗାଁ, ବଜାର ଗଳିକନ୍ଦି। ଯେଉଁଠି ନଜର ପଡିବ ସେଇଠି ଗଣ୍ଡା ଗଣ୍ଡା ବୁଲା କୁକୁର ।

ଗଜପତି ଜିଲ୍ଲା ମୋହନା ବଜାରରେ ସବୁଠି କୁକୁରଙ୍କ ରାଜ୍। ସେଠି ଗୋଟେ ସପ୍ତାହରେ ୧୨ ଜଣଙ୍କୁ କାମୁଡିଲେଣି କୁକୁର। କିନ୍ତୁ ବିଡମ୍ବନାର କଥା ହେଲା, ମୋହନା ମେଡିକାଲରେ କେବଳ ଆହତଙ୍କ ପାଇଁ ଭ୍ୟାକ୍ସିନ ଥିବା ବେଳେ ଗୁରୁତରଙ୍କ ପାଇଁ କିନ୍ତୁ ଇମୁନୋଗ୍ଲୋବିନ ନାହିଁ। ଫଳରେ ବ୍ରହ୍ମପୁର ବଡ଼ ମେଡିକାଲ ଯିବାକୁ ପଡୁଛି। କଟକ ସହରରେ ବି ସ୍ଥିତି ସମାନ। କୁକୁର କରିଦେଲେଣି ଅସ୍ତବ୍ୟସ୍ତ । ଏଥିପାଇଁ କିଛି ପଦକ୍ଷେପ ନେବାକୁ ସିଏମସିକୁ ନିବେଦନ କରିଛନ୍ତି କଟକବାସୀ । ଗୁରୁତ୍ୱପୂର୍ଣ୍ଣ କଥା ହେଲା ଗୋଟେ ପଟେ ବୁଲା କୁକୁର ଓ କୁକୁର କାମୁଡା ବଢୁଥିବା ବେଳେ କୁକୁର କାମୁଡିଲେ ଅନେକ ସରକାରୀ ମେଡିକାଲରେ ଆଣ୍ଟିବଡି ଇଞ୍ଜେକସନ ମିଳୁନଥିବା ଭିଯୋଗ ହୁଏ।

Advertisment

ଅଧିକ ପଢନ୍ତୁ: ମଲେଇ ଖାଇ ଠିକାଦାର ପାର୍, ମେଗା ପାନୀୟ ଜଳ ପ୍ରୋଜେକ୍ଟରେ ମେଗା ସ୍କାମ୍

Dog Bite
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ