/odishatv-khabar/media/post_attachments/uploadimage/library/16_9/16_9_0/srimandir_1754036168.jpg)
srimandir
ରତ୍ନ ଭଣ୍ଡାରର ଗଣତି ମଣତି ଲାଗି ପ୍ରକ୍ରିୟା ଆଗେଇ ଚାଲିଛି। ଗଣତି ମଣତି ନେଇ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନଙ୍କ ସୂଚନା ଦେଇଛନ୍ତି । ସରକାର ଆରବିଆଇକୁ ଲେଖିଥିଲେ ଦୁଇଜଣ ଏକ୍ସପର୍ଟଙ୍କୁ ଦେବା ପାଇଁ। ସେମାନେ ଦୁଇ ଜଣ ଏକ୍ସପର୍ଟଙ୍କ ନାଁ ମଧ୍ୟ ଦେଇଛନ୍ତି। ଖୁବଶୀଘ୍ର ଶ୍ରୀମନ୍ଦିର ପରିଚାଳନା କମିଟି ଗଠନ ହେବ। କମିଟିର ଅନୁମତି କ୍ରମେ ରତ୍ନ ସବୁକୁ ଭିତର ରତ୍ନ ଭଣ୍ଡାରକୁ ସ୍ଥାନାନ୍ତରିତ କରାଯିବ। ସେ ପ୍ରକ୍ରିୟା ସରିବା ପରେ ଆରବିଆଇ ଅଧିକାରୀଙ୍କୁ ନିର୍ଦ୍ଧାରିତ ତାରିଖ ଜଣାଯିବ।
Advertisment
ଏହାପରେ ଏକ୍ସପର୍ଟ ଆସି ଉପସ୍ଥିତ ରହି ଗଣତି ମଣତି କରିବେ ବୋଲି ଆଇନମନ୍ତ୍ରୀ ସୂଚନା ଦେଇଛନ୍ତି।
ସେହିପରି ମୁଖ୍ୟମନ୍ତ୍ରୀଙ୍କୁ ଉନ୍ନୟନ କମିଶନର ଶରଧା ବାଲି ଦଳାଚକଟା ରିପୋର୍ଟ ଦେବା ପ୍ରସଙ୍ଗରେ ଆଇନ ମନ୍ତ୍ରୀ କହିଛନ୍ତି ରିପୋର୍ଟକୁ ମୁଖ୍ୟମନ୍ତ୍ରୀ ତର୍ଜମା କରୁଛନ୍ତି। ପରବର୍ତ୍ତୀ ପଦକ୍ଷେପ କଣ ହେବ ମୁଖ୍ୟମନ୍ତ୍ରୀ ତାର ନିଷ୍ପତ୍ତି ନେବେ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)




/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)