Ration Card
ରାସନ କାର୍ଡକୁ ନେଇ ଆସିଲା ବଡ଼ ଖବର। ୫ ଲକ୍ଷ ୯୦ ହଜାର ହିତାଧିକାରୀଙ୍କୁ ମିଳିବ ରାସନ କାର୍ଡ । ଯେଉଁମାନେ ପାଇନାହାନ୍ତି ଆବେଦନ କରନ୍ତୁ, ପୋର୍ଟାଲ ଖୋଲା ଅଛି । ଅନେକ ବାଦ୍ ପଡ଼ିଛନ୍ତି, ଆହୁରି ବାଦ୍ ପଡ଼ିବେ । ପ୍ରାୟ ୨୫ ଲକ୍ଷ ଲୋକ E-KYC କରିନାହାନ୍ତି । ଏନେଇ ସୂଚନା ଦେଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ।
ଖୁବଶୀଘ୍ର ମିଳିବ ଯୋଗ୍ୟ ହିତାଧିକାରୀଙ୍କୁ ନୂଆ ରାସନ କାର୍ଡ । ଏନେଇ ପ୍ରସ୍ତୁତି ସହିତ ଘୋଷଣା କରିଛନ୍ତି ରାଜ୍ୟ ସରକାର । ନୂଆ ରାସନ କାର୍ଡ ପ୍ରସ୍ତୁତ କରିବାକୁ ସବୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।
ଅଧିକ ପଢ଼ନ୍ତୁ: ସରକାରଙ୍କ ଘୋଷଣା, ବଣ୍ଟା ହେବ ନୂଆ ରାସନ କାର୍ଡ
ଆସନ୍ତା ୨୨ ତାରିଖ ସୁଦ୍ଧା ନୂଆ ରାସନ କାର୍ଡ ପ୍ରିଣ୍ଟ ସହିତ ଲାମିନେସନ କରି ସମ୍ପୂର୍ଣ୍ଣ ପ୍ରସ୍ତୁତ କରିବାକୁ କୁହାଯାଇଛି । ପରେ ଜିଲ୍ଲାପାଳଙ୍କ ଦ୍ବାରା ନିର୍ଦ୍ଧାରିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ରାସନ କାର୍ଡ ବଣ୍ଟନ କରାଯିବ ।
ପୂର୍ବ ସରକାରଙ୍କ ଅମଳରେ ସାମିଲ ହୋଇଥିବା ଅଯୋଗ୍ୟ ହିତାଧିକାରୀଙ୍କୁ ବାଦ୍ ଦିଆଯାଉଛି ଓ ଦୁର୍ନୀତି ଅନୀତିକୁ ପ୍ରଶୟ ଦିଆଯିବ ନାହିଁ ବୋଲି ମଧ୍ୟ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ହାତରେ ଢେଙ୍କାନାଳରେ ହିଁ ଏହି ନୂଆ ରାସନ କାର୍ଡ ବଣ୍ଟନ କାର୍ଯ୍ୟର ଶୁଭାରମ୍ଭ କରାଯାଇ ରାଜ୍ୟବ୍ୟାପୀ ଏକକାଳୀନ ବଣ୍ଟନ କରାଯିବ ବୋଲି ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ପ୍ରକାଶ କରିଛନ୍ତି ।
କେମିତି କରିବେ ଆବେଦନ?
- ନୂତନ ରାସନକାର୍ଡ ପାଇଁ ଆବେଦନ କରିବାକୁ ପ୍ରଥମେ www.foododisha.in ୱେବସାଇଟକୁ ଯାଆନ୍ତୁ ।
- ଏହା ପରେ ସେଠାରେ ଥିବା ଅନଲାଇନ ସର୍ଭିସ କାଟାଗୋରିକୁ ଯାଇ ସିଟିଜେନ ସର୍ଭିସ ସବକାଟାଗୋରିକୁ ସିଲେକ୍ଟ କରନ୍ତୁ ।
- ସେଠାରେ ନିୟୁ କାର୍ଡ ଆପ୍ଲାଏ ଅପସନ୍ରେ କ୍ଲିକ କରନ୍ତୁ ।
- ମାଗିଥିବା ତଥ୍ୟ ଅନୁସାରେ ଫର୍ମଟିକୁ ସଠିକ୍ ଭାବେ ପୂରଣ କରନ୍ତୁ ଓ ସେଭ ଅପସନ୍ ଉପରେ କ୍ଲିକ କରନ୍ତୁ ।
- ସମ୍ପୂର୍ଣ୍ଣ ତଥ୍ୟକୁ ଆଉ ଥରେ ଯାଞ୍ଚ କରିବା ପରେ ନୂଆ ରାସନକାର୍ଡ ଆବେଦନର ପ୍ରକ୍ରିୟା ଶେଷ କରନ୍ତୁ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1744978974.jpg)