ଷ୍ଟଡି ଟୁର୍ରେ ଭରପୂର ମନୋରଞ୍ଜନ କଲେ ଛାତ୍ରଛାତ୍ରୀ । ଭିଡିଓ ସାମ୍ନାକୁ ଆସିବା ପରେ ଏହାକୁ ନେଇ ବଢୁଛି ଚର୍ଚ୍ଚା । ଡିଜେର ତାଳେ ତାଳେ ବର୍ଷାରେ ନାଚିଲେ ଛାତ୍ରଛାତ୍ରୀ । ରାଜ୍ୟରେ ପ୍ରବଳ ଗରମ ପରେ କାଳ ବୈଶାଖୀର ସାମାନ୍ୟ ବର୍ଷା ଯେମିତି ସମସ୍ତଙ୍କ ମନରେ ଏଠି ଶାନ୍ତି ଭରିଦେଇଛି। ତେଣୁ ହଠାତ୍ ବର୍ଷାକୁ ଦେଖି ବସ୍ ଭିତରୁ ବାହାରି ନାଚିଛନ୍ତି ୫୦ରୁ ଉର୍ଦ୍ଧ୍ୱ ଛାତ୍ର ଛାତ୍ରୀ ।
ମୟୂରଭଞ୍ଜ ଜିଲ୍ଲା ବାରିପଦାର ସରକାରୀ ପଲିଟେକନିକ୍ କଲେଜର ପିଲାମାନଙ୍କ ବର୍ଷାରେ ନାଚିବା ସମୟର ଦୃଶ୍ୟ ସାମ୍ନାକୁ ଆସିଛି । ପିଲାମାନେ ଷ୍ଟଡି ଟୁର୍ରେ କଲେଜରୁ ବାହାରି ଜଙ୍ଗଲରେ ନାଚିଥିଲେ ।
Also Read
ଅଧିକ ପଢ଼ନ୍ତୁ:ନକଲି ପୋଲିସ ଅଫିସର ଓ କନଷ୍ଟେବଲ ଗିରଫ, ଜବତ ହେଲା ୨ ଲକ୍ଷରୁ ଅଧିକ ନକଲି ଟଙ୍କା
ଶିମିଳିପାଳ ଅଭୟାରଣ୍ୟ ନିକଟସ୍ଥ ସୀତାକୁଣ୍ଡ ଜଙ୍ଗଲରେ ପ୍ରବଳ ବର୍ଷା ହେବାରୁ ପିଲାମାନେ ନାଚୁଥିବା ଦେଖିବାକୁ ମିଳିଥିଲା । ଡିଜେର ତାଳେ ତାଳେ ପ୍ରବଳ ବର୍ଷାରେ ଝୁମିଥିଲେ ଛାତ୍ରଛାତ୍ରୀ ।
ଶିକ୍ଷକମାନଙ୍କ ଉପସ୍ଥିତିରେ ପ୍ରବଳ ବର୍ଷାରେ ନାଚି ନାଚି ମସ୍ତି କରିଥିଲେ ଛାତ୍ରଛାତ୍ରୀ । ଏଠି ପ୍ରଶ୍ନ ଉଠୁଛି, ଯଦି ପିଲାମାନେ ଷ୍ଟଡି ଟୁର୍ରେ ଯାଇଥିଲେ ଜଙ୍ଗଲରେ ଶିକ୍ଷକ ଓ ଛାତ୍ରଛାତ୍ରୀ କରୁଥିଲେ କ’ଣ ? ଏମାନଙ୍କୁ ଯିବାକୁ କିଏ ଦେଇଥିଲେ ଅନୁମତି ? କାହା ସାହସରେ ଶିକ୍ଷକମାନେ ଏତେ ଛାତ୍ରଛାତ୍ରୀଙ୍କୁ ଧରି ଜଙ୍ଗଲରେ ପହଞ୍ଚିଲେ ?
ଗତ କିଛିମାସ ତଳେ ମୟୂରଭଞ୍ଜ ଜିଲ୍ଲାର ବିଭିନ୍ନ ବେସରକାରୀ କଲେଜ ଏବଂ ଟେକନିକାଲ କଲେଜର ଛାତ୍ରଛାତ୍ରୀମାନେ ଏପରି ବେପରୁଆ ନୀତି ଯୋଗୁ ପାଣିରେ ବୁଡି ୬ ଜଣଙ୍କ ମୃତ୍ୟୁ ହୋଇଥିଲା । ପୂର୍ବରୁ ଏତେ ବଡ଼ ଅଘଟଣ ଘଟିଥିଲେ ବି ସୁଧୁରୁନାହାନ୍ତି କଲେଜ କର୍ତ୍ତୃପକ୍ଷ । ତେବେ ଏନେଇ ଉଚ୍ଚ କର୍ତ୍ତୃପକ୍ଷ ଜାଣିଛନ୍ତି ନା ବେପରୁଆ ଭାବେ ଏ ଷ୍ଟଡି ଟୁର୍ କରାଯାଇଛି ତାହା ତଦନ୍ତ ସାପେକ୍ଷ ।