Advertisment

Child Selling In Odisha: ଶିଶୁ ବିକ୍ରି ଅଭିଯୋଗକୁ ନେଇ ଚହଳ; ଚର୍ଚ୍ଚାରେ ଦାରିଦ୍ର୍ୟ ତାଡ଼ନା ନା ଅର୍ଥ ଲୋଭ

ନିଜ ରକ୍ତର ସନ୍ତାନକୁ ପର ହାତରେ ଟେକି ଦେବାର କଠୋର ମାନସିକତା, ସଭ୍ୟ ସମାଜକୁ ଦୋହଲାଇ ଦେଇଛି । ରାୟଗଡ଼ା ଚାନ୍ଦିଲି ଅଞ୍ଚଳରେ ମାତ୍ର ୯ ଦିନର ଶିଶୁକନ୍ୟାକୁ ୨୦ ହଜାରରେ ବିକ୍ରି ଅଭିଯୋଗ, ସାରା ରାଜ୍ୟରେ ଚହଳ ପକାଇଦେଇଛି ।

undefined

Child Selling In Odisha

Advertisment

ଦାରିଦ୍ର୍ୟର ତାଡ଼ନାରେ ହେଉ କିମ୍ବା ବହୁ କୁଟୁମ୍ବୀ ମଣିଷର ଅର୍ଥ ରୋଜଗାର ଆଶାରେ ହେଉ । ନିଜ ରକ୍ତର ସନ୍ତାନକୁ ପର ହାତରେ ଟେକି ଦେବାର କଠୋର ମାନସିକତା, ସଭ୍ୟ ସମାଜକୁ ଦୋହଲାଇ ଦେଇଛି । ରାୟଗଡ଼ା ଚାନ୍ଦିଲି ଅଞ୍ଚଳରେ ମାତ୍ର ୯ ଦିନର ଶିଶୁକନ୍ୟାକୁ ୨୦ ହଜାରରେ ବିକ୍ରି ଅଭିଯୋଗ, ସାରା ରାଜ୍ୟରେ ଚହଳ ପକାଇଦେଇଛି । କେବଳ ରାୟଗଡ଼ା କାହିଁକି, ମାତ୍ର ୧୦ ଦିନ ତଳେ ବଲାଙ୍ଗିର ଜିଲ୍ଲାରେ ବି ଉଠିଥିଲା ଏଭଳି ଅଭିଯୋଗ । ହେଲେ କାହିଁକି ବାରମ୍ବାର ସାମ୍ନାକୁ ଆସୁଛି ପିଲା ବିକ୍ରି ଭଳି ଘଟଣା, ତାକୁ ନେଇ ଉଠୁଛି ନାନା ପ୍ରଶ୍ନ।

Advertisment

ଦୁଇ ଦୁଇଟି ଶିଶୁକନ୍ୟାର ବାପା । ହେଲେ ଗୋଟିଏ ପଟେ ପରିବାର ମୁହଁରେ ଦି ମୁଠା ଆହାର ଦେବାର ଚିନ୍ତା । ଆରପଟେ ଶିଶୁକନ୍ୟାଙ୍କ ଲାଳନ ପାଳନର ବୋଝ । ତେଣୁ ତୁଚ୍ଛ ହୋଇଗଲା ସବୁକିଛି । ଦାରିଦ୍ର୍ୟର ତାଡ଼ନାରୁ ନିଜ ରକ୍ତର ସନ୍ତାନକୁ ପରହାତରେ ଟେକିଦେବାକୁ ନେଇଗଲେ କଠୋର ନିଷ୍ପତ୍ତି । ଯାହାଙ୍କ ନାଁ ରାହୁଲ ଧାନବାଡ଼ି । ଘର ରାୟଗଡ଼ା ଚାନ୍ଦିଲି ଥାନା ନୂଆପଡ଼ା ଗାଁ । ତାଙ୍କ କହିବା କଥା, ପୂର୍ବରୁ ଏକ ଶିଶୁକନ୍ୟା ଥିଲା । ତାହାରି ଭିତରେ ଗତ ୩ ତାରିଖରେ ଆଉ ଏକ କନ୍ୟା ସନ୍ତାନ ଜନ୍ମହେବାରୁ ଲାଳନପାଳନ ବୋଝ ଆଶଙ୍କାରେ ଏହି ୯ ଦିନର ଶିଶୁକନ୍ୟାକୁ ଦେଇଦେଲେ ପଡ଼ୋଶୀ ଆନ୍ଧ୍ରର ଜଣେ ନିଃସନ୍ତାନ ଦଂପତିଙ୍କୁ । ଆଉ ସେହି ଦଂପତି ରାହୁଲଙ୍କୁ ଦେଇଥିଲେ ୨୦ ହଜାର ଟଙ୍କା ।

ଅଧିକ ପଢ଼ନ୍ତୁ: ଧର୍ମଶାଳା ବିଧାୟକଙ୍କୁ ଆକ୍ରମଣ; ‘ମୋତେ ପିଟିଲେ ଚେନ୍‌ ଝାମ୍ପିନେଲେ’

ଶିଶୁ ହସ୍ତାନ୍ତର ସଂପର୍କିତ ଦଲିଲ୍‌ରେ ନା ସେଣ୍ଟ୍ରାଲ୍ ଆଡପ୍ସନ୍ ରିସୋର୍ସ ଅଥରିଟି ବା CARAର କୌଣସି ଅନୁମତି ନେଇଛନ୍ତି ନା ଶିଶୁକୁ ହସ୍ତାନ୍ତର ପାଇଁ ଥିବା ବିଧିବ୍ୟବସ୍ଥା ପାଳନ କରିଛନ୍ତି । ମନକୁ ମନ ରାୟଗଡ଼ା ନୋଟୋରୀରେ ଆଫିଡେଭିଟ୍ କରି ଆନ୍ଧ୍ର ମାନ୍ୟମ ଜିଲ୍ଲାର କେ. ରାଜଶେଖରଙ୍କୁ ଶିଶୁକୁ ହସ୍ତାନ୍ତର କରିଦେଇଥିଲେ । ତେବେ ବିକ୍ରି ନୁହେଁ, ବରଂ ଭରଣପୋଷଣ ପାଇଁ ହସ୍ତାନ୍ତର କରାଯାଇଥିବା CWC ସଦସ୍ୟା କହିଥିଲେ । ଘଟଣା ଜଣାପଡ଼ିବା ପରେ ଶିଶୁକନ୍ୟାକୁ CWCଙ୍କୁ ଆନ୍ଧ୍ର ଦମ୍ପତି ହସ୍ତାନ୍ତର କରିଥିବାବେଳେ ଗାଁରେ ପହଞ୍ଚି ଖୋଳତାଡ଼ କରିଛି ପ୍ରଶାସନ। 

Advertisment

ଦାଦନ ପ୍ରବଣ ବଲାଙ୍ଗିର ଲାଠୋର ଥାନା ସାନ ଗୁର୍ଭିଭଟା ଗାଁ। ଜଣେ ନବଜାତ ଶିଶୁ କନ୍ୟା ବିକ୍ରି ଅଭିଯୋଗ ସାମ୍ନାକୁ ଆସିବା ପରେ ପ୍ରଶାସନିକ ତତ୍ପରତା ଦେଖାଦେଇଛି। ଓଟିଭିରେ ଖବର ପ୍ରସାରଣ ପରେ ଗାଁରେ ପହଞ୍ଚି ତଦନ୍ତ କରିଛନ୍ତି ୨ ଜଣିଆ CWC ସଦସ୍ୟ। ତାଙ୍କ ସହ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ କର୍ମଚାରୀ ଯାଇ ମଧ୍ୟ ତଦନ୍ତ କରିଛନ୍ତି। ତେବେ ଶିଶୁକନ୍ୟାର ମାଆ ସନ୍ତୋଷଜନକ ଉତ୍ତର ଦେଇନପାରିବାରୁ CWC ମେମ୍ବର ଲାଠୋର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ସେପଟେ ଶିଶୁକନ୍ୟାକୁ ରାୟପୁର ଶଙ୍କରନଗରରେ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା କରାଯାଉଛି। 

କିଶୋର ନ୍ୟାୟ ଆଇନ୍‍-୮୦ କହୁଛି, ଏଭଳି ବେଆଇନ୍‍ ପୋଷ୍ୟ ସନ୍ତାନ ଗ୍ରହଣ ଏକ ଧର୍ତ୍ତବ୍ୟ ଅପରାଧ। କୌଣସି ବ୍ୟକ୍ତି ଯଦି ନିଜ ପିଲାଙ୍କୁ ହସ୍ତାନ୍ତର କରିବାକୁ ଚାହାନ୍ତି, ତେବେ ନିକଟସ୍ଥ ଚାଇଲ୍ଡଲାଇନ୍‍ କିମ୍ବା 1098କୁ ଫୋନ୍‍ କରିପାରିବେ। ଏପରିକି ଡିସିପିଓ କିମ୍ବା ପଞ୍ଚାୟତକୁ ବି ଜଣାଇ ବିଧିବ୍ୟବସ୍ଥା ଅନୁପାଳନ ପରେ ପିଲାଙ୍କୁ ହସ୍ତାନ୍ତର କରିବେ। କିନ୍ତୁ ରାୟଗଡ଼ାରୁ ନେଇ ବଲାଙ୍ଗିର ଏପରିକି ରାଜଧାନୀରୁ ବି ପୂର୍ବରୁ ଆସିଛି ଶିଶୁ ବିକ୍ରି ଭଳି ସଂଗୀନ ଅଭିଯୋଗ। ତେବେ କାହିଁକି ଏଭଳି ଶିଶୁ ବିକ୍ରି ? କ'ଣ ପାଇଁ ବଢୁଛି ଘଟଣା ? ବାସ୍ତବରେ କେଉଁ ପରିସ୍ଥିତିରେ ପଡ଼ି ଶିଶୁବିକ୍ରି କରୁଛନ୍ତି ବାପା ମା ? ରକ୍ତର ନିଷ୍ପାପ ସନ୍ତାନଟିକୁ ବିକିଦେଲେ କ’ଣ ଦୂର ହୋଇଯିବ କି ଦାରିଦ୍ର୍ୟ ? ଗ୍ରାମାଞ୍ଚଳରେ ଅଭାବ ଅନଟନର ଦୂରୀକରଣରେ ସମସ୍ୟା ରହୁଛି ନା ଆଇନକାନୁନ ବ୍ୟବସ୍ଥା ପ୍ରତି ଲୋକଙ୍କୁ କରାଯାଉନି ସଚେତନତା ? 

Advertisment

ଅଧିକ ପଢ଼ନ୍ତୁ: Cyber Fraud: ଭୁବନେଶ୍ୱରରେ ଠକେଇ, ଚେନ୍ନାଇରୁ ଗିରଫ; ଉତୁରିଗଲା ଫିଲ୍ମ କରିବା ନିଶା

 

Odisha Child
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ