Advertisment

Anand Bazaar: ଆନନ୍ଦବଜାରରେ ଶୃଙ୍ଖଳା ଆଣିବାକୁ ଆଲୋଚନା; ଅବଢା ଦର ତାଲିକା ଆସିବ

ଖୁବଶୀଘ୍ର ଆନନ୍ଦବଜାରରେ ଅବଢା ଦର ତାଲିକା ଆସିବ। ଶୁଖୁଲି ଭୋଗ ଓ ମହାପ୍ରସାଦର ଉଚିତ୍ ଦର ବ୍ୟବସ୍ଥା ରହିବ। ସୁପକାର ସହାୟକଙ୍କ ପାଇଁ ଡ୍ରେସକୋଡ୍ ଓ ଆଇ କାର୍ଡ ପ୍ଲାନ ହୋଇଛି।

abhada

abhada

Advertisment

ଶ୍ରୀମନ୍ଦିର ଆନନ୍ଦବଜାରରେ ଶୃଙ୍ଖଳା ଆଣିବାକୁ ଶ୍ରୀମନ୍ଦିର ପ୍ରଶାସନର ପଦକ୍ଷେପ। ଆନନ୍ଦବଜାରରେ ଭକ୍ତମାନେ କିଭଳି ଶୃଙ୍ଖଳିତ ଭାବେ ମହାପ୍ରସାଦ କିଣି ସେବନ କରିବେ ସେନେଇ ଗତକାଲି ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଆଲୋଚନା ହୋଇଥିଲା। ଖୁବଶୀଘ୍ର ଆନନ୍ଦବଜାରରେ ଅବଢା ଦର ତାଲିକା ନିର୍ଦ୍ଧାରଣ ହେବ ବୋଲି କହିଥିଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ।

Advertisment

ତା ସହ ଶୁଖୁଲି ଭୋଗ ଓ ମହାପ୍ରସାଦ ପାଇଁ ଅଲଗା ଅଲଗା ଦୋକାନରେ ବିତରଣ ସହ ସେବନ ବ୍ୟବସ୍ଥା ମଧ୍ୟ ରହିବ। ତାସହ ଓମଫେଡ୍ ଘିଅରେ ଭୋଗ ତିଆରି ନକଲେ କାର୍ଯ୍ୟାନୁଷ୍ଠାନ ନେବାକୁ ସୁଆର ମହାସୁଆର ନିଯୋଗ ସହ ଆଲୋଚନା ହୋଇଛି। ଦୈନିକ ୩୫ କୁଇଣ୍ଟାଲ କାଠ ରୋଷଶାଳାରେ ବ୍ୟବହୃତ ହେଉଥିବା ବେଳେ ଆଗକୁ ପର୍ଯ୍ୟାପ୍ତ ପରିମାଣରେ କାଠ ଯୋଗାଣ ପାଇଁ ଆଲୋଚନା ହୋଇଛି। ଜୈବିକ ଚାଉଳରେ ଅନ୍ନ ରନ୍ଧା ସହ ଆନନ୍ଦ ବଜାରରେ ସୁପକାରଙ୍କ ସହାୟକମାନଙ୍କ ଲାଗି ଡ୍ରେସକୋଡ୍ ବ୍ୟବସ୍ଥା ଓ ପରିଚୟପତ୍ରର ଉପରେ ଆଲୋଚନା ହୋଇଛି।

ଅଧିକ ପଢନ୍ତୁ: ଶ୍ରୀମନ୍ଦିର ସୁରକ୍ଷା: ସରକାରଙ୍କୁ ଦଣ୍ଡବିଧାନ ପ୍ରସ୍ତାବ

Sri Jagannath Temple
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ